ଇତିହାସ ଶରଣରେ ବଲିଉଡ, ଚାଣକ୍ୟ ହେବେ ଅଜୟ ଦେବଗନ
Khabar Odisha:ajay-devgn-in-and-as-chanakya-film-directed-by-neeraj-pandey
ମୁମ୍ବାଇ, ଜୁଲାଇ ୧୧(ଖବର ଓଡିଶା):

ବଲିଉଡରେ ଏବେ ଐତିହାସିକଙ୍କୁ ନେଇ ଅନେକ ଫିଲ୍ମ ପ୍ରସ୍ତୁତ ହେଉଛି। ଏହି ପରିପ୍ରେକ୍ଷୀରେ ଭାରତ ଇତିହାସର ଏକ ମହାନ ବିଚାରକ ଚାଣକ୍ୟଙ୍କ ଉପରେ ପ୍ରସ୍ତୁତ ହେବାକୁ ଯାଉଛି ଫିଲ୍ମ । ଯେଉଁଥିରେ ଅଭିନେତା ଅଜୟ ଦେବଗନ ଚାଣକ୍ୟ ଭୂମିକାରେ ନଜର ଆସିବେ ବୋଲି ଚର୍ଚ୍ଚା ହେଉଛି । ଅଜୟ ଚାଣକ୍ୟକୁ ନେଇ ବହୁତ ଉତ୍ସାହିତ ଅଛନ୍ତି ଏବଂ ନିଜ ଟ୍ୱିଟର ପୃଷ୍ଠାରେ ଏହି ବାବଦରେ ଖୁସି ମଧ୍ୟ ଜାହିର କରିଛନ୍ତି । ନିରଜ ପାଣ୍ଡେଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେବାକୁ ଥିବା ଚାଣକ୍ୟ କେବେ ପରଦାକୁ ଆସିବ ବା ଅଜୟଙ୍କ ବ୍ୟତିତ ଅନ୍ୟ କେଉଁ କଳାକାର ଏ ଚଳଚ୍ଚିତ୍ରରେ ସବୁ ଅଛନ୍ତି ଏହି ବିଷୟରେ କୌଣସି ସୂଚନା ମିଳିନାହିଁ ।

ନିକଟରେ ଅଜୟଙ୍କୁ ଆପଣମାନେ ରେଡ୍ ଫିଲ୍ମରେ ଇନକମ ଟ୍ୟାକ୍ସ ଅଫିସର ଭୂମିକାରେ ଦେଖିଥିବେ । ଏବେ ସେ ବଡ ପରଦାରେ ଚାଣକ୍ୟ ଭୂମିକାରେ ଉପଦେଶ ଦେଉଥିବାର ଦେଖିବାକୁ ମିଳିବ । 

ଏହାବାଦ୍ ସୂଚନାରୁ ପ୍ରକାଶ ଯେ, ଅନ୍ୟ ଏକ ଚଳଚ୍ଚିତ୍ରରେ ଅକ୍ଷୟ କୁମାର ମଧ୍ୟ ପୃଥ୍ୱୀରାଜ ଚୌହାନ ଭୂମିକାରେ ନଜର ଆସିପାରନ୍ତି। ସେହିପରି କଙ୍ଗନା ରଣାୱତ ‘ମଣିକର୍ଣ୍ଣିକା ଦ କ୍ୱିନ ଅଫ ଝାନ୍ସିରେ ଲକ୍ଷ୍ମୀବାଇ ଭୂମିକାରେ ଦର୍ଶକେ ଦେଖିବାକୁ ପାଇବେ । ଏବେ ବଲିଉଡର ନିର୍ମାତାମାନେ ଇତିହାସ ଉପରେ ଫିଲ୍ମ ନିର୍ମାଣ କରୁଥିବା ନଜିର ଆସିଛି।  ବର୍ଷ ଆରମ୍ଭରୁ ରିଲିଜ ହୋଇଥିବା ‘ପଦ୍ମାବତ’ ଫିଲ୍ମ ମଧ୍ୟ ଚର୍ଚ୍ଚାରେ ଥିଲା।  

ଭାରତ ଇତିହାସରେ ଚାଣକ୍ୟ ଏକମହତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି ଯିଏ କି ବିଦେଶୀ ଶାସକ ସିକନ୍ଦରଙ୍କ ଆକ୍ରମଣରୁ ଭାରତକୁ ରକ୍ଷା କରିଥିଲେ ଏବଂ ସାମାନ୍ୟ ବାଳକ ଚନ୍ଦ୍ରଗୁପ୍ତକୁ ଭାରତର ସମ୍ରାଟ କରିଥିଲେ । ଚାଣକ୍ୟଙ୍କ ଦ୍ୱାରା କୁହାଯାଇଥିବା କଥାର ଆଜି ବି ପ୍ରାସଙ୍ଗିକତା ରହିଛି ଏବଂ ତାଙ୍କର ଚାଣକ୍ୟ ନୀତି ଏବେ ବି ସାରା ଦୁନିଆରେ ଲୋକପ୍ରିୟ ହୋଇ ରହିଛି । ଏହି ମହାନ ପୁରୁଷଙ୍କ ଜୀବନ ଗାଥା ଏବେ ବଡ ପରଦାରେ ନଜର ଆସିବ । ଛୋଟ ପରଦାରେ ଚନ୍ଦ୍ର ପ୍ରକାଶ ଦ୍ୱିବେଦୀଙ୍କର କାର୍ଯ୍ୟକ୍ରମ ବିଶେଷ ଲୋକପ୍ରିୟ ଅର୍ଜନ କରିଥିଲା ।

  • Tags:

Subscribe

National International State Sports Entertainment