ଏମ୍ ଏସ୍ ଧୋନୀ ପାର୍ଟ-୨ ରେ ନଜର ଆସିବେ ସୁଶାନ୍ତ ସିଂ, କାହାଣୀରେ ରହିବ ଏମିତି କିଛି ଦୃଶ୍ୟ
Khabar Odisha:ms-dhoni-the-untold-story-sequel-sushant-singh-rajput-will-play-role
ନୂଆଦିଲ୍ଲୀ, ଜୁଲାଇ ୦୫(ଖବର ଓଡିଶା) :

୨୦୧୬ରେ ଧୋନୀଙ୍କ ଜୀବନି ଉପରେ ଅାଧାରିତ ଫିଲ୍ମ ଏମ ଏସ୍ ଧୋନି, ଦ ଅନଟୋଲଡ୍ ଷ୍ଟୋରି ପରେ ଏହାର ସିକ୍ୱଲ୍ ତିଆରି ହେବାକୁ ଯାଉଛି । ଏହି ଫିଲ୍ମ ବକ୍ସ୍ ଅଫିସରେ ଧମାଲ କରିଥିଲା । ଚଳଚିତ୍ରରେ ଧୋନୀଙ୍କର ଭୂମିକାରେ  ସୁଶାନ୍ତ ସିଂହ ରାଜପୁତ ନଜର ଆସିଥିଲେ । ସୂଚନା ମୁତାବକ, ମହେନ୍ଦ୍ର ସିଂ ଧୋନୀଙ୍କ ଉପରେ ସିକ୍ୱେଲ ତିଆରି ହେବାକୁ ଯାଉଛି । ଏଥର କିନ୍ତୁ ଧୋନୀଙ୍କର ବ୍ୟକ୍ତିଗତ ଜୀବନି ଉପରେ ଅଧିକ କେନ୍ଦ୍ରୀଭୂତ କରାଯାଇଛି। କେବଳ ସେତିକି ନୁହେଁ ୨୦୧୫ରେ ହୋଇଥିବା ବିଶ୍ଵକପରେ ଟିମ୍ ଇଣ୍ଡିଆର ସେମିଫାଇନାଲ୍ ପହଂଚିବା ପର୍ଯ୍ୟନ୍ତ ଯାତ୍ରାକୁ ଦେଖାଯିବ । ସୁଶାନ୍ତ ସିଂହ ରାଜପୁତ, ଦିଶା ପାଟାନି, କିୟାରା ଆଡଭାନି, ଏବଂ ଅନୁପମ ଖେର ପ୍ରମୁଖ ଭୁମିକାରେ ନଜର ଆସିବେ ।

ପୂର୍ବଥର ଧୋନୀଙ୍କର ବ୍ୟକ୍ତିଗତ ଜୀବନି ଉପରେ ଜଡିତ କେତେକ ଅଂଶ ସ୍କ୍ରିନରେ ନଜର ଆସିନଥିଲା । ସେଥିପାଇଁ ଏଥର ଫ୍ୟାନ୍ ମାନେ ସେହିସବୁ ଜିନିଷ ଦେଖିବେ ବୋଲି ଆଶା ରଖିଛନ୍ତି । ଫ୍ୟାନ୍ଏ ମାନେ ଏକଥା ଜାଣି ନଥିବେ ଯେ ଧୋନୀଙ୍କର ଆଉ ଜଣେ ବଡ ଭାଇ ଅଛନ୍ତି । ଫିଲ୍ମରେ କେଉଁଠାରେ ବି ତାଙ୍କ ଭାଇ ଏବଂ ତାଙ୍କ ପରିବାରକୁ ଦେଖାଯାଇ ନାହିଁ। ଫିଲ୍ମରେ କେବଳ ତାଙ୍କ ବଡ ଭଉଣୀ ଜୟନ୍ତୀଙ୍କ ବିଷୟରେ ଦେଖାଯାଇଥିଲା । ତାଙ୍କ ସଫଳତା ପଛରେ ଜୟନ୍ତୀଙ୍କ ମହତ୍ୱପୂର୍ଣ ଭୂମିକା ଥିଲା । ଧୋନୀଙ୍କର ବଡ ଭାଇଙ୍କର ନାମ ନରେନ୍ଦ୍ର ସିଂ ଧୋନୀ । ନରେନ୍ଦ୍ରଙ୍କର ଜନ୍ମ ୨୨ ଅକ୍ଟୋବର ୧୯୭୧ରେ ହୋଇଥିଲା ଏବଂ ସେ ଧୋନୀଙ୍କଠାରୁ ୧୦ ବର୍ଷ ବଡ ।

ନରେନ୍ଦ୍ର ସିଂ ଧୋନୀ ପେଶାରେ ସମାଜବାଦୀ ପାର୍ଟିର ଜଣେ କାର୍ଯ୍ୟକର୍ତା । ନଭେମ୍ବର ୨୦୦୭ରେ ତାଙ୍କ ବିବାହ ହୋଇଥିଲା । ଏବେ ସେ ତାଙ୍କ ପତ୍ନୀ ଏବଂ ୨ ପିଲାଙ୍କ ସହ ରାଂଚିରେ ରହୁଛନ୍ତି । ଧୋନୀ ଯେତେବେଳେ ୧୦ ବର୍ଷର ହୋଇଥିଲେ ନରେନ୍ଦ୍ର ଘର ଛାଡି ଦେଇଥିଲେ କିନ୍ତୁ ପରିବାର ସହ ତାଙ୍କର କୌଣସି ମତଭେଦ ହୋଇ ନଥିଲା । ସେ ତାଙ୍କର ପରିବାର ସହ ଏବେବି ଦେଖା କରିବାକୁ ଆସୁଛନ୍ତି ।  

  • Tags:

Subscribe

National International State Sports Entertainment