ରିଲିଜ ହେବା ଅପେକ୍ଷାରେ ହରର ସିନେମା ‘ଲୁପ୍ତ’
Khabar Odisha:lupt-movie-review-javed-jaffrey-horror-movie
ମୁମ୍ବାଇ, ଅକ୍ଟୋବର ୪ (ଖବର ଓଡିଶା)

ସୁପର ନ୍ୟାଚୁରାଲ ଫିଲ୍ମ ‘ଲୁପ୍ତ’ ଆଜିର ସମୟରେ ଭାରି ଚର୍ଚ୍ଚାରେ ରହିଛି । ଏହା ଏକ ହରର ସିନେମା ହୋଇଥିବାରୁ ଦର୍ଶକଙ୍କକ ମନରେ ଏହାକୁ ନେଇ ଆଗ୍ରହ ସୃଷ୍ଟି ହେବାର ସମ୍ଭାବନା ରହିଛି । ତେବେ ସବୁଠାରୁ ଖୁସି ଖବର ହେଊଛି ଯେ, ଏହି ସନେମାଟିକୁ  ପ୍ରସିଦ୍ଧ ଫିଲ୍ମ ନିର୍ମାତା ରାମ ଗୋପଲ ବର୍ମା ତିଆରି କରୁଛନ୍ତି । ୧୫ ବର୍ଷ ତଳର ହରର ସନେମା ଭୂତର ଫେମସ ଗୀତ ‘ଭୂତ ହୁଁ ମେ’ କୁ ପୁଣି ଥରେ ଏହି ସିନେମାରେ ଉପସ୍ଥାପନା କରାଯିବ । ଜଭେଦ ଜାଫ୍ରି, ବିଜୟରାଜ, , କରନ ଆନନ୍ଦ ଏବଂ ମିନାକ୍ଷୀ ଦିକ୍ଷିତଙ୍କ ଅଭିନୀତ ଲୁପ୍ତ ହେଉଛି । 

ଏହି ସିନେମା ଏପରି ଏକ ପରିବାରର କାହାଣି , ଯେଉଁମାନେ କି, ଏକ ଯାତ୍ରା କାଳରେ ଭିନ୍ନ ଭିନ୍ନ ଘଟଣାକୁ ସାମ୍ନା କରୁଥିବାର ଦେଖିବାକୁ ମିଳୁଛି । ଏହି ସମୟରେ ଉକ୍ତ ପରିବାର ସହ କିଛି ଆଶ୍ଚର୍ଯ୍ୟ ଘଟଣାମାନ ଘଟୁଛି । ଏହା ଏକ ହରର ସନେମା ହୋଇଥିବାରୁ ଦର୍ଶକ ମହଲରେ ବେଶ ଆଦୃତ ହୋଇପାରିବ ବୋଲି ନିର୍ଦ୍ଦେଶକ ଆଶା ରଖିଛନ୍ତି । ଶବିନା ଖାନ ଏହି ସିନେମାରେ ଗୀତ ‘ଭୁତ ମେ ହୁଁ’ ର କୋରିଓଗ୍ରାଫି କରିଛନ୍ତି । ଏହି ଫିଲ୍ମ ମାଧ୍ୟମରେ ନିର୍ଦ୍ଦେଶନା କ୍ଷେତ୍ରରେ ଡେବ୍ୟୁ କରିଛନ୍ତି ପ୍ରଭୁରାଜ  । 

ପ୍ରଭୁରାଜ ୨୦୦୦ ମସିହାରେ ନିର୍ଦ୍ଦେଶକ ରାମଗୋପାଳ ବର୍ମାଙ୍କ ଫିଲ୍ମ ‘ଜଙ୍ଗଲ’ରେ ଏରିଆ ମ୍ୟାନେଜର ଭାବେ ନିଜର କ୍ୟାରିୟର ଆରମ୍ଭ ହୋଇଥିଲା । ସେତବେଳେ ସେ ପ୍ରଭୁରାଜଙ୍କୁ କହିଥିଲେ ସେ ଯେତବେଳେ ନିର୍ଦ୍ଦେଶନାରେ ପାଦ ରଖିବେ ସେ ତାଙ୍କ ସହିତ କାମ କରିବେ । ଲୁପ୍ତ ବକ୍ସ ଅଫିସରେ ଅକ୍ଟୋବର ୫ରେ ରିଲିଜ ହେବ । 

Subscribe

National International State Sports Entertainment