ସିମ୍ବା ଟ୍ରେଲର: ଆକ୍ସନ ସହିତ ରଣବୀରଙ୍କ ରହିଛି କମେଡ଼ି ତଡ଼କା
Khabar Odisha:simmba-movie-trailer-released
ମୁମ୍ବାଇ, ଡିସେମ୍ବର ୦୩(ଖବର ଓଡ଼ିଶା):

: ବଲିଉଡ଼ ତାରକା ରଣବୀର ସିଂହଙ୍କ କଥା ଯେତେବେଳେ ଆସେ  ତାଙ୍କ ଠାରୁ ଦର୍ଶକ ବହୁତ କିଛି ଆଶା କରନ୍ତି। ଯଦି ତାଙ୍କ ପରି ତାରକା ଦର୍ଶକଙ୍କ ଆଶାକୁ ପୂରଣ କରି ପାରନ୍ତି ନାହିଁ ତେବେ ବହୁତ ଖରାପ ଲାଗେ । ଆମେ ଗୋଟେ ସମର୍ଥକ ହିସାବରେ ଯଦି ଗୋଟେ ନାୟକଙ୍କୁ ଏକ ଶ୍ରେଷ୍ଠ ସ୍ଥାନରେ ରଖିଥିବା ଓ ସେ କିଛି ବି ଆମ ଇଚ୍ଛା ପୂରଣ ନକରନ୍ତି ତେବେ ତାହା ଆମକୁ ନିରାଶ ଦିଏ। ଏ ପର୍ଯ୍ୟନ୍ତ ରଣବୀର ନିଜ ଫିଲ୍ମଗୁଡ଼ିକରେ ଭିନ୍ନ ଛାପ ଛାଡ଼ିଛନ୍ତି। ବିଗତ ଫିଲ୍ମରେ ତାଙ୍କର ଅଭିନୟ ଚତ୍ମକାର ରହିଛି। ଏବେ ରଣବୀରଙ୍କ ଆଗାମୀ ଫିଲ୍ମ ସିମ୍ବା ନିକଟରେ ରିଲିଜ ହେବାକୁ ଯାଉଛି।

ରଣବୀରଙ୍କ ଆଗାମୀ ସିନେମା ସିମ୍ବାର ପ୍ରବଳ ପ୍ରଚାର ହୋଇଛି । ସିନେମା ଘରେ ଶୀଘ୍ର ରିଲିଜ୍ ହେବାକୁ ଥିବା ‘ସିମ୍ବା’ର ଟ୍ରେଲରରେ ରଣବୀ ସାରା ଅଲ୍ଲୀଙ୍କ ସହିତ ନଜର ଆସିବେ। ଟ୍ରେଲର ଦେଖିଲେ ଲାଗୁଛି ଯେ ଚଳଚ୍ଚିତ୍ରଟି ବକ୍ସ ଅଫିସରେ ସଫଳ ହେବ।

ପ୍ରଥମଥର ପାଇଁ ରଣବୀର ଏହି ସିନେମାରେ ପୋଲିସ ଭୂମିକାରେ ପରଦାକୁ ଆସିବେ । ଏହି ସିନେମା କୁ ପ୍ରୋଜଜନା କରିଛନ୍ତି କରନ ଜୋହର। ରୋହିତ ସେଠୀଙ୍କ ନିର୍ଦ୍ଦେଶନାରେ ରଣବୀର ସିଂ ସଂଗ୍ରାମ ଭୂମିକାରେ ଏକ ନିର୍ଭିକ ପୋଲିସ ଅଫିସର ଭାବରେ ଅଭିନୟ କରିଛନ୍ତି । ସାରା ଅଲ୍ଲୀ ଖାନ ଓ ରଣବୀର ସିଂ ଗୋଟିଏ ପରଦାରେ ନଜରକୁ ଆସିବେ ବୋଲି ଦର୍ଶକ ଖୁସିରେ ଅନେଇ ବସିଛନ୍ତି ।

କରଣ ଜୋହରଙ୍କ ପ୍ରଡକ୍ସନରେ ନିର୍ମିତ ସିମ୍ବା ଭାଲେରାଓ ନାମକ ଜଣେ ପୋଲିସ ଅଫିସର କାହାଣୀ ଉପରେ ପର୍ୟ୍ୟକବେସିତ। ଏଥିରେ ଜବରଦସ୍ତ ଆକ୍ସନ ସହିତ କମେଡ଼ି ମଧ୍ୟ ରହିଛି। ଦେଖିବାକୁ ଗଲେ ଏହି ଫିଲ୍ମ ଅଜୟ ଦେବଗନଙ୍କ ସିଙ୍ଘମଙ୍କ ନୂତନ ଅବତାର। ଟ୍ରେଲରେ ଦେଖିଲେ ଜଣା ପଡ଼ୁଛି ଯେ ସିଙ୍ଘମରେ ଅଜୟ ଦେବଗନ କାହାଣୀକୁ ଯେଉଁଠି ଛାଡ଼ିଥିଲେ, ସେଠାରୁ ରଣବୀର କାହାଣୀକୁ ଆଗକୁ ନେଉଛନ୍ତି।  ଏହି ଫିଲ୍ମରେ ରଣବୀର ଜଣେ ପୋଲିସ ଅଫିସର ଭୂମିକାରେ ନଜର ଆସୁଥିଲେ ମଧ୍ୟ ସେ ପୋଲିସ ପୋଷାକରେ ନିଜର ପାଇଁ ଅର୍ଥ ଯୋଗାଡ଼ କରୁଥିବା ନଜର ଆସିବେ।  

Subscribe

National International State Sports Entertainment