ମ୍ୟାଡାମ ତୁସାଦ ମ୍ୟୁଜିଅମରେ ଲାଗିବ ଅନୁଷ୍କାଙ୍କର କଥାକୁହା ମୂର୍ତ୍ତି
Khabar Odisha:anushka-sharma-to-get-the-first-talking-statue-at-madame-tussauds-singapore
ନୂଆଦିଲ୍ଲୀ,ଜୁଲାଇ୧୦(ଖବର ଓଡ଼ିଶା):

ବଲିଉଡ ଅଭିନେତ୍ରୀ, ଫିଲ୍ମ ନିର୍ମାତା ଏବଂ ଉଦ୍ୟମି କଳାକାର ଅନୁଷ୍କା ଶର୍ମା ଏବେ ଗ୍ଲୋବାଲ ସେଲିବ୍ରେଟି ଭାବେ ଚର୍ଚ୍ଚାରେ ଅଛନ୍ତି । ତାଙ୍କ ନାମ  ପ୍ରଥେମ ଫୋବର୍ସର ୩୦ ଅଣ୍ଡର ୩୦ ଏସିୟ ୨୦୧୮ ତାଲିକାରେ ସାମିଲ କରାଯାଇଥିଲା। ଏବେ ତାଙ୍କୁ ଆଉ ଏକ ସଫଳତା ମିଳିଛି । ମ୍ୟାଡାମ ତୁସାଦ ମ୍ୟୁଜିଅମରେ ତାଙ୍କର ଏକ କଥାକୁହ ମୂର୍ତ୍ତି ସ୍ଥାନ ପାଇବ ।

ସିଙ୍ଗାପୁର ସ୍ଥିତ ମ୍ୟାଡାମ ତୁସାଦ ମ୍ୟୁଜିଅମରେ ପ୍ରଥମ ଥର ପାଇଁ ଏମିତି ଏକ ମହମ ମୂର୍ତ୍ତି ସ୍ଥାନ ପାଇବାକୁ ଯାଉଛି ଯିଏ କଥା କହି ପାରିବ । ଏହି ମହମ ମୂର୍ତ୍ତି ହେବ ଅନୁଷ୍କା ଶର୍ମାଙ୍କର । ସେ ବଲିଉଡର ପ୍ରଥମ ସେଲିବ୍ରେଟି ଯାହାଙ୍କର ଷ୍ଟାଚ୍ୟୁ ତୁସାଦ ସଂଗ୍ରହାଳୟରେ ସ୍ଥାନ ପାଇବାକୁ ଯାଉଛି । ଦୁନିଆର ନାମୀଦାମୀ ସେଲିବ୍ରେଟିଙ୍କର କଥାକୁହା ଷ୍ଟାଚ୍ୟୁ ତୁସାଦରେ ରଖାଯାଇଛି। ଅନୁଷ୍କାଙ୍କ ପୂର୍ବରୁ ଓପରା ବିନଫ୍ରେ, କ୍ରିଟିୟାନୋ ରୋନାଲ୍ଡୋ, ଲୁଇସ ହେମିଲଟନଙ୍କର ମୂର୍ତ୍ତି ସ୍ଥାନିତ ହୋଇଛି।

ସୂଚନା ମୁତାବକ ସିଙ୍ଗାପୁରରେ ଅନୁଷ୍କାଙ୍କର ଯେଉଁ ମୂର୍ତ୍ତ ରହିବ ତା ହାତରେ ଏକ ଫୋନ ରହିବ । ଫୋନଟି ଅସଲି ହେବ ଏବଂ ଲୋକମାନେ ମୂର୍ତ୍ତି ସହିତ ସେଲଫି ନେଇପାରିବେ । ଯେତେବେଳେ କେହି ମୂର୍ତ୍ତକୁ ଛୁଇଁବେ ଅନୁଷ୍କାଙ୍କ ମୂର୍ତ୍ତି ତାଙ୍କ ସହ କଥା ହେବ । 

ମ୍ୟାଡାମ ତୁସାଦ, ସିଙ୍ଗାପୁରର ଜେନେରାଲ ମ୍ୟାନେଜର ଏଲେକ୍ସ ବାର୍ଡ କହିଛନ୍ତି, ଆମେ ଅନୁଷ୍କା ଶର୍ମାଙ୍କ ସହ କାମ କରିବାକୁ ନେଇ ଖୁସି ଅଛୁ । ଏଠାକୁ ଅନେକ ପରିବାର ବୁଲିବାକୁ ଆସନ୍ତି । ଭାରତରୁ ମଧ୍ୟ କେତେକ ଯୁବକ ଆସନ୍ତି । ଅନୁଷ୍କା ଶର୍ମାଙ୍କର କଥାକୁହା ମୂର୍ତ୍ତୋ ସେମାନଙ୍କୁ ଆକର୍ଷିତ କରିବାରେ ଅମକୁ ସାହାଯ୍ୟ କରିବ। କେତେକ ପର୍ୟ୍ୟଟକ ତାଙ୍କ ମୂର୍ତ୍ତି ସ୍ଥାପନ ପାଇଁ ଅନୁରୋଧ କରିଛନ୍ତି । ଆମର ଆଶା ରହିଛି ଯେ ତାଙ୍କ ଷ୍ଟାଚ୍ୟୁ ଆମ ମ୍ୟୁଜିଅମରେ ଶୋଭା ବର୍ଦ୍ଧନ କରିବ। 

  • Tags:

Subscribe

National International State Sports Entertainment