କଙ୍ଗନାଙ୍କର ଜବରଦସ୍ତ ଆକ୍ସନରେ ପୂର୍ଣ୍ଣ ମଣିକର୍ଣ୍ଣିକାର ଟ୍ରେଲର ରିଲିଜ୍
Khabar Odisha:manikarnika-official-teaser-out-on-gandhi-jayanti-kangana-ranaut-action-powerful-impact
ନୂଆଦିଲ୍ଲୀ, ଅକ୍ଟୋବର ୦୨ (ଖବର ଓଡିଶା) :

କଙ୍ଗନା ରାଣାୱତଙ୍କର ଆଗାମୀ ସିନେମା ମଣିକର୍ଣ୍ଣିକା : ଦ କ୍ୱିନ୍ ଅଫ୍ ଝାନ୍ସିର ଟ୍ରେଲର ରିଲିଜ ହୋଇ ସାରିଛି । ଗାନ୍ଧୀ ଜୟନ୍ତୀ ଅବସରରେ ଏହି ଫିଲ୍ମ ରିଲିଜ କରାଯାଇଛି । ତେବେ, ୨୦୧୯ ଜାନୁୟାରୀ ୨୫ରେ ଏହି ଫିଲ୍ମ ରିଲିଜ ହେବାକୁ ଯାଉଛି । ଟ୍ରେଲରରେ କଙ୍ଗନା ଜବଦସ୍ତ ଆକ୍ସନ୍ ଅବତାରରେ ଦର୍ଶକଙ୍କୁ ଦେଖିବାକୁ ମିଳିବେ । ଦୁଇ ମିନିଟ୍ ଟ୍ରେଲର ଆରମ୍ଭରେ ଅମିତାଭ ବଚ୍ଚନଙ୍କ ଦମଦାର ସ୍ୱର ଶୁଣିବାକୁ ମିଳିବ । 

ଏଥିରେ ଅମିତାଭ କହୁଛନ୍ତି ଯେ, ଭାରତ ବର୍ଷ ହେଉଛି ମହାନ ସଭ୍ୟତା ଯେଉଁଠାରେ ମାଟି ସ୍ୱର୍ଣ୍ଣ ସଦୃଶ । ହୃଦୟର କବାଟ ପ୍ରତ୍ୟେକ ଅତିଥିଙ୍କ ପାଇଁ ଖୋଲା ଥିଲା । ଦିନେ ଏହି କବାଟ ଦେଇ ପଶି ଆସି ଥିଲେ କିଛି କ୍ରୂର ସଇତାନ । ସେହି ସମୟରେ ଏହି ଦେଶର ଭୂ ଗର୍ଭରୁ ଉଠି ଠିଆ ହୋଇଥିଲା ମଣିକର୍ଣ୍ଣିକା । ଟିଜରରେ କଙ୍ଗନା ରାଣୀ ଝାନ୍ସିଙ୍କର ଭୂମିକାରେ ଯୁଦ୍ଧ କ୍ଷେତ୍ରରେ ଇଂଗ୍ରେଜମାନଙ୍କୁ ଧୂଳି ଚଟାଉ ଥିବା ନଜର ଆସିଛନ୍ତି ।

ଏହା ପୂର୍ବରୁ ଆଶୁତୋଶ ଗୋୱାରିଙ୍କର ନିର୍ଦ୍ଦେଶିତ ସିନେମା ଅମିର ଖାନଙ୍କର ବହୁ ଚର୍ଚ୍ଚିତ ଫିଲ୍ମ ଲଗାନରେ ମଧ୍ୟ ଅମିତାଭଙ୍କ ସ୍ୱର ବ୍ୟବହାର କରାଯାଇଛି । କଙ୍ଗନା ଏଥିରେ ବହୁତ ପରିଶ୍ରମ କରିଛନ୍ତି । ମଣିକର୍ଣ୍ଣିକା ଫିଲ୍ମ ଜାତୀୟ ପୁରସ୍କାର ପ୍ରାପ୍ତ କୃଷ ଜଗାରଲାଙ୍କ ନିର୍ଦ୍ଦେଶନାରେ ନିର୍ମିତ । ଏହି ଫିଲ୍ମର ଶ୍ରେୟ ନେବା ପାଇଁ ତାଙ୍କୁ ପଚରା ଯାଇଥିବା ବେଳେ ସେ ମନା କରିଛନ୍ତି । 

Subscribe

National International State Sports Entertainment