ଏନଟିଆରଙ୍କ ପତ୍ନୀ ହେବା ପାଇଁ ବିଦ୍ୟା ବାଲାନ ନେଲେ ମୋଟା ଅଙ୍କର ଅର୍ଥ
Khabar Odisha:vidya-balan-has-being-paid-1-5-crore-for-ntr-biopic
ମୁମ୍ବାଇ,ଜୁଲାଇ ୩୦ (ଖବର ଓଡିଶା):

 ସାଉଥ ଫିଲ୍ମର ସୁପରଷ୍ଟାର ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନଟିଆର ରାମା ରାଓଙ୍କର ବାୟୋ ପିକ ଲମ୍ବା ସମୟ ଧରି ଚର୍ଚ୍ଚାରେ ରହିଛି । ତାଙ୍କର ଏହି ବାୟୋପିକରେ ବଲିଉଡର ଆଗ ଧାଡିର ଅଭିନତ୍ରେୀ ବିଦ୍ୟା ବାଲାନ ତାଙ୍କ ପତ୍ନୀ ବସବତାରାକମ ନନ୍ଦମୁରୀ ଭୂମିକାରେ ନଜର ଆସିବେ ।  ରାମା ରାଓଙ୍କ ବାୟୋ ପିକରେ ବିଦ୍ୟାଙ୍କର ଫିସ ଶୁଣିଲେ ଫ୍ୟାନ୍ସମାନେ ଆଶ୍ଚର୍ଯ୍ୟ ହୋଇଯିବେ । ବିଦ୍ୟା ଏହି ଫିଲ୍ମ ପାଇଁ ୧.୫ କୋଟି ଟଙ୍କା ଫିସ ନେଇଛନ୍ତି । କିଛି ଦିନ ପୂର୍ବରୁ ବାଳକୃଷ୍ଣ ତାଙ୍କ ସହ ଫିସ ବାବଦରେ କଥା ହୋଇଥିଲେ ।

ରାମା ରାଓ ସାଉଥ ଫିଲ୍ମର ଜଣେ ନାମିଦାମୀ ତାରକା । ସେ ବଲିଉଡ ଅଭିନେତ୍ରୀ ଶ୍ରୀଦେବୀଙ୍କ ସହ ମିଶି ସାଉଥର କେତେକ ଫିଲ୍ମରେ କାମ କରି ସାରିଛନ୍ତି । ଜଣେ ସହେଯାଗୀ କଳାକାର ସହିତ ଶ୍ରୀଦେବୀ ତାଙ୍କର ଜଣେ ଭଲ ବନ୍ଧୁ ମଧ୍ୟ ଥିଲେ । ସେଥିପାଇଁ ଏହି ପିଲ୍ମରେ ଶ୍ରୀଦେବୀଙ୍କର ଭୂମିକା ମଧ୍ୟ ଦେଖାଯାଇଛି । ଶ୍ରୀଦେବୀଙ୍କର ଭୁମିକାରେ ଅଭିନେତ୍ରୀ ରକୁଲ ପ୍ରୀତ ନଜର ଆସିବେ । ରାକୁଲ ପ୍ରୀତ ସାଉଥର ସରନାୟଡୁ, ଧ୍ରୁବା ଏବଂ ଜୟା ଜାନକୀ ନାୟକ ଭଳି ଫିଲ୍ମ ବୟତିତ ୟାରିଆଁ ଏବଂ ଅୟାରୀରେ ନଜର ଅସିଥିଲେ । ସେ ଫିଲ୍ମ ୟାରିଆଁରୁ ବଲିଉଡରେ ପାଦ ଥାପି ଥିଲେ ।

  • Tags:

Subscribe

National International State Sports Entertainment