ଓଡିଶାରୁ କନସର୍ଟ ସାରି ଫେରିବା ପରେ ସୋନୁ ନିଗମଙ୍କର ହେଲା ଏଭଳି ଅବସ୍ଥା
Khabar Odisha:entertainment-odisha-these-pics-of-sonu-nigam-goes-viral-on-social-media
ଭୁବନେଶ୍ୱର, ଫେବୃଆରୀ ୦୮ (ଖବର ଓଡିଶା) :

ବଲିଉଡ ଗାୟକ ସୋନୁ ନିଗମ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ । ସେ ଇନଷ୍ଟାଗ୍ରାମରେ ମଧ୍ୟ ସକ୍ରିୟ ଅଛନ୍ତି । ଏବେ ସେ ନିଜର ଏକ ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ଏଥିରେ ଆପଣ ତାଙ୍କୁ ଏଭଳି ଅବସ୍ଥାରେ ଦେଖି ହଇରାଣ ହୋଇଯିବ । ଏହି ଫଟୋରେ ତାଙ୍କର ଏକ ଆଖି ଫୁଲିଥିବାର ଦେଖାଯାଇଛି । 

ସୂଚନାଯୋଗ୍ୟ, ସୋନୁ ନିଗମ ଓଡିଶାର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିଲେ । ଏଠାରେ ସେ ସିଫୁଡ ଖାଇଥିଲେ । ଏହି ସି ଫୁଡ ଖାଇବା ପରେ ତାଙ୍କୁ ଆଲର୍ଜି ହୋଇଥିବା ଦେଖାଯାଇଛି । ଏଥିପାଇଁ ତାଙ୍କୁ ହସ୍ପଟାଲରେ ଭର୍ତି କରାଯାଇଛି । ସେ ଏହି ଫଟୋ ପୋଷ୍ଟ କରି କହିଛନ୍ତି କି, ଜୟପୁରର ଏକ କନସର୍ଟରେ ସେ ଯୋଗ ଦେଇଥିଲେ । ସେଠାରେ ସିଫୁଡ ଖାଇବା ଦ୍ୱାରା ଏଭଳି ଅବସ୍ଥା ହୋଇଛି । ସୋନୁ ନିଗମ କହିଛନ୍ତି କି, ଶିଖିବାର ମନୋବଳ ରହିଥିବା କାରଣରୁ ସେ ୨୫ ବର୍ଷ ତୁଳନାରେ ବହୁ ଭଲ ଗାୟକ ହୋଇ ପାରିଛନ୍ତି । ଅଖିଓଁ ସେ ଗୋଲି ମାରେ, ସାଥିଆ, ସନ୍ଦେଶ ଆତା ହୈ, ଆଦି ଗୀତ ତାଙ୍କର ବେଶ୍ ପ୍ରସିଦ୍ଧି ଲାଭ କରିଛି । 

ସେ ୪୦ ବର୍ଷ ହେବ ମଂଚ ଉପରେ ନିଜର କଳା ପ୍ରଦର୍ଶନ କରି ଆସୁଛନ୍ତି । ଏହି ସମୟରେ ତାଙ୍କ ମନରେ କେବେ ଅହଂ ଭାବ ଆସି ନାହିଁ । ସେ ଏବେ ରୟାଲ ଷ୍ଟାଗ ଭାଇରାଲ ସିଲେକ୍ଟ ଏମଟିଭି ଅନପ୍ଲେଗଡ ସିଜିନ ୮ରେ ଅଛନ୍ତି । ଏହା ଗାୟକ ଏବଂ କଳାକାରଙ୍କୁ ଗାଇବା ସହିତ ତାଙ୍କୁ ନୂତନ ରୂପ ଦେବାକୁ ସ୍ୱାଧୀନତା ଦେଇଥାଏ । 

Subscribe

National International State Sports Entertainment