ବଲିଉଡ଼ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଘରେ ବଳପୂର୍ବକ ପଶିଲେ ଫ୍ୟାନ, ଦୁଇ ଘଣ୍ଟା ପର୍ଯ୍ୟନ୍ତ ଛପି ରହିଲେ
Khabar Odisha:entertainment-Odisha-bollywood-man-breaks-into-akshay-kumar-building-arrested
ଭୁବନେଶ୍ୱର ,ଫେବୃଆରୀ ୦୮(ଖବର ଓଡ଼ିଶା) :

 ବଲିଉଡ ଖିଲାଡି ଅକ୍ଷୟ କୁମାରଙ୍କ କୋଠାକୁ ବଳପୂର୍ବକ ପଶିବାକୁ ଉଦ୍ୟମ  କରୁଥିବା ଜଣେ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି। ଉକ୍ତ ବ୍ୟକ୍ତି ଜଣକ କୋଠା ସହ ଲାଗି ରହିଥିବା ଏକ ଗଛରେ ପାଖାପାଖି ଦୁଇ ଘଣ୍ଟା ଛପି ରହିଥିଲା।

ସୂଚନା ମୁତାବକ ଅଙ୍କିତ ଗୋସ୍ଵାମୀ ନାମକ ଜଣେ ବ୍ୟକ୍ତି ଅକ୍ଷୟ କୁମାରଙ୍କୁ ଭେଟିବାକୁ ହରିୟାଣାରୁ ଚାଲି ଅାସିଥିଲେ।  ତା ପାଖରେ ପାଞ୍ଚ ହଜାର ଟଙ୍କା ଥିଲା । ମଙ୍ଗଳବାର ଦିନ ଅକ୍ଷୟ କୁମାରଙ୍କ ଘରେ ପହଞ୍ଚିବା ପରେ ଅଙ୍କିତକୁ ଗାର୍ଡ଼ ବାହାରୁ ହିଁ ମନା କରିଥିଲେ । ଏହା ପରେ ସେ ଏକ ଟେମ୍ପୁରେ ଚଢି ଯାଇଥିଲେ। ପୁଣି ଘର ପାଖରେ ଥିବା ଏକ ଗଛ ପଛରେ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଛପି ରହିଥିଲେ। ରାତି ପ୍ରାୟ 1ଟା 30 ପର୍ଯ୍ୟନ୍ତ  ବଳପୂର୍ବକ କୋଠାରେ ପଶିବାକୁ ଉଦ୍ୟମ କରିଥିଲେ।

ପରେ  ଅକ୍ଷୟ କୁମାରଙ୍କ ଘରେ ଜବରଦସ୍ତ ପଶିବାକୁ ଉଦ୍ୟମ କରୁଥିବା ଅଭିଯୋଗରେ ତାକୁ ପୋଲିସ ଗିରଫ କରିଛି । ସେହି ସମୟରେ ଅକ୍ଷୟ କୁମାର ନିଜ ବାସଗୃହରେ ଉପସ୍ଥିତ ନଥିଲେ । ସାକ୍ଷାତ କରିବାକୁ ଆସିଥିବା ଅଙ୍କିତର ବୟସ ୨୦ ବର୍ଷ । ସେ ପାଠପଢା ଛାଡ଼ିଦେଇଛି । ସେ ଅକ୍ଷୟ କୁମାରଙ୍କ ଏକ ଫ୍ୟାନ ହୋଇଥିବାରୁ ଇଣ୍ଟରନେଟରୁ ତାଙ୍କ ଘର ଠିକଣା ଖୋଜି ଦେଖା କରିବାକୁ ଆସିଥିଲା ।

Subscribe

National International State Sports Entertainment