ଜାଣନ୍ତୁ କେବେ ବିବାହ କରିବେ ମଲାଇକା ଅରୋରା ଏବଂ ଅର୍ଜୁନ କପୁର
Khabar Odisha:after-deepika-ranveer-and-priyanka-arjun-kapoor-and-malaika-arora-to-tie-the-knot-in-next-april
ମୁମ୍ବାଇ, ନଭେମ୍ବର ୦୬ (ଖବର ଓଡିଶା) :

ବଲିଉଡ ଜଗତରେ ଏବେ ବିବାହର ଋତୁ ଚାଲିଥିବା ସମୟରେ ମଲାଇକା ଏବଂ ଅର୍ଜୁନଙ୍କ ବିବାହ ଖବର ସାମ୍ନାକୁ ଆସିଛି । ସେହି ସମୟରେ ଦୀପିକା ପାଦୁକୋନ ଏବଂ ରଣବୀରଙ୍କ ବିବାହ ନଭେମ୍ବର ୧୪ ରେ ହେବାକୁ ଯାଉଥିବା ବେଳେ ପ୍ରିୟଙ୍କା ଏବଂ ନିକଙ୍କର ବିବାହ ଆଗାମୀ ମାସରେ ହେବାକୁ ଯାଉଛି । 

ତେବେ ମଲାଇକା ଏବଂ ଅର୍ଜୁନ କପୁରଙ୍କର ସମ୍ପର୍କକୁ ନେଇ କୌଣସି ସ୍ପଷ୍ଟ ନହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଚାଲିଥିବା ପବ୍ଲିକ୍ ଅଫେୟାର୍ସ ଅନ୍ୟ ଆଡକୁ ଇଶାରା ଦଉଛି । ମିଲାନ ବିମାନ ବନ୍ଦରରେ ତାଙ୍କର ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ମଲାଇକା ଏବଂ ଅର୍ଜୁନ ଦୁହେଁ ଦୁହିଁଙ୍କର ହାତ ଧରିଛନ୍ତି । 

ସୂଚନାନୁଯାୟୀ, ସେମାନେ ଆଗାମୀ ବର୍ଷ ଅପ୍ରେଲରେ ବିବାହ କରିବାକୁ ଯାଉଛନ୍ତି ବୋଲି ସର୍ବସମ୍ମୁଖରେ ଚର୍ଚ୍ଚା ହେଉଛି । ମଲାଇକାଙ୍କ ଜଣେ ବନ୍ଧୁ ତାଙ୍କ ପାଇଁ ଏକ ପାର୍ଟି ଆୟୋଜନ କରିଥିଲେ ଯେଉଁଠାରେ ଅର୍ଜୁନ କପୁରଙ୍କୁ ମଧ୍ୟ ନିମନ୍ତ୍ରଣ ଦିଆ ଯାଇଥିଲା । ଏତଦ୍ ବ୍ୟତୀତ ଏକ ଟିଭି ଶୋରେ ଅର୍ଜୁନ ଏବଂ ମଲାଇକା ହାତ ଧରା ଧରି ହୋଇ ବସିଥିବା ନଜର ଆସିଥିଲେ । ତେବେ ଏହି ଶୋରେ ଦୁହିଁଙ୍କର ଯୋଡି ସମସ୍ତଙ୍କର ଧ୍ୟାନ ଆକର୍ଷଣ କରିଥିଲା ।  

Subscribe

National International State Sports Entertainment