ବିବାହ ପାଇଁ ଦୀପିକା ପାଦୂକୋନ କିଣିଲେ ମହଙ୍ଗା ମଙ୍ଗଳସୂତ୍ର, ଦାମ୍ ଶୁଣିଲେ ଆପଣଙ୍କର ଉଡିଯିବ ହୋସ୍
Khabar Odisha:deepika-padukone-s-bridal-mangalsutra-costs-rs-20-lakh
ମୁମ୍ବାଇ, ନଭେମ୍ବର ୦୪ (ଖବର ଓଡିଶା) :

ଦୀପିକା ପାଦୁକୋନ ଏବଂ ରଣବୀର ସିଂହଙ୍କ ବିବାହ ନଭେମ୍ବର ୧୪-୧୫ରେ ଅନୁଷ୍ଠିତ ହେବାକୁ ଯାଉଛି । ସେମାନେ ବିବାହକୁ ନେଇ ଆୟୋଜନରେ ଲାଗି ପଡିଛନ୍ତି । ସେମାନେ ସୋସିଆଲ ମିଡିଆରେ ନିଜ ବିବାହ ନିମନ୍ତ୍ରଣ ପତ୍ର ମଧ୍ୟ ସେୟାର କରି ସାରିଛନ୍ତି । ଏହି ବିବାହକୁ ବଲିଉଡ ଜଗତର ଏକ ମହାଆୟୋଜିତ ବିବାହ ବୋଲି କୁହାଯାଉଛି । ତେଣୁ ଏହାକୁ ନେଇ ପ୍ରତିଦିନ ଖବର ଆସିବାକୁ ଲାଗିଛି । ଯେମିତି ଆଜି ଦୀପିକା ୨୦ ଲକ୍ଷ ଦେଇ ମଙ୍ଗଳସୂତ୍ର କିଣିଥିବାର ସୂଚନା ମିଳିଛି । ଏହା ହୀରାରେ ନିର୍ମିତ । ମଙ୍ଗଳସୂତ୍ର ବ୍ୟତୀତ ଦୁଇଟି ହୀରା ହାର ମଧ୍ୟ କିଣିଛନ୍ତି । ତେବେ ସେ ନିଜ ଅଳଙ୍କାରରେ ୧କୋଟି ବିନିଯୋଗ କରିଥିବା ସୂଚନା ମିଳିଛି ।  

ପୂର୍ବରୁ ଦୀପିକାଙ୍କ ଘରେ ପାରମ୍ପରିକ ରୀତି ନୀତିରେ ନନ୍ଦୀ ପୂଜା ହୋଇଥିଲା । ସେହି ସମୟରେ ଆଜି ରଣବୀରଙ୍କ ଘରେ ହଳଦୀ ରସମ କରାଯାଇଛି । ତେବେ ଏହି ଉତ୍ସବକୁ ଦୁହେଁ ଉପଭୋଗ କରୁଛନ୍ତି । ରଣବୀରଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ଦୁହେଁ ଧଳା ରଙ୍ଗ ପୋଷାକରେ ସେଲଫି ନେଉଥିବାର ଦେଖା ଯାଇଛି । ତାଙ୍କ ସହ ୟସରାଜ କମ୍ପାନୀର କାଷ୍ଟିଙ୍ଗ ଡାଇରେକ୍ଟର ଶନ୍ନୋ ଶର୍ମା ମଧ୍ୟ ଅଛନ୍ତି । 

Subscribe

National International State Sports Entertainment