ଶୁକ୍ରବାର ରିଲିଜ ହେବ ଫିଲ୍ଲ କେଦାରନାଥ , ପ୍ରଥମଦିନରେ ଫିଲ୍ମଟି କରିପାରେ ଏତିକି ଆୟ
Khabar Odisha:prediction-for-sushant-singh-rajput-and-sara-ali-khan-film-kedarnath-which-will-release-on-7-december-at-box-office
ମୁମ୍ବାଇ,ଡିସେମ୍ବର ୦୬(ଖବର ଓଡ଼ିଶା) :

ଜଳ ପ୍ରଳୟ ପରି ଅନେକ ବିପର୍ଯ୍ୟୟକୁ ନେଇ ହଲିଉଡ଼ରେ ଅନେକ ସିନେମା କରାଯାଇଛି । ସେ ମଧ୍ୟରୁ କିଛି ଫ୍ଲପ ହୋଇଛି ଓ କିଛି କୋଟି କୋଟି ଟଙ୍କା ଆୟ କରିଛି । ବଲିଉଡ଼ ମଧ୍ୟ ଏହି ସପ୍ତାହରେ ବାଦଲ ଫଟା ବର୍ଷା ସାଙ୍ଗକୁ ଏକ ପ୍ରେମ କାହାଣୀ ଭିତ୍ତିକ ଫିଲ୍ମ ପରଦାକୁ ଅାସୁଛି। ଯାହାର ନାଁ କେଦାରନାଥ ।ଏହି ସିନେମାଟି ସାତ ଡ଼ିସେମ୍ବରରେ ରିଲିଜ ହେବାକୁ ଯାଉଛି ।

କେଦାରନାଥ ୧୨ଜ୍ୟୋର୍ତିଲିଙ୍ଗ ମଧ୍ୟରୁ ଏକ ପବିତ୍ର ଶିବ ଧାନ । ସେଠାରେ ୨୦୧୩ ରେ ପ୍ରକୃତିର ଭୟାବହ ପ୍ରକୋପ ଦେଖିବାକୁ ମିଳିଥିଲା। କେଦାରନାଥରେ ଅାସିଥିବା ଜଳପ୍ରୟଳରେ ନିମିଷକ ମଧ୍ୟରେ ସବୁକିଛି ନଷ୍ଟ ହୋଇଯାଇଥିଲା। ଏବେ କେଦାରନାଥ ହୋଇଛି ପୁନରୁଦ୍ଧାର। ସେହି ସମୟର ପ୍ରାକୃତିକ ବିପର୍ଯ୍ୟକୁ ନେଇ ନିର୍ମିତ ହୋଇଛି ଫିଲ୍ମ କେଦାରନାଥ। ଅଭିଷେକ କପୁରଙ୍କ ନର୍ଦ୍ଦେଶିତ ଏହି ଫିଲ୍ମରେ ଅଛନ୍ତି ସୁଶାନ୍ତ ସିଂ ରାଜପୁତ ଓ ସାରା ଅଲ୍ଳୀ ଖାନ। ଏହି ଫିଲ୍ମ  ଜରିଅାରେ ସାରା ଅଲ୍ଲୀ ଖାନ ବଲିଉଡରେ ଏଣ୍ଟ୍ରି କରିଛନ୍ତି। ଅନେକ ବିବାଦ ପରେ ଫିଲ୍ମଟି କାଲି ରିଲିଜ ହେବାକୁ ଯାଉଛି । ଏଥିରେ ସୁଶାନ୍ତ ମଂସୁର ଓ ସାରା ମୁକ୍କୁର ଚରିତ୍ରରେ ନଜର ଆସିବେ ।

