ବେବି ପାଇଁ ଅନୁଷ୍କାଙ୍କର ସର୍ତ: ସେଲିବ୍ରେଟିଙ୍କ ପରି ନୁହେଁ ସାଧାରଣ ପିଲାଙ୍କ ପରି ହେଉ ତାଙ୍କ ସନ୍ତାନ
Khabar Odisha:Virat-Kohli-And-Anushka-Sharma-Child-Planning-Revealed
ମୁମ୍ବାଇ, ସେପ୍ଟେମ୍ବର ୯, (ଖବର ଓଡିଶା)

ସାହିଦ କପୁରଙ୍କ ପରେ ନେହା ଧୁପିଆ ଆଗକୁ ଖୁସି ଖବର ଦେବାକୁ ଯାଉଛନ୍ତି । ଏହି ତାଲିକାରେ ମଧ୍ୟଆଉ ଜଣେ ସେଲିବ୍ରେଟି ନିଜ ନାଁ ଯୋଡିବାକୁ ଯାଉଛନ୍ତି । ସେ ଆଉ କେହି ନୁହଁନ୍ତି ସେ ହେଲେ ବଲିଉଡ ଇଣ୍ଡଷ୍ଟ୍ରିର ଚୁଲବୁଲି ଅଭିନେତ୍ରୀ ଅନୁଷ୍କା ଶର୍ମା । ସେ ବର୍ତମାନ ତାଙ୍କ କ୍ୟାରିୟରକୁ ନେଇ ବ୍ୟସ୍ତ ଅଛନ୍ତି । ହେଲେ କ୍ୟାରିୟର ସହିତ ସେ ନିଜ ପରିବାରକୁ ମଧ୍ୟ ସେତିକି ଗୁରୁତ୍ୱ ଦେଉଛନ୍ତି । ବିରାଟ ଓ ଅନୁଷ୍କା ତାଙ୍କ ଆଗାମୀ ସନ୍ତାନ ବିଷୟରେ ପ୍ଲାନିଂ ମଧ୍ୟ କରି ସାରିଲେଣି । ହେଲେ ଅନୁଷ୍କା ଏଥିପାଇଁ ରଖିଛନ୍ତି ଗୋଟିଏ ସର୍ତ । ମିଡିଆ ରିପୋର୍ଟ ଅନୁସାରେ, ଅନୁଷ୍କା ଚାହାନ୍ତି ଯେ, ସେ ନିଜ ଛୁଆର ଲାଳନପାଳନ ସାଧାରଣ ଛୁଆଙ୍କ ପରି କରିବେ । ସେ ଏହା ମଧ୍ୟ ଚାହାନ୍ତିନି କି ତାଙ୍କ କାମର କୌଣସି ପ୍ରଭାବ ଛୁଆ ଉପରେ ପଡୁ ।

ତାଙ୍କର ଆଗାମୀ ଫିଲ୍ମ ‘ସୁଇ ଧାଗା’ର ପ୍ରମୋସନକୁ ନେଇ ଖୁବ୍ ବ୍ୟସ୍ତ ଅଛନ୍ତି । ସେପଟେ ବିରାଟ ମଧ୍ୟ ଇଂଲଣ୍ଡ ଅଛନ୍ତି । ତେବେ ସୂଚନା ମିଳିଛି ଯେ, ଦୁଇ ଯୋଡ଼ି ନିଜ ନିଜର କାମ ସାରିବା ପରେ ଛୁଟିରେ କିଛି ସମୟ ବିତାଇବେ ।ଏହି ଯୋଡି ଗତ ବର୍ଷ ବିବାହ କରିଥିଲେ । ତେବେ ତାଙ୍କ ଛୁଆକୁ ନେଇ ଫ୍ୟାନମାନେ ଅପେକ୍ଷାରେ ଅଛନ୍ତି । 

ବିରାଟ ଅନୁଷ୍କାଙ୍କ ସହ ମିଶିକି ଏଭଳି ନିଷ୍ପତ୍ତି ନେଇଛନ୍ତି । ବିରାଟ ଏବଂ ଅନୁଷ୍କା ଚାହାନ୍ତି ନି କି ସେମାନଙ୍କର ଛୁଆ ସେଲିବ୍ରେଟିଙ୍କ ପରି ଲାଳନପାଳନ ହେଉ । ବିରାଟ କହିଥିଲେ ଯେ, ସେ ଅନୁଷ୍କାଙ୍କ ଠାରୁ ବହୁତ କିଛି ଜିନିଷ ସେ ଶିଖିଛନ୍ତି ।‘ଗତ କିଛି ବର୍ଷ ହେବ ମୁଁ ଅନୁଷ୍କାଙ୍କ ସହ ମିଶି ବହୁତ କିଛି ପରିବର୍ତ୍ତନ ହେଉଥିବାର ଅନୁଭବ କରିଛି । ଯାହାକି ମୁଁ ଆଗରୁ କେବେବି କରିନଥିଲି । ସେ ବହୁତ ଧାର୍ମିକ ସ୍ୱଭାବର । ଏହାସହ ସେ ମୋ ଭିତରେ ମଧ୍ୟ ବହୁତ ପରିବତର୍ତ୍ତନ ଆଣିଛନ୍ତି ।

 ମୋର ମଧ୍ୟ ନିଜର ପରିବାର ଅଛି, ମୋର ଛୁଆ ମଧ୍ୟ ହେବ । ସେମାନଙ୍କୁ ମୋ ସହ ସମୟ ବିତାଇବା ପାଇଁ ଅଧିକାର ଅଛି । କିନ୍ତୁ ଏହା ପୂର୍ବରୁ ମୁଁ ଏହା ମଧ୍ୟ କହିରଖୁଛି କି , ନିଜ କ୍ୟାରିଅର କୁ ନେଇ ଯୋଡ଼ି ହୋଇଥିବା କଥା ଘରେ ନହେଉ । ମୋର ଟ୍ରଫି, ମୋର ସଫଳତା କିଛି ମୋ ଘରେ ନରହୁ । ମୁଁ ଚାହୁଁଛି ଯେ ଯେବେ ମୋ ଛୁଆ ବଡ଼ ହେବ ତ ତାଙ୍କୁ ସେଲିବ୍ରେଟିଙ୍କ ଘର ପରି ଅନୁଭବ ନହେଉ । ଏଭଳି ନିଷ୍ପତ୍ତି ଅନୁଷ୍କା ଓ ମୁଁ ମିଶିକି ନେଇଛୁ ।  

  • Tags:

Subscribe

National International State Sports Entertainment