“ଏକ ଲଡକି କୋ ଦେଖା ତୋ ଏସା ଲଗା”ର ଟ୍ରେଲର ରିଲିଜ, ଧମାଲ କରିବ ସୋନମ ଏବଂ ରାଜକୁମାରଙ୍କ ଯୋଡି
Khabar Odisha:ek-ladki-ko-dekha-toh-aisa-laga-title-song-is-released-now
ମୁମ୍ବାଇ, ଜାନୁଆରୀ ୦୯ (ଖବର ଓଡିଶା) :

ସୋନମ କାପୁରଙ୍କ ଫିଲ୍ମ “ଏକ ଲଡକି କୋ ଦେଖା ତୋ ଏସା ଲଗା”ର ଟ୍ରେଲର ରିଲିଜ ହୋଇଛି । ସୋନମ କପୁର ଏବଂ ଫିଲ୍ମର ଟିମ ଏହାର ଟାଇଟେଲ ଟ୍ରାକ ନିଜର ସୋଶିଆଲ ମିଡିଆ ଆକାଉଂଟରେ ଶେୟାର କରିଛନ୍ତି । ସୋନାମ ଏହି ଫିଲ୍ମର ଗୀତ ଶେୟାର କରି ଲେଖିଛନ୍ତି କି, ଏହି ଫିଲ୍ମକୁ ବିନା ଟ୍ରୁ ଲଭରେ ଅନୁଭବ କରି ହେବ ନାହିଁ । ଏହାର ଟ୍ରେଲର ରିଲିଜ ଡିସେମ୍ବର ୨୭ରେ ହୋଇଛି । ଟ୍ରେଲର ପୂର୍ବରୁ ଫିଲ୍ମର ଏକ ଟିଜର ଆସିଥିଲା । ତାହାକୁ ଦେଖି ଏହା ଏକ ଲଭ ଷ୍ଟୋରୀ ବୋଲି ଅନୁମାନ କରାଯାଉଛି । 

ଏହା ଫିଲ୍ମର ସବୁଠାରୁ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି କି, ଏହା ସମଲିଙ୍ଗୀ ଉପରେ ଆଧାରିତ । ଏଥିରେ ସୋନମ କପୁର ରାଜକୁମାରଙ୍କୁ ନୁହେଁ ବରଂ ଗୋଟିଏ ଝିଅକୁ ପ୍ରେମ କରୁଥିବାର ଦେଖିବାକୁ ମିଳିବ । ତେବେ ସୋନମଙ୍କ ପାର୍ଟନର କିଏ ରହିଛି ତାହା ଟ୍ରେଲରରେ ଦେଖାଯାଇ ନାହିଁ । 

ଶୈଳୀ ଚୋପ୍ରାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅନୀଲ କପୁରଙ୍କୁ ଦେଖିବାକୁ ମିଳିବ । ଏଥିରେ ଅନୀଲ କପୁର ଏବଂ ଜୁହୀ ଚୋପ୍ରାଙ୍କୁ ଦୀର୍ଘ ୯ ବର୍ଷ ପରେ ଏକ ସହ ଦେଖିବାକୁ ମିଳିଛି । ଫିଲ୍ମ ଫେବୃୟାରୀ ୧ରେ ରିଲିଜ ହେବ ବୋଲି ସୂଚନା ମିଳିଛି । 

Subscribe

National International State Sports Entertainment