୧୫୪କୋଟି ଟଙ୍କାରେ ନିର୍ମିତ “ଦ ନନ”ର ରୋଜଗାର ୯୪୩କୋଟି ଛୁଇଁଲା
Khabar Odisha:horror-film-the-nun-breaks-several-box-office-records-worldwide-collection-tmov
ନୂଆଦିଲ୍ଲୀ, ସେପ୍ଟେମ୍ବର ୧୧ (ଖବର ଓଡିଶା) :

ହଲିଉଡର ହରର ଫିଲ୍ମ ଦ ନନ ବକ୍ସ ଅଫିସରେ ଦମଦାର ରୋଜଗାର କରିଛି । ଦ ନନ କଞ୍ଜୁରିଙ୍ଗ ଫ୍ରାନଚାଇଜର ୫ମ ଫିଲ୍ମ । ହରର ଜୋନର ଦର୍ଶକମାନଙ୍କୁ ଏହି ଫିଲ୍ମ କାଫି ପସନ୍ଦ ଆସିଛି । ଏହି ଫିଲ୍ମ ଗୋଟିଏ ସପ୍ତାହରେ ନିଜ ଖର୍ଚ୍ଚ ଅପେକ୍ଷା ୬ଗୁଣ ଅଧିକ ରୋଜଗାର କରିବାରେ ସକ୍ଷମ ହୋଇ ପାରିଛି । ଫୋର୍ବ୍ସ ରିପୋର୍ଟ ମୁତାବକ, ୧୫୮.୪ କୋଟି ବଜେଟରେ ନିର୍ମିତ ଦ ନନ ପ୍ରଥମ ସପ୍ତାହରେ ୯୪୩.୨ କୋଟି ଟଙ୍କା ରୋଜଗାର କରି ସାରିଲାଣି । ଆରମ୍ଭରେ ଏହା ୩୮୫.୨କୋଟି କଲେକସନ୍ କରିଥିଲା । ଭାରତୀୟ ବଜାରରେ ଏହା ଧୁମ ମଚୋଉଛି । 

ସୂଚନାନୁଯାୟୀ, ଭାରତୀୟ ବଜାରରେ ଏହା ପ୍ରଥମରୁ ୮କୋଟି ଟଙ୍କାରେ ରୋଜଗାର କରିଥିଲା । ଏହା ସହ ରିଲିଜ ହୋଇଥିବା ୩ଟି ଫିଲ୍ମ ପଲଟନ, ଲୈଲା ମଜୁନୁ ଏବଂ ଗଲି ଗୁଲିୟାଁକୁ ଏହା ପଛରେ ପକାଇଛି । ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶଙ୍କ ମୁତାବକ, ଭାରତୀୟ ବଜାରରେ ଆରମ୍ଭ ସପ୍ତାହରେ ସମୁଦାୟ ୨୮.୫୦କୋଟି ଟଙ୍କାର ରୋଜଗାର ହୋଇଥିଲା । ରବିବାରରେ ରଖାଯାଇତିବା ପ୍ରିଭ୍ୟୁ ସୋଜରେ ୩୦ଲକ୍ଷ ରୋଜଗାର ହୋଇଥିଲା । ଏହା ଶୁକ୍ରବାର ଦିନ ୮କୋଟି ରୋଜଗାର କରିଥିବା ସମୟରେ ଶନିବାର ଦିନ ୧୦.୨୦କୋଟି ଏବଂ ରବିବାର ଦିନ ୧୦କୋଟି ରୋଜଗାର କରିଥିଲା । ଭାରତର ୧୬୦୩ଟି ସ୍କ୍ରିନରେ ଏହାକୁ ରିଲିଜ କରାଯାଇଛି । 

ଏହି ଫିଲ୍ମ ଭୂତ କାହାଣୀ ଉପରେ ଆଧାରିତ । ସୈତାନ ଏବଂ ଚର୍ଚ୍ଚ ମଧ୍ୟରେ ହୋଇଥିବା ସଙ୍ଘର୍ଷକୁ ଏହି ଫିଲ୍ମରେ ଦର୍ଶାଯାଇଛି । 

  • Tags:

Subscribe

National International State Sports Entertainment