ଗଣେଶ ପୂଜା ଠାରୁ ଆରମ୍ଭ ହେଲା ପ୍ରିୟଙ୍କା ଏବଂ ନିକଙ୍କ ବିବାହ ରୀତିନୀତି
Khabar Odisha:priyanka-chopra-and-nick-jonas-wedding-rituals-started-with-ganesh-worship-ganpati-pooja
ମୁମ୍ବାଇ, ନଭେମ୍ବର ୨୮ (ଖବର ଓଡିଶା) :

 ପ୍ରିୟଙ୍କା ଚୋପ୍ରା ଏବଂ ନିକ୍ ଜୋନସଙ୍କ ବିବାହକୁ ନେଇ ବହୁ କମ୍ ସମୟ ରହିଛି । ତେଣୁ ଏବେଠାରୁ ସେମାନଙ୍କର ରୀତିନୀତି ଆରମ୍ଭ ହୋଇ ଗଲାଣି । ଆଜି ମୁମ୍ବାଇରେ ପ୍ରିୟଙ୍କାଙ୍କ ରାଜ କ୍ଲାସିକ ସ୍ଥିତ ଘରେ ବିବାହ ରୀତିନୀତିର ଶୁବାରମ୍ଭ ହୋଇଛି । ଏନେଇ ସେଠାକାର ମାହୋଲ ଚଳଚଂଚଳ ଥିଲା । ତାଙ୍କ ଘରର ଫାଟକକୁ ହଳଦିଆ ରଙ୍ଗର ବସ୍ତ୍ରରେ ସଜେଇ ଦିଆ ଯାଇଛି । ତେବେ ଗଣେଶଙ୍କୁ ପୂଜାର୍ଚ୍ଚନା କରି କାର୍ଯ୍ୟକ୍ରମର ଆରମ୍ଭ କରା ଯାଇଛି । ଗଣେଶଙ୍କ ପୂଜା ପରେ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟ ହେବ ।  

ଭାରତୀୟ ପରମ୍ପରା ଏବଂ ରୀତିନୀତିରେ ପ୍ରିୟଙ୍କା ନିକଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଆଜି ତାଙ୍କ ଘରେ ହେଉଥିବା କାର୍ଯ୍ୟକ୍ରମରେ ପରିବାର ଏବଂ ସମ୍ପର୍କୀୟମାନେ ସାମିଲ ହୋଇଥିଲେ । ପ୍ରିୟଙ୍କା ନିଜ ପୁରୁଣା ଘରକୁ ଲକି ମାନୁଥିବା କାରଣରୁ ସେ ଏଠାରେ ସମ୍ପୂର୍ଣ୍ଣ ରୀତିନୀତି କରିବା ପାଇଁ ନିଷ୍ପତି ନେଇଛନ୍ତି । ଏହି ଘରେ ସେ ନିଜ ପିତା, ଭାଇ, ଏବଂ ମାଙ୍କ ସହ ବହୁ ବର୍ଷ ଧରି ଥିଲେ । ତେଣୁ ବିବାହ ଭଲି ଏକ ମହତ୍ୱପୂର୍ଣ୍ଣ ବନ୍ଧନ ଆରମ୍ଭ ସେ ନିଜ ପୁରୁଣା ଘରୁ କରିବେ ବୋଲି କହିଛନ୍ତି । ତେବେ ଗଣେଶ ପୂଜା ପରେ ନିକଙ୍କ ପରିବାର ଯୋଧପୁର ପାଇଁ ବାହାରି ଯିବେ ବୋଲି ସୂଚନା ମିଳିଛି ।  

Subscribe

National International State Sports Entertainment