କ୍ୟାନସର୍‌କୁ ଜିତିବା ପରେ ଜନ୍ମ ଦିନ ପାଳିଲେ ସୋନାଲି ବେନ୍ଦ୍ରେ
Khabar Odisha:aishwarya-rai-bachchan-and-abhishek-bachchan-meets-sonali-bendre-after-she-come-for-new-york
ମୁମ୍ବାଇ, ଜାନୁଆରୀ ୦୬(ଖବର ଓଡିଶା):

 ପ୍ରାଣଘାତି ରୋଗ କର୍କଟକୁ ଜିତିବା ପରେ ବଲିଉଡ ସୁନ୍ଦରୀ ସୋନାଲି ବେନ୍ଦ୍ରେ ନିଜର ଜନ୍ମଦିନ ପାଳନ କରିଛନ୍ତି । ନୂଆବର୍ଷରେ ୪୪ତମ ଜନ୍ମ ଦିବସ ପାଳନ କରିଛନ୍ତି ସୋନାଲି । ଜନ୍ମ ଦିନରେ ବଡ଼ ବଡ଼ ବଲିଉଡ଼୍‌ ତାରକାଙ୍କୁ ଦେଖିବାକୁ ମିଳିଥିଲା । ଅଶ୍ୱର୍ଯ୍ୟା ରାୟ ଓ ଅଭିଷେକ ବଚ୍ଚନ ଏଥିରେ ଯୋଗଦେଇ ସୋନାଲିଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ ।

ସୋନାଲି ବେନ୍ଦ୍ରେଙ୍କ ସ୍ୱାମୀ ଇନଷ୍ଟାଗ୍ରାମ ଆକାଉଂଟରେ ଏକ ଭାବପୂର୍ଣ୍ଣ ପୋଷ୍ଟ ସେୟାର କରିଥିଲେ । ଏହି ପୋଷ୍ଟରେ ସେ ଲେଖିଛନ୍ତି “ନିଜ ଜୀବନ ସାଥୀର ଜୀବନର ସବୁଠୁ ମୂଲ୍ୟବାନ ଅଂଶ ଅଟେ । ଆପଣଙ୍କର ଧୈର୍ଯ୍ୟ, ସାହସ ଓ ଏକ ଭଲ ସାଙ୍ଗ ମଧ୍ୟ ହୋଇଥାଏ, କିନ୍ତୁ ଏସବୁ ସମ୍ପର୍କଠାରୁ ବି ସୋନାଲି ମୋ ପାଇଁ ବହୁତ ଅଧିକ ଅଟନ୍ତି, ୨୦୧୮ ସୋନାଲି ବହୁତ କଷ୍ଟପୂର୍ଣ୍ଣ ହୋଇଥବେଳେ ମଧ୍ୟ ସୋନାଲିଙ୍କ ଧୈର୍ଯ୍ୟ ଓ ସାହସ ଉପରେ ମୁଁ ଗର୍ବିତ ।’’

ଏହା ପୂର୍ବରୁ ସୋନାଲି ବେନ୍ଦ୍ରେ କ୍ୟାନସର ଭଳି ମାରାତ୍ମକ ରୋଗରେ ପିଡିତ ଥିଲେ ମଧ୍ୟ ଖୁସିରେ ରହୁଥିଲେ । ନିକଟରେ ହିଁ ସୋନାଲି ଚିକିତ୍ସା କରାଇ ନ୍ୟୁୟର୍କରୁ ଫେରିଥିଲେ । 

Subscribe

National International State Sports Entertainment