କୃଷ୍ଣା ରାଜ କପୁରଙ୍କର ନିଧନ, ଚେମ୍ବୁର ବଙ୍ଗଳାରେ ପହଂଚିଲା ପାର୍ଥୀବ ଶରୀର
Khabar Odisha:aamir-khan-remembers-krishna-raj-kapoor-she-was-an-institution-in-living-life
ନୂଆଦିଲ୍ଲୀ, ଅକ୍ଟୋବର ୦୧ (ଖବର ଓଡିଶା) :

୮୭ ବର୍ଷୀୟା କୃଷ୍ଣା ରାଜ କପୁରଙ୍କର ଆଜି ସକାଳ ୪ଟା ସମୟରେ ନିଧନ ହୋଇଥିବା ସୂଚନା ମିଳିଛି । ଏହି ଦୁଃଖଦ ମୂହୁର୍ତରେ କପୁର ଖାନଦାନର ସମସ୍ତ ସଦସ୍ୟ ଜଣ ଜଣ କରି ଚମ୍ବୁର ସ୍ଥିତ ବଙ୍ଗଳାରେ ପହଂଚିଛନ୍ତି । ସେଠାରେ ତାଙ୍କର ପାର୍ଥୀବ ଶରୀର ରଖା ଯାଇଛି । କପୁର ପରିବାର ବ୍ୟତୀତ ବଲିଉଡର ସେଲିବ୍ରେଟି ମାନେ ଅନ୍ତିମ ଦର୍ଶନ ପାଇଁ ସେଠାରେ ପହଂଚିଛନ୍ତି । 

କୃଷ୍ଣାଙ୍କର ନିଧନରେ ବହୁ ସିନେ ତାରକା ଟ୍ୱିଟ୍ କରି ଶୋକ ପ୍ରକାଶ କରିଛନ୍ତି । ଅଭିନେତା ଅମିର ଖାନ୍ ଲେଖିଛନ୍ତି ଯେ, ଯଦି ରାଜ କପୁର ଫିଲ୍ମ ମେକିଙ୍ଗ୍ ସଂସ୍ଥା ହୁଅନ୍ତି ତେବେ କୃଷ୍ଣା ଜଣେ ଜୀବନ ବଂଚିବାର ସଂସ୍ଥା ଥିଲେ । ଆମ ସମସ୍ତଙ୍କ ପାଇଁ ଏହା ବଡ କ୍ଷତି । ରଣଧୀର, ଋଷି, ଚିମ୍ପୁ, ଋତୁଙ୍କୁ ସେ ସମବେଦନା ଜଣାଇଛନ୍ତି । 

ସେହି ସମୟରେ ଅନୁପମ ଲେଖିଛନ୍ତି ଯେ, କୃଷ୍ଣା ରାଜଙ୍କରେ ନିଧନରେ ସେ ଦୁଃଖିତ । ସେ ସର୍ବଶ୍ରେଷ୍ଠ ପ୍ରତିଷ୍ଠିତ ଏବଂ ଜଣେ ସ୍ନେହୀ ମହିଳା ଥିଲେ । ଈଶ୍ୱର ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ । କପୁର ଏବଂ ନନ୍ଦା ପରିବାରକୁ ସେ ସମବେଦନା ଜଣାଇଛନ୍ତି ।

ରବୀନା ଟଣ୍ଡନ ଲେଖିଛନ୍ତି ଯେ, ସମ୍ପୂର୍ଣ୍ଣ ପରିବାରକୁ ତାଙ୍କର ସମବେଦନା । କୃଷ୍ଣାଙ୍କର ନିଧନରେ ଏକ ଯୁଗର ଅନ୍ତ ହୋଇଛି । 

ହ୍ରିତ୍ୱିକ ରୋଶନ ଲେଖିଛନ୍ତି ଯେ, କୃଷ୍ଣା ଆଂଟି ଆପଣଙ୍କର ଦୟାଳୁ ଭାବ ଏବଂ ଭଲପାଇବା ପାଇଁ ଧନ୍ୟବାଦ । ଆପଣଙ୍କ ସହ ଦେଖା କରିବା ସମୟରେ ଆପଣ ମୋତେ ସର୍ବଦା ଆଶୀର୍ବାଦ ଦେଇଛନ୍ତି । ଆପଣଙ୍କର କୃପା ଏବଂ ଗରିମା ଜୀବନ୍ତ ରହିବ । ଆପଣଙ୍କ ପାଇଁ ଅଶେଷ ଅଶେଷ ଭଲପାଇବା । ଭଗବାନ ଆପଣଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ । 

Subscribe

National International State Sports Entertainment