ବଲିଉଡ ଅଭିନେତ୍ରୀ ନିମରତ କୌରଙ୍କୁ ଡେଟ୍ କରୁଛନ୍ତି କୋଚ୍ ରବି ଶାସ୍ତ୍ରୀ ?
Khabar Odisha:nimrat-kaur-dating-indian-cricket-coach-ravi-shastri
ନୂଆଦିଲ୍ଲୀ,ସେପ୍ଟେମ୍ବର୦୩(ଖବର ଓଡ଼ିଶା):

ଗୋଟିଏ ପଟେ ଭାରତ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ୩-୧ରେ ପଛୁଆ ଥିବା ବେଳେ ଦଳ ପାଖରେ ସିରିଜ୍ ଜିତିବାର କୌଣସି ରାସ୍ତା ନାହିଁ।  ଏବେ ଟିମ୍ ଇଣ୍ଡିଆର ପରାଜୟ ପରେ  କୋଚ୍ ରବି ଶାସ୍ତ୍ରୀଙ୍କୁ ସମାଲୋଚନା କରାଯାଉଛି।  ଏହା ମଧ୍ୟରେ ଶାସ୍ତ୍ରୀଙ୍କ ପ୍ରେମ ସଂପର୍କକୁ ନେଇ ମିଡିଆରେ ଏବେ ଖୁବ୍ ଚର୍ଚ୍ଚା ଚାଲିଛି।  

ବଲିଉଡ଼ ଓ କ୍ରିକେଟ୍ ଜଗତର ସଂପର୍କ ବହୁତ ପୁରୁଣା। ଅନେକ ଅଭିନେତ୍ରୀ ଭାରତ ଏବଂ ବିଦେଶୀ କ୍ରିକେଟରଙ୍କ ସଂପର୍କରେ ରହି ଆସିଛନ୍ତି। ଏହା ସହିତ ଅନେକ ଅଭିନେତ୍ରୀ କ୍ରିକେଟରଙ୍କୁ ବିବାହ ମଧ୍ୟ କରିଛନ୍ତି।  ଯେବେ କୌଣସି କ୍ରିକେଟର ଓ ବଲିଉଡ ଅଭିନେତ୍ରୀ ନାମ ଯୋଡ଼ି ହୋଇଯାଏ ତେବେ ଚର୍ଚ୍ଚା ବହୁତ ହୋଇଥାଏ। ଏବେ ଏମିତି ଏକ ଖବର ଚାରିଆଡ଼େ ପ୍ରସାରିତ ହୋଇଛି।

ଶୁଣିବାକୁ ମିଳୁଛି ଯେ ଭାରତୀୟ କ୍ରିକେଟ୍ ଦଳର କୋଚ୍ ରବି ଶାସ୍ତ୍ରୀଙ୍କ ସହିତ ଗତ ୨ ବର୍ଷରୁ ‘ଲଞ୍ଚ ବକ୍ସ’ ଫେମ ଅଭିନେତ୍ରୀ ନିମରତ କୌରଙ୍କୁ ଏକାଠି ଦେଖିବାକୁ ମିଳୁଛି। କିଛି ଖବର ମୁତାବକ ଗତ ଦୁଇ ବର୍ଷରେ ରବି ଶାସ୍ତ୍ରୀ ଓ ନିମରତ କୌର କେବଳ ପରସ୍ପରକୁ ଡେଟ୍ କରୁ ନାହାନ୍ତି ବରଂ ଏହି ଖବରକୁ ଲୁଚାଇବାରେ ମଧ୍ୟ ସଫଳ ହୋଇଛନ୍ତି। 

ଏହି ଦୁଇ ଜଣଙ୍କୁ ପ୍ରଥମ ଥର ୨୦୧୬ରେ ଏକାଠି ଦେଖିବାକୁ ମିଳିଥିଲା। ଏକ ଲଗଜରୀ କାର ନିର୍ମାତାକାରୀ କମ୍ପାନୀ ୨୦୧୫ରେ ଶାସ୍ତ୍ରୀ ଓ ନିମରତ କୌରଙ୍କୁ ପ୍ରତ୍ୟେକ ବର୍ଷ କାର ଲଞ୍ଚ ଅବସରରେ ଡକାଇଥାଏ। ଏବେ ଦେଖିବା ବାକି ରହିଲା ଯେ ଯଦି ଏହି ଖବରରେ କୌଣସି ସତ୍ୟତା ଥାଏ ତେବେ ଉଭୟ କେବେ ଏହେ ସଂପର୍କକୁ ସ୍ଵୀକାର କରିବେ। 

  • Tags:

Subscribe

National International State Sports Entertainment