୨୧ ଜଣ ପ୍ରତିଯୋଗୀଙ୍କ ବରାବର ଏକାକୀ ସଲମାନ ଖାନଙ୍କ ଫିସ୍, ଗୋଟିଏ ଏପିସୋଡରେ ହୋଇଯିବେ କୋଟିପତି
Khabar Odisha:bigg-boss-12-salman-khan-charge-14-crore-rupees-for-one-episode
ମୁମ୍ବାଇ, ସେପ୍ଟେମ୍ବର ୦୯ (ଖବର ଓଡିଶା) :

ବିଗ ବସ୍ ଆରମ୍ଭ ହେବାକୁ ଏବେ ଦୁଇ ସପ୍ତାହ ବାକି ରହିଛି । ଏହାର ସିଜନ ୧୨ ସେପ୍ଟେମ୍ବର ୧୬ରେ ଆରମ୍ଭ ହେବାକୁ ଯାଉଛି । ଆରମ୍ଭ ହେବା ପୂର୍ବରୁ କିଛି ପ୍ରତିଯୋଗୀଙ୍କର ନାମ ସାମ୍ନାକୁ ଆସିଛି । କିଛି ଦିନ ପୂର୍ବରୁ ବିଗ୍ ବସ୍ ଲଂଚିଙ୍ଗ ସମୟରେ ଭାରତୀ ସିଂହ ଏବଂ ହର୍ଷ ଲିମ୍ବାଚିଆଙ୍କର ଶୋରେ ଆସିବା କଥା ଫାଇନାଲ ହୋଇଛି । ସେମାନଙ୍କ ବ୍ୟତୀତ ତନୁଶ୍ରୀ ଦତ, ତାଙ୍କ ଭଉଣୀ ଇଶିତା ଦତ, ପୂର୍ବତନ କ୍ରିକେଟର ଶ୍ରୀସଂତ, କରଣବୀର ବୋହରା, ସ୍କାରଲେଟ ରୋଜ, ଗୁରମୀତ ଚୌଧୁରୀ, ଦେବୀନା ବାନାର୍ଜୀ, ମାହିକା ଶର୍ମା, ଡ୍ୟାନି ଡି ଏବଂ ଦୀପିକା କକ୍କଡଙ୍କ ଭଳି ବ୍ୟକ୍ତି ବିଶେଷଙ୍କର ନାମ ସାମ୍ନାକୁ ଆସିଛି । କେବଳ ସେତିକି ନୁହେଁ ଏହି ତାରକାଙ୍କର ଫିସ ମଧ୍ୟ ସାମ୍ନାକୁ ଆସିଛି । 

ସୂଚନାନୁଯାୟୀ, ମାହିକା ଶର୍ମା ଏବଂ ଡ୍ୟାନି ଡିଙ୍କ ଯୋଡି ଏକ ସପ୍ତାହ ପାଇଁ ୯୫ଲକ୍ଷ ଟଙ୍କା ଚାର୍ଜ କରିଛନ୍ତି । ସେହି ସମୟରେ ଦୀପିକା କକ୍କଡ ଏକ ସପ୍ତାହ ପାଇଁ ୧୫ଲକ୍ଷ ଟଙ୍କା ଡିମାଣ୍ଡ କରିଛନ୍ତି । କେବଳ ସେତିକି ନୁହେଁ ଭାରତୀ ସିଂହ ଏବଂ ତାଙ୍କ ପତି ହର୍ଷ ଲିମ୍ବାଚିଆ ପ୍ରତି ସପ୍ତାହରେ ୫୦ଲକ୍ଷ ଟଙ୍କା ନେବେ । ଏହି ସୋ ୧୩ ସପ୍ତାହ ପର୍ଯ୍ୟନ୍ତ ଚାଲିବ । ସଲମାନ ପ୍ରତି ଶନିବାର ଦିନ ପ୍ରତିଯୋଗୀଙ୍କ ସହ ଦେଖା କରିବେ । ଏଥର ସଲମାନ ଖାନ ସମ୍ପୂର୍ଣ୍ଣ ସିଜିନ ପାଇଁ ୩୬୪କୋଟି ନେବେ ବୋଲି ସୂଚନା ମିଳିଛି । ସଲମାନ ଏପିସୋଡ ପିଛା ୧୯କୋଟି ମାଗିଥିଲେ । କିନ୍ତୁ ଚ୍ୟାନେଲ ଦେବା ପାଇଁ ପ୍ରସ୍ତୁତ ନଥିଲେ ତେଣୁ ସେ ଏପିସୋଡ ପିଛା ୧୪କୋଟି ଟଙ୍କା ନେବେ । 

  • Tags:

Subscribe

National International State Sports Entertainment