ଦ ଆକ୍ସିଡେଣ୍ଟାଲ ପ୍ରାଇମିନିଷ୍ଟରର ନିର୍ଦ୍ଦେଶକ ବିଜୟ ଗୁଟେ ଗିରଫ
Khabar Odisha:film-the-accidental-prime-minister-director-vijay-gutte-arrested-by-gst-intelligence-wing
ମୁମ୍ବାଇ, ଅଗଷ୍ଟ ୦୩ (ଖବର ଓଡିଶା):

 ଦ ଆକ୍ସିଡେଂଟାଲ ପ୍ରାଇମିନିଷ୍ଟରର ନିର୍ଦ୍ଦେଶକ ବିଜୟ ଗୁଟେଙ୍କୁ ଜିଏସଟି ଇଂଟେଲିଜେନ୍ସ ଓ୍ଵିଙ୍ଗ ଗିରଫ କରିଛି । ତାଙ୍କ ଉପରେ ୩୪କୋଟି ଟଙ୍କା ଫର୍ଜରି ଅଭିଯୋଗ ରହିଛି। ତାଙ୍କ କମ୍ପାନୀ ବିଆରଜି ଡିଜିଟାଲ ହୋରାଇଜେନ ଆନିମେସନ ଏବଂ କର୍ମଚାରୀମାନଙ୍କ ସର୍ଭିସ ନେବା ନାମରେ ୨୬୬କୋଟି ଦେଇଥିଲେ । ସେ ଏହା ଉପରେ ୩୪ କୋଟି ଟଙ୍କା ଜିଏସଟି କ୍ରଡିଟର ଫର୍ଜି ଦସ୍ତାବିଜ ଦେଇ ଏହି ଟଙ୍କା ହାସଲ କରିବା ପାଇଁ ଚାହୁଁ ଥିଲେ । କିନ୍ତୁ ବାସ୍ତବରେ ବିଜୟ ଏହି କମ୍ପାନୀ ଠାରୁ କୌଣସି ସର୍ଭିସ ନେଇ ନଥିଲେ।

ହୋରାଇଜନ ନାମକ କମ୍ପାନୀ ବିରୁଦ୍ଧରେ ୧୭୦କୋଟି ଫର୍ଜି ଜିଏସଟି ମାମଲା ଚାଲୁଛି । ଏହିଭଳି ଭାବରେ କମ୍ପାନୀ ନିଜ କ୍ଲାଇଂଟକୁ ଫର୍ଜି ଜିଏସଟି ବିଲ ଦେଇ କୋଟି କୋଟି ଘୋଟାଲା କରୁଥିଲା । ବିଜୟ ମହାରାଷ୍ଟ୍ରର ରାଜନେତା ରତ୍ନାକର ଗୁଟେଙ୍କର ପୁଅ ଯାହାଙ୍କ ଉପରେ ୫୫୦୦ କୋଟି ଟଙ୍କାର ବ୍ୟାଙ୍କ ଘୋଟାଲା ଆରୋପ ରହିଛି । ଯାହାଫଳରେ ମହାରାଷ୍ଟ୍ରରେ ବିପକ୍ଷ ଦଳ ଏହି ଘୋଟାଲାରେ ଆରୋପ ଲଗାଇ ତାଙ୍କୁ ଛୋଟ ନୀରବ ମୋଦୀ ନାମ ଦେଇଛନ୍ତି ।

ବିଜୟ ରତ୍ନାକର ଗୁଟେଙ୍କର ଦ ଆକ୍ସିଡେଂଟାଲ ପ୍ରାଇମିନିଷ୍ଟର ପ୍ରଥମ ଫିଲ୍ମ ଥିଲା । ଫିଲ୍ମ ଡିସେମ୍ବର ୨୧ରେ ରିଲିଜ ହେବାକୁ ଯାଉଛି । ଫିଲ୍ମ ମନମୋହନଙ୍କର ପୂର୍ବତନ ମିଡିଆ ଉପଦେଶକ ସଞ୍ଜୟ ବାରୁଙ୍କ ବହି ଉପରେ ନିର୍ମିତ । ଫିଲ୍ମରେ ମନମୋହନଙ୍କ ଭୂମିକାରେ ଅନୁପମ ଖେର ଅଛନ୍ତି ଏବଂ ବାରୁ ଭୂମିକାରେ ଅକ୍ଷୟ ଖନ୍ନା ଏବଂ ଦିବ୍ୟା ସେଠ ଶାହା ମନମୋହନଙ୍କ ପତ୍ନୀ ଗୁରୁଶରଣ କୌରଙ୍କ ଭୂମିକାରେ ଅଛନ୍ତି ।

  • Tags:

Subscribe

National International State Sports Entertainment