ସୋନି ପିକଚର୍ସ ଓ ଟିଭି ଟୁଡେ ଚେନାଲ ପ୍ରସାରଣକୁ ବନ୍ଦ କଲା ଟାଟା ସ୍କାଇ!
Khabar Odisha:Tata-Sky-to-stop-broadcasting-of-Sony-Pic-and-TV-today

ନୂଆଦିଲ୍ଲୀ, ଅକ୍ଟୋବର ୦୨ (ଖବର ଓଡ଼ିଶା): ଡିଟିଏଚ କମ୍ପାନୀ ‘ଟାଟା ସ୍କାଇ’ ସୋନୀ ପିକଚର୍ସ ଓ ଟିଭି ଟୁଡେ ନେଟୱର୍କର ସମସ୍ତ ଚେନାଲ ପ୍ରସାରଣକୁ ବନ୍ଦ କରିଦେଇଛି । ଏହା ପରେ ଟାଟା ସ୍କାଇ ଗ୍ରାହକଙ୍କୁ କୌନ ବନେଗା କରୋଡ ପତି କାର୍ଯ୍ୟକ୍ରମ ଦେଖିବାକୁ ଅସୁବିଧା ହୋଇଛି । ଟାଟା ସ୍କାଇ ପୂର୍ବରୁ କହିଥିଲା ଯେ, ଆଗାମୀ ମାସରୁ ସୋନି ପିକଚର୍ସ ଓ ଟିଭି ଟୁଡେ ଚେନାଲକୁ ଦେଖାଇବ ନାହିଁ କିନ୍ତୁ କମ୍ପାନୀ ସୋମବାର ଏହି ପ୍ରସାରଣକୁ ବନ୍ଦ କରିଥିବା ପରେ ଗ୍ରାହଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି । ଦର୍ଶକ ଯେତେବେଳେ ଟିଭି ଚଳାଇଲା ବେଳକୁ ଠକର ଶିକାର ହୋଇ ସାରିଛନ୍ତି ।

ଅନ୍ୟପକ୍ଷରେ ଏକ ଜାତୀୟ ଗଣମାଧ୍ୟମ ନିଜର କର୍ମଚାରୀଙ୍କୁ ଏକ ଅଧିକାରିକ ଇ-ମେଲ ଜାରି କରି କହିଛି, ବିନା ଅତିରିକ୍ତ ଶୁଲ୍କ ଦ୍ୱାରା ଟାଟା ସ୍କାଇ ପ୍ରସାରଣ ସେବା ଜାରି ରହିବ । କୌଣସି ଅସୁବିଧା ହେଲେ ଆପଣ ୯୪୩୯୨୯୦୧୨୩ରେ କଲ କରିପାରିବେ ।

 

  • Tags:

Subscribe

National International State Sports Entertainment