ବକ୍ସ୍ ଅଫିସରେ ୨୦୦ କୋଟି ପାର କଲା ସଞ୍ଜୁ ; ଭାଙ୍ଗିଲା ସବୁ ରେକର୍ଡ
Khabar Odisha:box-office-sanju-now-crossed-200-crore-mark-in-worldwide-bo-collection

ନୂଆଦିଲ୍ଲୀ,ଜୁଲାଇ୦୩(ଖବର ଓଡ଼ିଶା): ବର୍ଷର ସବୁଠାରୁ ଧମାକାଦାର ଫିଲ୍ମ ସଞ୍ଜୁ ରିଲିଜ୍ ହୋଇ ସାରିଛି। ଫିଲ୍ମର ଆୟ ପ୍ରତ୍ୟେକ ଦିନ ରେକର୍ଡ ପରେ ରେକର୍ଡ ଭାଙ୍ଗି ଚାଲିଛି। ଏହାର ଓପନିଙ୍ଗ୍ ଆୟ ବର୍ଷର ସବୁଠାରୁ ବଡ ଫିଲ୍ମ ଭାବରେ ସାବ୍ୟସ୍ତ ହୋଇଛି। ରିଲିଜର ତୃତୀୟ ଦିନରେ ଫିଲ୍ମର ଆୟ ବାହୁବଳୀ-୨କୁ ପଛରେ ପକାଇ ଦେଇଛି ।

ଭାରତ ସହିତ ଫିଲ୍ମଟି ବିଦେଶରେ ମଧ୍ୟ ଧମାକାଦାର ଆୟ କରିଚାଲିଛି। ଓ୍ଵାର୍ଲ୍ଡ ଓ୍ଵାଇଡ ବକ୍ସ୍ ଅଫିସରେ ଫିଲ୍ମ ସଞ୍ଜୁର ବ୍ୟବସାୟ ୨୦୦ କୋଟି ଅତିକ୍ରମ କରିଛି। ଏହି ସମୟରେ ଭାରତୀୟ ବକ୍ସ ଅଫିସରେ ସଞ୍ଜୁ ୪ ଦିନରେ ୧୫୩.୯୨କୋଟି ଟଙ୍କାର  କାରବାର କରିଛି। 

ଫିଲ୍ମ ୟୁଏସ ଏବଂ କାନାଡାରେ ୨୫ ଲକ୍ଷ ଡଲାର, ଗଲ୍ଫ ଦେଶରେ ୧୮ ଲକ୍ଷ ଡଲାର, ଅଷ୍ଟ୍ରେଲିଆରେ ୬ ଲକ୍ଷ ୫୦ ହଜାର ଡଲାର କମାଇ ହୋଇଛି । ଏହା ସହ ପଡୋଶୀ ଦେଶ ପାକିସ୍ତାନରେ ପାଖାପାଖି ୮ ଲକ୍ଷ ଡଲାର ଆୟ କରିଛି।

ଦେଶ ବିଦେଶରେ ସଞ୍ଜୁ ୫୩୦୦ ରୁ ଅଧିକ ସ୍କିନରେ ରିଲିଜ୍ ହୋଇଛି। ଭାରତରେ କେବଳ ଏହା ୪୦୦୦ ସ୍କ୍ରିନରେ ରିଲିଜ୍ ହୋଇଥିବାବେଳେ ବିଦେଶରେ ୧୩୦୦ ରୁ ଅଧିକ ସ୍କ୍ରିନରେ ରିଲିଜ୍ ହୋଇଛି ।

ସଞ୍ଜୁକୁ ସମୀକ୍ଷକମାନେ ବହୁତ ଭଲ ରେଟିଙ୍ଗ୍ ଦେଇଛନ୍ତି । ଅଧିକ ସମୀକ୍ଷକ ଏହାକୁ ପଇସା ଅସୁଲ ଫିଲ୍ମ କହିଛନ୍ତି । ଫିଲ୍ମର ଆୟକୁ ନଜର ରଖି ଟ୍ରେଡ୍ ଆନାଲିଷ୍ଟ କହିଛନ୍ତି ଯେ ସଞ୍ଜୁ ୨୦୧୮ର ସବୁଠାରୁ ଅଧିକ ଆୟ କରୁଥିବା ଫିଲ୍ମରେ ପରିଣତ ହୋଇଛି। 

  • Tags:

Subscribe

National International State Sports Entertainment