ପ୍ରଥମ ଦିନରେ ବକ୍ସ ଅଫିସ କଲେକ୍ସନରେ ‘ସଞ୍ଜୁ’ର ଦମଦାର ରେକର୍ଡ
Khabar Odisha:box-office-sanju-first-day-5-biggest-record-beat-big-bollywood-star-films
ମୁମ୍ବାଇ, ଜୁନ, ୩୦ (ଖବର ଓଡିଶା)

ସଂଜୟ ଦତଙ୍କ ଜୀବନ କାହାଣୀ ଉପରେ ବନିଥିବା ସିନେମା ‘ସଞ୍ଜୁ’ କାଲିଠାରୁ ସିନେମା ଘରେ ରିଲିଜ ହୋଇ ସାରିଛି । ଏହି ସିନେମା ପୁଣି ଥରେ ପ୍ରମାଣିତ କଲା ଯେ ରାଜ କୁମାର ହିରାନୀ ବଲିଉଡର ବେଷ୍ଟ ଷ୍ଟୋରି ଟେଲର । ଏହି ସିନେମାକୁ ଫ୍ୟାନମାନେ ବହୁତ ଦିନରୁ ଚାତକ ଭଳି ଅପେକ୍ଷା କରିଥିଲେ । ଫ୍ୟାନମାନଙ୍କ ଏହି ଅପେକ୍ଷା କାଲି ଶେଷ ହୋଇଛି । ସଂଜୟ ଦତ ଓ ରଣବୀର କପୁର ଫ୍ୟାନମାନଙ୍କର ଏହି ଅପକ୍ଷାର ଅନ୍ତ ଘଟିଛି । 

ଏହି ସିନେମାଟି ପ୍ରଥମ ଦିନରୁ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଛି । ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶଙ୍କ ଅନୁସାରେ ସଂଜୁ ଓପନିଂ ଡେରେ ୩୪.୭୫ କୋଟି ଟଙ୍କାର ଶାନଦାର କଲେକ୍ସନ କରିଛି । ଏହା ସହିତ ରଣବୀର କପୁରଙ୍କ ଏହି ସିନେମାକୁ ୨୦୧୮ର ସବୁଠାରୁ ବଡ ଓପନିଙ୍ଗ ମିଳିଛି । 

ସୂଚନାଯୋଗ୍ୟ କି, ଏହି ସିନେମା କଲେକ୍ସନ ମାମଲାରେ ସଲମାନଙ୍କ ରେସ -୩, ଟାଇଗର ସ୍ରଫଙ୍କ ବାଗୀ-୨, ଦୀପିକା ପାଦୁକୋନ-ରଣବୀର ସିଂ ଓ ସାହିଦ କପୁରଙ୍କ ଅଭିନିତ ପଦ୍ମାବତକୁ ମଧ୍ୟ ପଛରେ ପକାଇ ଦେଇଛି । 

୧-ସଂଜୁ ୩୪.୭୫ କୋଟି

୨ ରେସ-୩  ୨୯.୧୭ କୋଟି

୩-ବାଗୀ-୨  ୨୫.୧୦ କୋଟି

୪- ପଦ୍ମାବତ  ୧୯ କୋଟି

୫-ବୀର ଦ ୱେଡିଙ୍ଗ- ୧୦.୭୦ କୋଟି

ଏହି ସନେମାରେ ରଣବୀର କପୁରଙ୍କୁ ବହୁତ ଜବରଦସ୍ତ ଅଭିନୟ କରିଥିବାର ଦେଖିବାକୁ ମଳିଛି । କୁହାଯାଉଛି କି, ଏହି ସିନେମା ରଣବୀର କପୁରଙ୍କ ଅଭିନୟ ଜୀବନର ଏକ ମାଇଲ ଖୁଂଟ ବୋଲି ପ୍ରମାଣିତ ହେବ । ରାଜ କୁମାରଙ୍କ ଡାଇରେକ୍ସନକୁ ମଧ୍ୟ ବହୁଳ ଭାବେ ପ୍ରଶଂସା କରାଯାଇଛି । 

  • Tags:

Subscribe

National International State Sports Entertainment