୨୫ବର୍ଷ ପରେ ଏମିତି ବଦଳିଛନ୍ତି ରିଲର ଏହି କୃଷ୍ଣ, ରିଅଲ ଲାଇଫରେ ମଧ୍ୟ ଲୋକମାନେ ଭାବୁଛନ୍ତି ଭଗବାନ
Khabar Odisha:sarvadaman-d-banerjee-most-popular-role-in-krishna
ମୁମ୍ବାଇ, ଅଗଷ୍ଟ ୩୧ (ଖବର ଓଡିଶା) :

ଜନ୍ମାଷ୍ଟମୀ ଆଉ ମାତ୍ର ୨ଦିନ ରହିଛି । ୨ଦିନ ପରେ ସମ୍ପୂର୍ଣ୍ଣ ଦେଶ କୃଷ୍ଣ ଭକ୍ତିରେ ମଜ୍ଜି ଯିବେ । ଏହି ଅବସରରେ ଜାଣନ୍ତୁ ଟିଭିର ଜଣେ କୃଷ୍ଣଙ୍କ ବିଷୟରେ ଯାହାଙ୍କୁ ରିଅଲ ଲାଇଫରେ ଲୋକମାନେ ଭଗବାନ ବୋଲି ଭାବନ୍ତି । ସେହି ପ୍ରସିଦ୍ଧ ଅଭିନେତା ହେଉଛନ୍ତି ସର୍ବଦମନ ଡି ବାନାର୍ଜୀ । ୮୦ ଓ ୯୦ ଦଶକରେ ଏହି ଶୋ ସମଗ୍ର ଦେଶରେ ଲୋକ ପ୍ରିୟ ହୋଇଥିଲା । ତାଙ୍କୁ ଲୋକମାନେ କଳିଯୁଗର ଭଗବାନ ବୋଲି ଭାବୁଥିଲେ । 

କୃଷ୍ଣ ଶୋ ମାଧ୍ୟମରେ ସେ ବହୁ ଲୋକପ୍ରିୟତା ହାସଲ କରିଥିଲେ । ପରେ ତାଙ୍କୁ ଅର୍ଜୁନ, ଜୟ ଗଙ୍ଗା ମୟା, ଓମ ନମ ଶିବାୟରେ ମଧ୍ୟ କୃଷ୍ଣ ରୋଲ୍ ପ୍ଲେ କରିବା ପାଇଁ ଅଫର ମିଳି ଥିଲା । ସେ ବଡ ପରଦାରେ ମଧ୍ୟ କେତେକ ଫିଲ୍ମରେ ନଜର ଆସିଛନ୍ତି । ସେଥିରୁ ସ୍ୱାମୀ ବିବେକାନନ୍ଦ, ସ୍ୱୟଂ କୃଷି, ଆଦି ଶଙ୍କରାଚାର୍ଯ୍ୟ ଭଳି କେତେକ ଫିଲ୍ମ ରହିଛି । ଏତଦ୍ ବ୍ୟତୀତ ସେ କେତେକ ତେଲୁଗୁ, ବଙ୍ଗାଳୀ ଫିଲ୍ମ କରିଛନ୍ତି । ଏହି ସବୁ ଫିଲ୍ମ ଗୁଡିକରୁ ତାଙ୍କୁ ଖାସ୍ ପରିଚୟ ନମିଳିବା ହେତୁ ସେ ଫିଲ୍ମ ଇଣ୍ଡଷ୍ଟ୍ରିରୁ ବିଦାୟ ନେଇଥିଲେ । 

ସୂଚନାନୁଯାୟୀ, ଏବେ ସେ ହୃଷିକେଶରେ ଲୋକମାନଙ୍କୁ ମେଡିଟେସନ ଶିଖାଉଛନ୍ତି । ଏକ ଇଂଟରଭ୍ୟୁରେ ସେ କହିଛନ୍ତି କି, କୃଷ୍ଣ ଶୁଟିଙ୍ଗ ସମୟରେ ସେ ନିଷ୍ପତି ନେଇ ସାରିଥିଲେ ଯେ, ୪୫-୪୭ବର୍ଷରେ ସେ ଅବସର ନେଇ ଜୀବନ ସହ ଜଡିତ ହେବେ। ସେ ୨୦ବର୍ଷ ଧରି ଏବେ ମେଡିଟେସନ କାମ କରୁଛନ୍ତି । ମେଡିଟେସନ ବ୍ୟତୀତ ସର୍ବଦମନ ପଙ୍ଖ ନାମକ ଏକ ଏନଜିଓକୁ ସହେଯାଗ କରୁଛନ୍ତି । ଏହି ଏନଜିଓ ଉତରାଖଣ୍ଡର ବସ୍ତି ଅଂଚଳର ୨୦୦ଶିଶୁଙ୍କୁ ଜୀବନ ଜୀବିକା ନିର୍ବାହରେ ସାହାଯ୍ୟ କରୁଛି । ଏହା ସହ ୨୦୦ଶିଶୁଙ୍କୁ ମାଗଣାରେ ଶିକ୍ଷା ଦେଉଛି । 

  • Tags:

Subscribe

National International State Sports Entertainment