କ୍ୟାଥଲିକ ପରେ ଆଜି ହିନ୍ଦୁ ବୈଦିକ ପରମ୍ପରାରେ ବିବାହ କରିବେ ପ୍ରିୟଙ୍କା ଓ ନିକ୍
Khabar Odisha:all-the-details-about-priyanka-chopra-and-nick-jonas-hindu-wedding-ceremony
ମୁମ୍ବାଇ, ଡ଼ିସେମ୍ବର୦୨(ଖବର ଓଡ଼ିଶା):

 ପତି- ପତ୍ନୀର ପବିତ୍ର ବନ୍ଧନରେ ବନ୍ଧା ହେଲେ ପ୍ରିୟଙ୍କା ଓ ନିକ । ଶନିବାର ଡ଼ିସେମ୍ବର ୧ ରେ କ୍ୟାଥଲିକ ରୀତି ନୀତିରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି ଓ  ଆଜି ହିନ୍ଦୁ ବୈଦିକ ରୀତିରେ ବିବାହ କରିବେ ବଲିଉଡ଼ ନାୟିକା ପ୍ରିୟଙ୍କା ଚୋପ୍ରା । ଅପେକ୍ଷାର ଅନ୍ତ ଘଟିଛି ଏବଂ ସାତ ଜନ୍ମର ସାଥି ହେବା ପାଇଁ ଯେଉଁ ସ୍ୱପ୍ନ ଦେଖିଥିଲେ  ପ୍ରିୟଙ୍କା ଓ ନିକ ଜୋନସଙ୍କ ସେହି ସ୍ଵପ୍ନ ଆଜି ସତ ହୋଇଛି । 

ସୁଚନା ମୁତାବକ କ୍ୟାଥଲିକ ପରମ୍ପରା ଅନୁଯାୟୀ ବିବାହ ପରେ ପ୍ରିୟଙ୍କା ଏବେ ମିସେସ୍ ନିକ ଜୋନସ ହୋଇଗଲେ। ପ୍ରିୟଙ୍କା ଓ ନିକ ଜୋନସଙ୍କ ମେହେନ୍ଦି ରସମ୍ ଫୋଟ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଓ ବିବାହ ଯୋଧପୁରର ଉମେଦ ଭବନରେ ଅନୁଷ୍ଠିତ ହେଉଛି । ବୈଦିକ ରୀତି ରେ ପ୍ରିୟଙ୍କା ଓ ନିକଙ୍କ ବିବାହ ଆଜି ହେବାକୁ ଯାଉଛି। ଦୁହେଁ ଦୁହିଁଙ୍କ ହାତ ସବୁ ଦିନ  ଧରିବା ପାଇଁ ସମ୍ପୁର୍ଣ୍ଣ ପ୍ରସ୍ତୁତ। ବର୍ତ୍ତମାନ ସୁଧା ଏହି ବହୁପ୍ରତୀକ୍ଷିତ ବିବାହର ଫୋଟ ଆସିବା ବାକି ଅଛି ।

ହିନ୍ଦୁ ରୀତି ନୀତି ଓ ପରମ୍ପରା ମୁତାବକ ପ୍ରିୟଙ୍କା ଚୋପ୍ରା ଓ ନିକଙ୍କ ବିବାହ ମଣ୍ଡପ ଖୁବ୍ ସୁନ୍ଦର ଭାବରେ ସଜା ହୋଇଛି । ବିହାହ ମଣ୍ଡପର ଉଚ୍ଚତା ରହିଛି ୪୦ ଫୁଟ । ବିବାହ ମଣ୍ଡପର ପ୍ରଚ୍ଛଦପଟକୁ ଏମିତି ସୁସଜ୍ଜିତ କରାଯାଇଛି ଯାହା ମେହନଗଡ଼ର ଦୁର୍ଗ ପରି ଦେଖାଯାଉଛି। କ୍ୟାଥଲିକ ପରମ୍ପରାରେ ସଜା ହୋଇଥିବା ବିବାହ ମଣ୍ଡପ ଧଳା ରଙ୍ଗର ଫୁଲରେ ସଜା ହୋଇଥିଲା। କିନ୍ତୁ ହିନ୍ଦୁ ରୀତିରେ ବିବାହ ପାଇଁ ମଣ୍ଡପଟି ବିଭିନ୍ନ ରଙ୍ଗର ଫୁଲରେ ସଜା ହୋଇଛି । ସୁଚନା ମୁତାବକ ପ୍ରିୟଙ୍କା ଅବୁ ଜାନି ଓ ସନ୍ଦିପ ଖୋସଲାଙ୍କ ଦ୍ଵାରା ଡ଼ିଜାଇନ ହୋଇଥିବା ଲେହଙ୍ଗା ପିନ୍ଧିବେ । ବଲିଉଡ଼ ସହ ହଲିଉଡ଼ ତାରକା ଓ ଭାରତର ଉଦ୍ୟେଗପତି ମୁକେଶ ଅମ୍ବାନୀ ସପରିବାର ସହ ଏହି ବିବାହ ସମାରୋହରେ ଯୋଗ ଦେବେ। 

Subscribe

National International State Sports Entertainment