ଦେଖନ୍ତୁ ପ୍ରିୟଙ୍କା ଚୋପ୍ରାଙ୍କର ହଲିଉଡ୍ ଫିଲ୍ମର ଟ୍ରେଲର
Khabar Odisha:priyanka-chopra-isnot-it-romantic-trailer-hollywood-film
ନୂଆଦିଲ୍ଲୀ, ନଭେମ୍ବର ୦୬ (ଖବର ଓଡିଶା) :

ପ୍ରିୟଙ୍କା ଚୋପ୍ରା ଏବେ ନିକ୍ ଜୋନସଙ୍କ ସହ ବିବାହକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଗୋଟିଏ ପଟେ ତାଙ୍କ ବିବାହ ତାରିଖକୁ ନେଇ ସସପେନ୍ସ୍ ଥିବା ସମରେ ଅନ୍ୟପଟେ ତାଙ୍କର ହଲିଉଡ ଫିଲ୍ମ ଇଜ୍ ନଟ ଇଟି ରୋମାଂଟିକ୍ ଫିଲ୍ମର ଟ୍ରେଲର ରିଲିଜ ହୋଇଛି । 

ଟ୍ରେଲରେ ପ୍ରିୟଙ୍କା ବହୁତ ସୁନ୍ଦର ଦେଖା ଯାଉଛନ୍ତି । କିନ୍ତୁ ଏହି ଟ୍ରେଲରକୁ ଦେଖି ଦର୍ଶକ ନିରାଶ ହୋଇ ପାରନ୍ତି କାରଣ ଅଢେଇ ମିନିଟର ଟ୍ରେଲରରେ ପ୍ରିୟଙ୍କା ମାତ୍ର ତିନି ସେକେଣ୍ଡ ପାଇଁ ଦେଖିବାକୁ ମିଳିବେ । ତେବେ ଏହା ପୂର୍ବରୁ ତାଙ୍କର ଏକ୍ସ ଏକ୍ସ ରିଟର୍ନ ଅଫ ଜେଣ୍ଡର କେଜର ଟ୍ରେଲରରେ ମଧ୍ୟ ସେ ବହୁତ କମ୍ ସମୟ ପାଇଁ ଦେଖିବାକୁ ମିଳି ଥିଲେ । ଯାହାକୁ ନେଇ ତାଙ୍କର ମଜା ଉଡିଥିଲା । ତେବେ ପ୍ରିୟଙ୍କା ଏହି ଫିଲ୍ମରେ ଯୋଗ ଇଂନଷ୍ଟ୍ରକ୍ଟର ଭୂମିକାରେ ଅଛନ୍ତି । ଏହା ଏକ ରୋମାଂଟିକ କମେଡି ଫିଲ୍ମ । ଫିଲ୍ମର କାହାଣୀ ଜଣେ ମୋଟୀ ଝିଅ ଉପରେ ଆଧାରିତ । ଯିଏ ନିଜର ଅଧିକ ଓଜନ କାରଣରୁ ବହୁ ସମସ୍ୟାରେ ସମ୍ମୁଖୀନ ହୋଇଥାଏ । 

ସୂଚନାନୁଯାୟୀ, ଆଗାମୀ ବର୍ଷ ଭାଲେନଟାଇନ ଡେରେ ଏହି ଫିଲ୍ମ ରିଲିଜ ହେବ ବୋଲି କୁହା ଯାଉଛି । ଫିଲ୍ମରେ ଲିୟାମ ହେମସବାର୍ଥ, ରିବେଲ ବିଲସନ, ଏବଂ ଏଡମ ଡିଭାଇନ ମଧ୍ୟ ମୁଖ୍ୟ ଭୂମିକାରେ ଅଛନ୍ତି ।  

Subscribe

National International State Sports Entertainment