ରିଲିଜ୍ ହେଲା ମେରେ ପ୍ୟାରେ ପ୍ରାଇମ ମିନିଷ୍ଟରର ଟ୍ରେଲର, ସୋସିଆଲ ମିଡିଆରେ ଭୁରି ଭୁରି ପ୍ରଶଂସା
Khabar Odisha:entertainment-odisha-rakeysh-omprakash-mehras-mere-pyare-prime-minister-trailer-is-out-now
ନୂଆଦିଲ୍ଲୀ, ଫେବୃଆରୀ ୧୧ (ଖବର ଓଡିଶା) :

 ବଲିଉଡରେ ସାମାଜିକ ବିଷୟରେ ଫିଲ୍ମ ନିର୍ମାଣ କରିବା କୋଣସୀ ନୂଆ କଥା ନୁହେଁ । ଏହି ଫିଲ୍ମ ଲୋକମାନଙ୍କ ମଧ୍ୟରେ ସଚେତନତା ଜାଗ୍ରତ କରେ । ତେବେ ଏଭଳି ଏକ ଫିଲ୍ମ ମାର୍ଚ୍ଚ ୧୫ରେ ରିଲିଜ ହେବାକୁ ଯାଉଛି । ରାକେଶ ଓମପ୍ରକାଶ ମେହେରାଙ୍କ ନିର୍ଦ୍ଦେଶନାରେ ନିର୍ମିତ ମେରେ ପ୍ୟାରେ ପ୍ରାଇମ ମିନିଷ୍ଟରର ଟ୍ରେଲର ଆଜି ରିଲିଜ ହୋଇଛି । ଏହି ଫିଲ୍ମ ଏକ ବସ୍ତି ଅଂଚଳର ଶିଶୁ ଉପରେ ଆଧାରିତ । ଫିଲ୍ମର ଟ୍ରେଲରକୁ ଫ୍ୟାନ୍ସମାନେ ବହୁ ପସନ୍ଦ କରିଛନ୍ତି । 

ଏକ ସାକ୍ଷାତକାରରେ ରାକେଶ କହିଛନ୍ତି କି, ପ୍ରଧାନମନ୍ତ୍ରୀଙ୍କ ପାଇଁ ସ୍ପେଶାଲ ସ୍କ୍ରିନିଙ୍ଗ ରଖିବା ଫ୍ୟାଶନ ହୋଇ ଗଲାଣି । କିନ୍ତୁ ସେଏଭଳି କିଛି କରୁ ନାହାଁନ୍ତି । ମୁଁ ଜାଣିଛି ସେ କେତେ ବ୍ୟସ୍ତ ରହୁଛନ୍ତି । ତାଙ୍କର ତିନି ଘଂଟା ଗୁରୁତ୍ୱପୂର୍ଣ୍ଣ । ଯଦି ସେ ଏହି ଫିଲ୍ମକୁ ଦେଖିବାକୁ ଚାହୁଂଛନ୍ତି ତେବେ ଦେଖି ପାରନ୍ତି । କିନ୍ତୁ ମୁଁ ତାଙ୍କ ପାଇଁ ସ୍ପେଶାଲ ସ୍କ୍ରିନିଙ୍ଗ ରଖିବି ନାହିଁ । 

ଏହି ଫିଲ୍ମ ବସ୍ତି ଅଂଚଳରେ ରହୁଥିବା ଏକ ଶିଶୁର । ତାର ମା ସହ ଦୁଷ୍କର୍ମ ହୋଇଥିବା ଦେଖାଯାଇଛି । ପିଲାଟି ନିଜର ମାକୁ ନ୍ୟାୟ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖୁଛି । ଏହି ପତ୍ରକୁ ପହଂଚାଇବା ପାଇଁ ସେ ଦିଲ୍ଲୀରେ ପହଂଚିଛନ୍ତି । ଏବେ ଫିଲ୍ମରେ କଣ ହୋଇଛି ତାହା ସମ୍ପୂର୍ଣ୍ଣ ଫିଲ୍ମ ଆସିବା ପରେ ଜଣା ପଡିବ । ତେବେ ମାର୍ଚ୍ଚ ୧୫ରେ ଫିଲ୍ମ ରିଲିଜ ହେବାକୁ ଯାଉଛି । 

Subscribe

National International State Sports Entertainment