ବାହୁବଳୀର ପ୍ରିକ୍ୱାଲ ହେବ ନିର୍ମାଣ: ଏଥିରେ ଦେଖିବେ ଶିବଗାମୀଙ୍କ କାହାଣୀ
Khabar Odisha:bahubali-will-be-prequel-released-on-netflix-it-will-be-seen-shivbhagamis-journey
ମୁମ୍ବାଇ, ଅଗଷ୍ଟ ୩,୯ (ଖବର ଓଡିଶା)

ଏସଏସ ରାଜ ମୌଲିଙ୍କ ନିର୍ଦ୍ଦେଶନାରେ ତିଆରି ହୋଇଥିବା ଭାରତର ବର୍ତମାନ ପର୍ଯ୍ୟନ୍ତ ଅଧିକ ଆୟ କରିଥିବା ସଫଳ ସିନେମା ମଧ୍ୟରେ ବହାବଳୀ ଅନ୍ୟତମ । ବାହୁବଳୀର ପ୍ରସଂଶକଙ୍କୁ  ନୂଆ ସିରିଜ ରୂପରେ ପୁଣି ଥରେ ମହୋସ୍ମତି ସାମ୍ରାଜ୍ୟକୁ ଦେଖିବାକୁ ସୁଯୋଗ ମିଳି ପାରେ । ବାହୁବଳିର ପ୍ରିକ୍ୱାଲରେ ଶିବଗାମୀଙ୍କ ଯାତ୍ରା ଦେଖବାକୁ ମିଳିବ । ନେଟାଫ୍ଲିକ୍ସ ଏହି ସିରିଜ ଘୋଷଣା କରିଛନ୍ତି । ନୋଟାଫ୍ଲିକ୍ସକୁ ପ୍ରଥମରୁ ହିଁ ଏହାର ଦୁଇଟି ସଂସ୍କରଣର ଅର୍ଡର ମିଳି ସାରିଛି । 

ସୂଚନାଯୋଗ୍ୟ କି, ‘ବାହୁବଳୀ ବିଫୋର ଦ ବିଗନିଙ୍ଗରେ ବାସ୍ତବରେ ବାହୁବଳୀ ଦ ବିଗନିଙ୍ଗ ଓ ବାହୁବଳୀ ଦ କନକ୍ଲୁଜନର ପ୍ରିକ୍ୱାଲ ହେବ । 

ଏହି ପ୍ରିକ୍ୱାଲ ଆନନ୍ଦ ନିଳକାନ୍ତନଙ୍କ ବହି “ ଦ ରାଇଜ ଅଫ ଶୀବଗାମୀ”ଉପରେ ଆଧାରିତ ହେବ । 

ଏହି ସିରିଜିର ଏକ ସଂସ୍କରଣରେ ୯ଟି ଏପିସୋଡ ରହିବ । ଏଥିରେ ବିଦ୍ରୋହୀ ଓ ପ୍ରତିରୋଧି ଝିଅରୁ ଏକ ବୁଦ୍ଧିମାନ ଓ ଅଦ୍ୱିତୀୟ ରାଣୀ ହେବାର ଶିବଗାମୀଙ୍କ ଯାତ୍ରା ଦେଖାଯିବ ।

ନୋଟାଫିକ୍ସ ଏଥି ପାଇଁ ‘ବାହୁବଳୀ’ ନିର୍ମାଣରେ ମିଶି ଅର୍କର୍ ମିଡିଆ ୱାର୍କସ ଓ ରାଜମୌଲିଙ୍କ ସହିତ ଏକ ଟିମ ତିଆରି କରିଛନ୍ତି । ଦେବ କଟ୍ଟା ଓ ପ୍ରବୀଣ ସତାରୁ  ଏହି ସିରିଜର ସହ ନିର୍ଦ୍ଦେଶନା କରିବେ । 

  • Tags:

Subscribe

National International State Sports Entertainment