ବଲିଉଡ ସେଲିବ୍ରିଟଙ୍କ ପ୍ରଥମ କରୱାଚୌଥ
Khabar Odisha:first-karwa-chauth-in-2018-of-bollywood-tv-actress
ମୁମ୍ବାଇ, ଅକ୍ଟୋବର ୨୭,(ଖବର ଓଡିଶା)

 ପ୍ରତ୍ୟକ ନାରୀ ସ୍ବାମୀଙ୍କ ଦୀର୍ଘ ଜୀବନ କାମନା କରି କରଓ୍ବାଚୈାଥ ବ୍ରତ ରଖିଥାନ୍ତି। ଖାଲି ଯେ ସାଧାରଣ ମହିଳା ଯେ ଏହି ବ୍ରତ କରିଥାନ୍ତି, ଏହା ନୁହେଁ  କରଓ୍ବାଚୈାଥ ପାଳନ କରିବାରେ ଅଭିନେତ୍ରୀମାନେ ମଧ୍ୟ ସାମିଲ ଅଛନ୍ତି। ଆଉ କେତେକ ଏପରି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଏବର୍ଷ ପ୍ରଥମ ଥର କରଓ୍ବାଚୈାଥ ପାଳିବେ।

ଅନୁଷ୍କା ଶର୍ମା-ବିରାଟ କୋହଲି

୨୦୧୭ଡିସେମ୍ବର ୧୧ରେ ଅନୁଷ୍କା ଶର୍ମା କ୍ରିକେଟର ବିରାଟ କୋହଲିଙ୍କୁ ଇଟାଲିରେ ବିବାହ କରିଥିଲେ। ବିରାଟ ଏବଂ ଅନୁଷ୍କାଙ୍କ ପରିବାର ଏହି ବିବାହକୁ ଆଗରୁ ସମସ୍ତଙ୍କୁ ଲୁଚାଇ ରଖିଥିଲେ। ବିବାହ ପରେ ଦୁଇଜଣ ଟ୍ବିଟରରେ ବିଧିବଦ୍ଧଭାବେ ଘୋଷଣା କରିଥିଲେ। ଆଜି ପ୍ରଥମ ଥର ଅନୁଷ୍କା ବିରାଟଙ୍କ ପାଇଁ କରଓ୍ବାଚୈାଥ କରୁଛନ୍ତି।

ସୋନମ କପୁର-ଆନନ୍ଦ ଆହୁଜା

୨୦୧୮ ମଇ ୭ତାରିଖରେ ସୋନମ କପୁର ଦିଲ୍ଲୀର ପ୍ରତିଷ୍ଠିତ ବ୍ୟବସାୟୀ ଆନନ୍ଦ ଆହୁଜାଙ୍କୁ ବିବାହ କରିଥିଲେ। ଦୁଇଜଣଙ୍କ ବିବାହ ପଞ୍ଜାବୀ ରୀତିନୀତିରେ ହୋଇଥିଲା। ଏହା ସୋନମଙ୍କ ପ୍ରଥମ କରଓ୍ବାଚୈାଥ ହେବ। ସୋନମଙ୍କ ସ୍ବାମୀ ଶାହୀ ଏକ୍ସପୋର୍ଟର ମାଲିକ ହରୀଶ ଆହୁଜାଙ୍କ ନାତି। ଆନନ୍ଦ ଏହି କମ୍ପାନୀର ମ୍ୟାନେଜିଂ ଡାଇରେକ୍ଟର।

ନେହା-ଅଙ୍ଗଦ

ନେହା ଧୁପିଆ ତାଙ୍କ ବୟଫ୍ରେଣ୍ଡ ଅଭିନେତା ଅଙ୍ଗଦ ବେଦୀଙ୍କୁ ୨୦୧୮ମଇ ୧୦ତାରିଖରେ ବିବାହ କରିଥିଲେ। ଦୁଇଜଣ ଦିଲ୍ଲୀର ଏକ ଗୁରୁଦ୍ବାରରେ ଲୁଚିଛପି ବିବାହ କରିଥିଲେ। ଏହା ତାଙ୍କର ପ୍ରଥମ କରଓ୍ବାଚୈାଥ । କିନ୍ତୁ ବର୍ତ୍ତମାନ ସେ ଗର୍ଭବତୀ ଥିବାରୁ କରଓ୍ବାଚୈାଥ ନକରିପାରନ୍ତି।

ଭାରତୀ ସିଂହ –ହର୍ଷ ଲିମ୍ବାଚିଆ

କମେଡ଼ିଆନ୍ ଭାରତୀ ସିଂହ ଏବଂ ଲେଖକ ହର୍ଷ ଲିମ୍ବାଚିଆ ୨୦୧୭ ଡିସେମ୍ବର ୩ତାରିଖରେ ଗୋଆରେ ବିବାହ କରିଥିଲେ। ଏହି ଦୁଇ ଯୋଡ଼ିଙ୍କ ବିବାହ ବେଶ୍ ଆଡ଼ମ୍ବରରେ ହୋଇଥିଲା। ୧ରୁ ୩ଡିସେମ୍ବର ପର‌୍ୟ୍ୟନ୍ତ ଭାରତୀ ଏବଂ ହର୍ଷଙ୍କ ରୀତିନୀତି ଏବଂ ପାର୍ଟି ଚାଲିଥିଲା। ଭାରତୀଙ୍କ ଏଥର ପ୍ରଥମ କରୱାଚୌଥ।

ୟୁବିକା ଚୈାଧରୀ-ପ୍ରିନ୍ସ ନରୁଲା

ୟୁବିକା ଚୈାଧୁରୀ ଏବଂ ପ୍ରିନ୍ସ ନରୁଲା ଅକ୍ଟୋବର ୧୨ତାରିଖରେ ବିବାହ କରିଥିଲେ। ଅକ୍ଟୋବର ୨୧ତାରିଖରେ ଚଣ୍ଡିଗଡ଼ରେ ରିସେପସନ ଦେବା ପରେ ବର୍ତ୍ତମାନ ମାଳଦ୍ବୀପରେ ହନିମୁନ କରୁଛନ୍ତି। ବିବାହ ପରେ ଏହା ତାଙ୍କର ପ୍ରଥମ କରଓ୍ବାଚୈାଥ ହେବ।

Subscribe

National International State Sports Entertainment