ଐଶ୍ୱର୍ଯ୍ୟାଙ୍କ ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଇଲେ ପତି ଅଭିଷେକ
Khabar Odisha:bollywood-abhishek-bachchan-and-other-celebs-wishes-aishwarya-rai-bachchan-happy-birthday
ମୁମ୍ବାଇ, ନଭେମ୍ବର ୦୧ (ଖବର ଓଡିଶା) :

ମିସ୍ ୱାର୍ଲ୍ଡ ବିଜୟିନୀ ବଲିଉଡ୍ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଆଜି ନିଜର ୪୫ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ତାଙ୍କୁ ନିଜ ପରିବାର ଏବଂ ଫ୍ୟାନ୍ସଙ୍କ ନିକଟରୁ ଶୁଭେଚ୍ଛା ମିଳିଛି । ଏହି ମଧ୍ୟରେ ତାଙ୍କ ପତି ଅଭିଷେକ ବଚ୍ଚନ ତାଙ୍କୁ ଖାସ୍ ଅନ୍ଦାଜରେ ଶୁଭେଚ୍ଛା ଜଣାଇଛନ୍ତି । 

ଅଭିଷେକ ବଚ୍ଚନ ସୋସିଆଲ ମିଡିଆରେ ଐଶ୍ୱର୍ଯ୍ୟାଙ୍କର ଏକ ସୁନ୍ଦର ଫଟୋ ସେୟାର କରି ଲେଖିଛନ୍ତି କି, ହାପି ବାର୍ଥ ଡେ ୱାଇଫ୍, ଆଇ ଲଭ୍ ୟୁ, ମାଇଁ ହାପି ପ୍ଲେସ୍ । ତେବେ କିଛି ଦିନ ପୂର୍ବରୁ ସେ ଆଉ ଏକ ଫଟୋ ସେୟାର କରିଥିଲେ । ତାଙ୍କ ଜନ୍ମଦିନ ଅବସରରେ ସେ ଘରେ ଏକ ପାର୍ଟି ଆୟୋଜନ କରିଥିଲେ । ଏହାପରେ ସିଦ୍ଧି ବିନାୟକ ମନ୍ଦିର ମଧ୍ୟ ଯାଇଥିଲେ । ଇନଷ୍ଟାଗ୍ରାମ୍ ପେଜରେ ଐଶ୍ୱାର୍ଯ୍ୟଙ୍କ ଜନ୍ମଦିନ ଫଟୋ ଶେୟାର କରା ଯାଇଛି । ଏଥିରେ ତାଙ୍କର ମା, ଝିଅ ଆରାଧ୍ୟା ଏବଂ ଅଭିଷେକଙ୍କ ସହ କିଛି ଲୋକ ଦେଖା ଯାଇଥିଲେ । 

ଅଭିଷେକ ବଚ୍ଚନ ଏବେ ନିଜ ଆଗାମି ଫିଲ୍ମକୁ ନେଇ ବ୍ୟସ୍ତ ଅଛନ୍ତି । କିନ୍ତୁ ସେ ସମୟ ବାହାର କରି ଆରାଧ୍ୟା ଏବଂ ଐଶ୍ୱାର୍ଯ୍ୟଙ୍କୁ ନେଇ ଗୋଆ ଯାଇଛନ୍ତି । ତେବେ ଅଭିଷେକ ଏବଂ ଐଶ୍ୱର୍ଯ୍ୟାଙ୍କ ଯୋଡି ପୁଣି ଥରେ ବଡ ପରଦାରେ ନଜର ଆସିବ । ଫିଲ୍ମ ଗୁଲାବ ଜାମୁନରେ ଦୁହେଁ ବହୁ ଦିନ ପରେ ଏକ ସହ କାମ କରୁଛନ୍ତି ।  

Subscribe

National International State Sports Entertainment