ଶ୍ରଦ୍ଧାଙ୍କ ପ୍ରଥମ ୬ଟି ରେକର୍ଡ କାଟିଲା ସ୍ତ୍ରୀ
Khabar Odisha:Stree-Film-2-Days-Box-Office-Collection-Breaks-Shraddha-Kapoor-6-Film-Records
ମୁମ୍ବାଇ, ସେପ୍ଟେମ୍ବର ୨, (ଖବର ଓଡିଶା)

 ଶ୍ରଦ୍ଧା କପୁର ଓ ରାଜକୁମାର ରାଓଙ୍କ ଫିଲ୍ମ ‘ସ୍ତ୍ରୀ’ ପରଦାକୁ ଆସି ସାରିଛି । ଏହି ସିନେମାରେ ପ୍ରଥମ ଥର ପାଇଁ ଏହି ଦୁଇ ନାୟିକା ନାୟକଙ୍କୁ ଏକାଠି ଦେଖିବାକୁ ମିଳିଛି । ହରର୍, କମେଡି ଫିଲ୍ମ ‘ସ୍ତ୍ରୀ’କୁ ମିଳିଛି ଫ୍ୟାନ୍‌ଙ୍କ ଥମ୍‌ସ ଅପ୍ । ରାଜକୁମାର ଏବଂ ଶ୍ରଦ୍ଧା କପୁରଙ୍କ ଅଭିନୀତ ଫିଲ୍ମରେ ରହିଛି ଭରପୁର ଥ୍ରୀଲ୍‌। ମୁଖ୍ୟତଃ ଫିଲ୍ମରେ ବ୍ଲାକ୍ କମେଡି ଦର୍ଶକଙ୍କୁ ବେସ୍ ଆକୃଷ୍ଟ କରିଛି । ଭୂତକୁ ନେଇ ଥିବା ଅନ୍ଧ ବିଶ୍ୱାସ କାହାଣୀ ଉପରେ ଆଧାରିତ ଏହି ଫିଲ୍ମ । ତେବେ ଟ୍ରେଲରରେ ଶ୍ରଦ୍ଧାଙ୍କୁ ମିଷ୍ଟିରିଅସ୍ ଭାବେ ଦର୍ଶାଯାଇଛି । 

ପ୍ରଥମ ଦିନରେ ଏହି ଫିଲ୍ମର କଲେକ୍ସନ ଭଲ ରହିଛି । ଦିତୀୟ ଦିନରେ ମଧ୍ୟ ଏହି ଫିଲ୍ମର କଲେକ୍ସନ ଭଲ ଅଛି । କହିବାକୁ ଗଲେ ଦୁଇ ଦିନରେ ଏହି ସିନେମା ୧୭,୬୯ କୋଟି ବ୍ୟବସାୟ କରିସାରିଛି । ଏହା ମଧ୍ୟରେ ସ୍ତ୍ରୀ ଫିଲ୍ମ ହିଟ ହେବା ପୂର୍ବରୁ ଶ୍ରଦ୍ଧାକପୁରଙ୍କ ନାମ ହିଟ ରେର୍କଡରେ ରହି ସାରିଛି । 

ଏହି ସିନେମାଟି ଏକ କମ ବଜେଟର ସିନେମା । ଏଥିରେ ୩୦ କୋଟି ଖର୍ଚ୍ଚ ହୋଇଛି । ସିନେ ସମୀକ୍ଷକଙ୍କ କହିବା ଅନୁଯାୟୀଏହି ସିନେମାଟିକୁ ଯେଉଁ ଭଳିଭାବେ ଦର୍ଶକ ପ୍ରସଂସା କରୁଛନ୍ତି । ଏହା ଆଗକୁ ମଧ୍ୟ ଆହୁରି ଆୟ କରିବ । ସ୍ତ୍ରୀ ଫିଲ୍ମକୁ ୧୫୦୦ରୁ ଅଧିକ ସ୍କ୍ରିନରେ ରିଲିଜ କରାଯାଇଛି । 

  • Tags:

Subscribe

National International State Sports Entertainment