‘ଦ ଏକ୍ସିଡେଣ୍ଟାଲ ପ୍ରାଇମ ମିନିଷ୍ଟର’: ଅନୁପମ ଖେର ଓ ଅକ୍ଷୟ ଖନ୍ନା ସମେତ ୧୪ ଜଣଙ୍କ ବିରୋଧରେ ଏଫଆଇଆର
Khabar Odisha:court-orderd-lodge-fir-against-anupam-kher-and-13-other-accused-for-the-accidental-prime-minister
ନୂଆଦିଲ୍ଲୀ, ଜାନୁଆରୀ ୦୮(ଖବର ଓଡିଶା):

 ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଉପରେ କେନ୍ଦ୍ରୀତ ଫିଲ୍ମ ‘ଦ ଏକ୍ସିଡେଣ୍ଟାଲ ପ୍ରାଇମ ମିନିଷ୍ଟର’କୁ ନେଇ ବିହାରର ମୁଜଫରପୁରର ଏକ ଅଦାଲତ ଅନୁପମ ଖେର ଓ ଅକ୍ଷୟ ଖନ୍ନାଙ୍କ ସମେତ  ୧୪ ଜଣଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ଆଦେଶ ଦେଇଛନ୍ତି।

ଜାନୁଆରୀ ୧୧ରେ ରିଲିଜ୍ ହେବାକୁ ଥିବା ଏହି ଫିଲ୍ମ ଉପରେ ରୋକ୍ ଲଗାଇବା ପାଇଁ ମୁଜଫରପୁରରେ ଏସଡିଜେଏମ କୋର୍ଟରେ ଯାଚିକା ଦାୟର କରାଯାଇଥିଲା। ମଙ୍ଗଳବାର ମୁଜଫରପୁରର ଖଣ୍ଡ ନ୍ୟାୟିକ ଦଣ୍ଡାଧିକାରୀ ସବା ଆଲମଙ୍କ ଅଦାଲତରେ ଏହି ମାମଲାର ଶୁଣାଣି ହୋଇଛି।

ଯାଚିକା ଦାୟର କରିଥିବା ଓକିଲ ସୁଧୀର କୁମାର ଓଝା ଅନୁପମ ଖେର(ଫିଲ୍ମରେ ଡଃ. ମନମୋହନ ସିଂହ), ଅକ୍ଷୟ ଖନ୍ନା(ଫିଲ୍ମରେ ସଞ୍ଜୟ ବାରୁ), ନିର୍ମାତା ହଂସଲ ମେହତା, ନିର୍ଦ୍ଦେଶକ ବିଜୟ, ଅଭିନେତ୍ରୀ ଅହାନା କୁମାରୀ, ସୁଜୈନ, ରାମ ଅବତାର ଭରଦ୍ଵାଜ, ଦିବ୍ୟା ସେଠ୍, ଅର୍ଜୁନ ମାଥୁର ସମେତ ୧୪ ଲୋକଙ୍କ ଉପରେ କେସ ଦାୟର କରିଥିଲେ। 

ଆଡଭୋକେଟ୍ ଶ୍ରୀ ଓଝା କହିଛନ୍ତି ଯେ ସମସ୍ତ ୧୪ ଅଭିଯୁକ୍ତଙ୍କ ଉପରେ ଅପରାଧିକ ମୋକଦ୍ଦମା ଚଳାଯିବା ନେଇ ସେମାନଙ୍କର ଯାଚିକା ଉପରେ ମଙ୍ଗଳବାର ଶୁଣାଣି ହୋଇଛି ଏବଂ କୋର୍ଟ ପ୍ରାଥମିକ ମାମଲା ରୁଜୁ କରିବାକୁ ଆଦେଶ ଦେଇଛନ୍ତି। 

ଆଇପିସିର ଏହି ଧାରା ଆଧାରରେ ଲଗାଯାଇଛି ଅଭିଯୋଗ

ଆଡଭୋକେଟ୍ ଶ୍ରୀ ଓଝା କହିଛନ୍ତି ଯେ ଲୋକଙ୍କ ଭାବନାକୁ ଉସୁକାଇବା ପାଇଁ ଆଇପିସିର ଧାରା ୨୯୫, ହିଂସା ଉସୁକାଇବା କିମ୍ବା ଆନ୍ଦୋଳନକୁ ଉସୁକାଇବାର ଆଶଙ୍କାକୁ ନେଇ ୧୫୩ ଓ ୧୫୩ ଏ ଆଧାରରେ, ଅପମାନିତ କରିବା ପାଇଁ ଧାରା ୫୦୪ ଓ ୫୦୬ ଅନୁଯାୟୀ ଏବଂ ସମସ୍ତଙ୍କ ଲୋକଙ୍କ ଦ୍ଵାରା ମିଶି ଷଡ଼ଯନ୍ତ୍ର ରଚିବା ପାଇଁ ୧୨୦ବି/୩୪ ଆଧାରରେ ଆରୋପ ଲଗାଯାଇଛି। 

Subscribe

National International State Sports Entertainment