ସଲମାନଙ୍କ ବୁଡି ଯାଉଥିବା କ୍ୟାରିୟରକୁ କୂଳରେ ଲଗାଇଥିଲେ ମହେଶ ବାବୁ
Khabar Odisha:South-Film-Actor-Mahesh-Babu-Birthday-And-His-Hits-Films
ମୁମ୍ବାଇ, ଅଗଷ୍ଟ ୯, (ଖବର ଓଡିଶା)

ଟଲିଉଡର ସୁପରଷ୍ଟାର ମହେଶ ବାବୁଙ୍କ ଆଜି ଜନ୍ମଦିନ । ୪୩ ବର୍ଷରେ ପଦାର୍ପଣ କରିଥିବା ଏହି ସୁପରଷ୍ଟାରଙ୍କ ଟଲିଉଡକୁ ଦେଇଛନ୍ତି ଅନେକ ସୁପରହିଟ ସିନେମା । ଖାଲି ଟଳିଉଡ କାହିଁକି , ସେ ବଲିଉଡକୁ ମଧ୍ୟ ଦେଇଛନ୍ତି ସୁପରହିଟ ସିନେମା । ସେ ନିଜେ ଏଥିରେ ଅଭିନୟ କରିନଥିଲେ ଏହି ସିନେମା ଗୁଡିକରେ ପ୍ରଥମେ ସେ ଅଭିନୟ କରିସାରିଛନ୍ତି । 

ବଲିଉଡର ସୁପରଷ୍ଟାର ସଲମାନ ଖାଁଙ୍କ ସିନେମା କ୍ୟାରିୟର ଯେତବେଳେ ଭଲ ଚାଲୁନଥିଲା ସେତବେଳେ ସେ ମହେଶ ବାବବାଙ୍କ ଏକ ସିନେମାର ହିନ୍ଦି ରିମେକ ବନାଇ ଥିଲେ । ୨୦୦୬ରେ ସଲମାନ ଖାନ ମହେଶ ବାବୁଙ୍କ ସିନେମାର ହିନ୍ଦୀ ରିମେକ ‘ୱାଟେଂଟ’ ବନାଇଥିଲେ । ଏହି ସିନେମାଟି ସଲମାନଙ୍କୁ ପୁଣି ରାତାରାତି ଷ୍ଟାର ବନେଇ ଦେଇଥିଲା । ତା ପରେ ସଲମାନ ଗୋଟିଏ ପରେ ଗୋଟିଏ ପରେ ହିଟ ସିନେମା ଦେଇ ଚାଲିଥିଲେ । 

ମହେଶ ବାବୁ ବଲିଉଡ ଅଭିନେତ୍ରୀ ନମ୍ରତା ଶିରୋଦକରଙ୍କୁ ବିବାହ କରିଛନ୍ତି । 

ମହେଶ ବାବୁ ତେଲୁଗୁ ସିନେମାର ଜଣା ଶୁଣା ଅଭିନେତା କୃଷ୍ଣାଙ୍କ ପୁଅ ଅଟନ୍ତି । ତାଙ୍କ ସିନେମା କ୍ୟାରିୟର ଏକ ବାଳ କଳାକାର ରୂପେ ୧୯୭୯ରୁ ଆରମ୍ଭ ହୋଇଥିଲା । ସେତବେଳେ ତାଙ୍କ ବୟସ ୪ ବର୍ଷ ଥିଲା । ହିରୋ ଭାବେ ସେ ୨୦୦୧ରେ ଫିଲ୍ମ ‘ମୁରାରୀ’ରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ ଏଥିରେ ତାଙ୍କ ଅପୋଜିଟରେ ଥିଲେ କ୍ୟାନସର ପିଡିତା ସୋନାଲୀ ବେନ୍ଦ୍ରେ । 

ଏହା ପରେ ୨୦୦୩ରେ େଔକାଦୁ, ୨୦୦୪ ଅର୍ଜୁନ, ୨୦୦୫ ଅଥାଦୁରେ ଲିଡ ରୋଲରେ ନଜର ଆସିଥିଲେ । ୨୦୧୧ରେ ଡୋକୁଡୁ ତାଙ୍କର ସୁପର ହିଟ ସିନେମା ଥିଲା । ତା ପରେ ତାଙ୍କର ସଫଳ ସିନେମାର ତାଲିକା ବଢିଚାଲିଥିଲା 

  • Tags:

Subscribe

National International State Sports Entertainment