ଜନ୍ମଦିନ ଅବସରରେ ଶାହାରୁଖ ଖାନଙ୍କୁ ଖାସ୍ ଅନ୍ଦାଜରେ ଶୁଭେଚ୍ଛା ଜଣାଇଲେ ଫ୍ୟାନ୍ସ ଏବଂ ବଲିଉଡ୍ ତାରକା
Khabar Odisha:karan-johar-wish-happy-birthday-shahrukh-khan-with-a-nice-picture
ମୁମ୍ବାଇ, ନଭେମ୍ବର ୦୨ (ଖବର ଓଡିଶା) :

ଆଜି ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ଜନ୍ମଦିନ । ଏହି ଅବସରରେ ତାଙ୍କୁ ଫ୍ୟାନ୍ସ ଏବଂ ବହୁ ସିନେ ତାରକା ଶୁଭେଚ୍ଛା ଜଣାଇଛନ୍ତି । ଶାହରୁଖ ୫୩ତମ ଜନ୍ମଦିନ ପାଳନ କରୁଛନ୍ତି । ଶାହରୁଖଙ୍କ ଜନ୍ମଦିନରେ ଫ୍ୟାନ୍ସମାନେ ତାଙ୍କ ଘର ବାହରେ ଶୁଭେଚ୍ଛା ଜଣାଇବା ପାଇଁ ଅପେକ୍ଷା କରିଥିଲେ । ଏହାପରେ ସେ ନିଜ ଘରର ଛାତ ଉପରୁ ବାଲକୋନି ନିକଟରେ ଆସି ସେମାନଙ୍କୁ ଅଭିବାଦନ କରିଥିଲେ । ସାଧାରଣ ଜନତା ଠାରୁ ନେଇ ସିନେ ତାରକାଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । 

ସୂଚନାନୁଯାୟୀ, ତାଙ୍କ ବନ୍ଧୁ କରଣ ଜୋହାର ମଧ୍ୟ ତାଙ୍କୁ ଶୁଭକାମନା ଜଣାଇଛନ୍ତି । ସେ କହିଛନ୍ତି କି, ହାପି ବାର୍ଥ ଡେ ଭାଇ । ୨୫ ବର୍ଷ ହେବ ଶାହରୁଖ ଏବଂ ଗୌରୀ ତାଙ୍କ ଜୀବନରେ ଅଛନ୍ତି ।  ଏହି ଶୁଭେଚ୍ଛା ସହ ତାଙ୍କର ଆଗାମୀ ଫିଲ୍ମ ଜିରୋକୁ ନେଇ କହିଛନ୍ତି କି, ଏହା ସବୁଠୁ ବଡ ବ୍ଲକବଷଯଟର ଫିଲ୍ମ । 

ତେବେ ତାଙ୍କର ଜନ୍ମଦିନର କିଛି ଫଟୋ ସୋସିଅଲ ମିଡିଆରେ ଦେଖିବାକୁ ମିଳି ଥିଲା ଯେଉଁଥିରେ ତାଙ୍କ ପତ୍ନୀ ଗୌରୀ ଅଛନ୍ତି ।  

୧୯୬୫ ନଭେମ୍ବର ୦୨ରେ ଜନ୍ମ ଗ୍ରହଣ କରିଥିବା ଶାହାରୁଖ ୧୯୮୮ରେ ନିଜ କ୍ୟାରିଅର ଆରମ୍ଭ କରିଥିଲେ । ଏହାପରେ ସେ ସର୍କଶ, ଇଡିଏଟ୍, ଉମ୍ମୀଦ, ଭଳି ଟିଭି ସିରିଅଲରେ କାମ କରୁଥିଲେ । ପରେ ସେ ମୁମ୍ବାଇ ଆସି ହେମା ମାଳିନୀଙ୍କ ସହାୟତାରେ ଫିଲ୍ମରେ କାମ କରିବା ଆରମ୍ଭ କରିଥିଲେ । 

Subscribe

National International State Sports Entertainment