ଏହି ସିନେମାଟି ପାଂଚ ବର୍ଷ ପୂର୍ବେ କେଦାରନାଥରେ ଅାସିଥିବା ଜଳ ପ୍ରଳୟ ଉପରେ ପର୍ଯ୍ୟବେଶିତ। ଏହି ଜଳ ପ୍ରଳୟରେ କେଦାରନାଥ ମନ୍ଦିରର କୌଣସି କ୍ଷତି ହୋଇନଥିଲା। ଫିଲ୍ମଟିରେ ଗୌରୀ କୁଣ୍ଡରୁ କେଦାରନାଥ ଧାମର ସେଇ ୧୪ କିଲୋମିଟର ରାସ୍ଥା ହିଁ ରହିଛି । ଏହା ଜଣେ ଏମିତି ଲୋକର କାହାଣୀ ଯିଏ ଗୌରୀ କୁଣ୍ଡ ଓ କେଦାରନାଥ ରାସ୍ତାରେ ଦିନ ମଜୁରିଆ ଭାବରେ  କାମ କରୁଥିଲେ।  ସେତେବେଳେ ସେ ଜଣେ ବ୍ୟକ୍ତିକୁ ନେଇ କେଦାରନାଥ ଯାଉଥିଲା ଓ ସେତେବେଳେ ବିପର୍ଯ୍ୟୟ ହୋଇ ରାସ୍ଥା ଭାଙ୍ଗି ଯାଇଥିଲା । କେଦାରନାଥଙ୍କ ଦର୍ଶନ ପାଇଁ ଆସିଥିବା ଏକ ଝିଅ ମଧ୍ୟ ଏହି ବିପର୍ଯ୍ୟୟ ମଧ୍ୟରେ ଫସି ଯାଇଥିଲେ। ସେତେବେଳେ ଏହି ପୁଅଟି ନିଜ ଜୀବନକୁ ପାଣି ଛଡ଼ାଇ ଝିଅଟିର ଜୀବନ ବଂଚାଇଲା ପରେ ସେମାନଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିଲା ।

ଏହି କେଦାରନାଥ ସିନେମାଟି ଏହି ବର୍ଷ ମଧ୍ୟରେ ରିଲିଜ ହେବାର ଥିବା ବେଳେ ନିର୍ଦ୍ଦେଶକ ଓ ପୂର୍ବ ନିର୍ମାତାଙ୍କ ମଧ୍ୟରେ ବାଦ ବିବାଦକୁ ନେଇ ରିଲିଜ ହୋଇପାରିନଥିଲା । କୋର୍ଟରେ ପରସ୍ପର ମଧ୍ୟରେ ଆଲୋଚନା କରିବାକୁ ନିର୍ଦ୍ଦେଶ ଦେଲେ ଓ ପରେ ନିର୍ମାତାରୋନି କୃୱାଲା ଆସିବାର ସିନେମା ରିଲିଜ ହେଉଛି । ୪୫ କୋଟି ଟଙ୍କାରେ ଏହି ଫିଲ୍ମ ନିର୍ମାଣ ହୋଇଛି। ସେନ୍ସର କେଦାରନାଥ କୁ ୟ,/ଏ ସାର୍ଟିଫିକେଟ ଦେଇଛି। ସିନେମାଟ ୨୦୦୦ ସ୍କ୍ରିନରେ ରିଲିଜ ହେବାକୁ ଯାଉଛି।

ଟ୍ରେଡ଼ ବିଶେଷଜ୍ଞ କହିବା ଅନୁଯାୟୀ ସିନେମାଟି ପ୍ରଥମ ଦିନରେ ଚାରିରୁ ଛଅ କୋଟି ଆଦାୟ ବ୍ୟବସାୟ କରିବାର ଅନୁମାନ କରାଯାଉଛି। କାରଣ ଏହି ସମୟରେ ଅନ୍ୟପଟେ ସିନେମା ଘରେ ୨.୦ ଧମାଲ କରୁଛି ଯାହାର ପ୍ରଭାବ କେଦାରନାଥ ଉପରେ ପଡ଼ିବ ।  

Subscribe

National International State Sports Entertainment