ବକ୍ସ ଅଫିସରେ ଉରିର ଇତିହାସ, ଚତୁର୍ଥ ସପ୍ତାହରେ ମଣିକର୍ଣ୍ଣିକାକୁ ଦେଲା ଟକ୍କର
Khabar Odisha:entertainment-national-odisha-box-office-collection-of-uri-the-surgical-strike-breaks-the-record-on-fourth-week
ନୂଆଦିଲ୍ଲୀ, ଫେବୃଆରୀ ୦୪ (ଖବର ଓଡିଶା) :

ବର୍ଷ ଆରମ୍ଭରୁ ଲୋକଙ୍କ ମନରେ ରହିଥିବା ଉରି ଦ ସର୍ଜିକାଲ ଷ୍ଟ୍ରାଇକ ଚତୁର୍ଥ ସପ୍ତାହରେ ମଧ୍ୟ ନିଜର ବ୍ୟବସାୟ ଜାରି ରଖିଛି । ଚତୁର୍ଥ ସପ୍ତାହରେ ଫିଲ୍ମ ୧୮ କୋଟି ବ୍ୟବସାୟ କରିଛି। ଫିଲ୍ମ ଏପର୍ଯ୍ୟନ୍ତ ୧୮୯.୭କୋଟି ବ୍ୟବସାୟ କରି ସାରିଲାଣି । ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ନିଜ ଟ୍ୱିଟର ଆକାଉଂଟରେ ଫିଲ୍ମର ବ୍ୟବସାୟ ବିଷୟରେ ଆକଳନ କରି ଶେୟାର କରିଛନ୍ତି ଏବଂ କହିଛନ୍ତି କି, ବ୍ୟବସାୟର ଏହା ଏକ ନୂତନ ବ୍ୟବସାୟ । 

ତରଣ ଆଦର୍ଶ ଟ୍ୱିଟର ଆକାଉଂଟରେ ଫିଲ୍ମର ବ୍ୟବସାୟ ବିଷୟରେ କହିଛନ୍ତି କି, ପ୍ରଥମ ସପ୍ତାହରେ ୭୧.୨୬କୋଟି ଦ୍ୱିତୀୟ ସପ୍ତାହରେ ୬୨.୭୭କୋଟି, ତୃତୀୟ ସପ୍ତାହରେ ୩୭.୦୬ କୋଟି ଏବଂ ଚତୁର୍ଥ ସପ୍ତାହରେ ୧୮.୬୭କୋଟି ବ୍ୟବସାୟ କରି ସମୁଦାୟ ୧୮୯.୭କୋଟି ବ୍ୟବସାୟ କରିଛି । ତେବେ ଫିଲ୍ମ ୨୦୦କୋଟି ପର୍ଯ୍ୟନ୍ତ ପହଂଚିଯାଇଛି । ବହୁ ଅଙ୍କରେ ବ୍ୟବସାୟ କରି ଫିଲ୍ମ ଏକ ନୂତନ ବେଂଚ ସୃଷ୍ଟି କରିଛି । 

Subscribe

National International State Sports Entertainment