ବିକ୍କି କୌଶଳ ଏପର୍ଯ୍ୟନ୍ତ ଦେଖି ନାହାଁନ୍ତି ଫିଲ୍ମ୍ ‘ସଞ୍ଜୁ’, କଣ ରହିଛି ଏହା ପଛର କାରଣ
Khabar Odisha:Why-vicky-kausal-donot-see-Sanju-till-that

ନୂଆଦିଲ୍ଲୀ,ଜୁଲାଇ୦୩(ଖବର ଓଡ଼ିଶା): ଅଭିନେତା ବିକ୍କି କୌଶଳ ଫିଲ୍ମ୍ ଇଣ୍ଡଷ୍ଟ୍ରୀର ଜଣେ ନାମିଦାମୀ ତାରକାଙ୍କ ମଧ୍ୟରୁ ଜଣେ। ଫିଲ୍ମ୍ ‘ସଞ୍ଜୁ’ ତାଙ୍କର ସବୁ ସଫଳ ଫିଲ୍ମ ମଧ୍ୟରୁ ଅନ୍ୟତମ । ମୁଭିରେ ତାଙ୍କ ଅଭିନୟକୁ ପ୍ରଶଂସକଙ୍କ ସହିତ ବହୁ ବଲିଉଡର ଅନେକ ଅଭିନେତା ବହୁତ ପ୍ରଶଂସା କରିଛନ୍ତି। ସଞ୍ଜୁରେ ସେ ସଞ୍ଜୟ ଦତ୍ତଙ୍କର ବେଷ୍ଟ୍ ଫ୍ରେଣ୍ଡ ଭୂମିକାରେ ଅଭିନୟ କରିଥିଲେ । କିନ୍ତୁ ଆପଣ ଜାଣିଛନ୍ତି କି ବିକ୍କି ଏପର୍ୟ୍ୟନ୍ତ ତାଙ୍କର ସବୁଠାରୁ ସଫଳ ମୁଭି ଦେଖିନାହାଁନ୍ତି ? ଏହାର  କାରଣ କଣ?

ଫିଲ୍ମର ସଫଳତାରେ ବିକ୍କି ବହୁତ ଖୁସି ଅଛନ୍ତି । ଏକ ସାକ୍ଷାତକାରରେ ସେ ଏହା କହିଥିଲେ କି ମୁଁ ଏପର୍ୟ୍ୟନ୍ତ ମୁଭି ଦେଖି ପାରି ନାହିଁ । ମୁଭି ନଦେଖିବାର କାରଣରେ ସେ କହିଛନ୍ତି ଯେ ମୁଁ ଏବେ ସର୍ବିଆରେ ଅଛି ଏବଂ ଏଠାରେ କୌଣସି ବଲିଉଡ ଫିଲ୍ମ ରିଲଜ୍ ହେଉନାହିଁ, ଯାହାଫଳରେ ମୁଁ ଏପର୍ୟ୍ୟନ୍ତ ମୁଭି ଦେଖିପାରି ନାହିଁ ।

ପ୍ରକୃତରେ ବିକ୍କି ତାଙ୍କର ଅପକମିଙ୍ଗ୍ ଫିଲ୍ମ ‘ଉରି’ ର ସୁଟିଙ୍ଗ ପାଇଁ ସର୍ବିଆ ଯାଇଛନ୍ତି । ଏହି ମୁଭି ଭାରତ ଦ୍ୱାରା ପାକିସ୍ତାନ ବିରୁଦ୍ଧରେ ହେଉଥିବା ସର୍ଜିକାଲ ଷ୍ଟ୍ରାଇକ୍ ଉପରେ ଆଧାରିତ ।

  • Tags:

Subscribe

National International State Sports Entertainment