କୃଷ୍ଣସାର ମୃଗ ମାମଲା: ବିଦେଶ ଯିବା ପୂର୍ବରୁ ସଲମାନଙ୍କୁ ନେବାକୁ ପଡିବ ପ୍ରତ୍ୟେକ ଥର କୋର୍ଟର ଅନୁମତି
Khabar Odisha:salman-khan-in-black-buck-poaching-case-court-give-fresh-guidelines
ନୂଆଦିଲ୍ଲୀ, ଅଗଷ୍ଟ୦୪(ଖବର ଓଡ଼ିଶା):

 ଯୋଧପୁର କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କୁ ବିଦେଶ ଯିବା ପାଇଁ ହେଲେ ପ୍ରତ୍ୟେକ ଥର କୋର୍ଟର ଅନୁମତି ନେବାକୁ ପଡ଼ିବ। କୃଷ୍ଣସାର ମୃଗ ଶିକାର ମାମଲାରେ  କୋର୍ଟ ସଲମାନଙ୍କୁ ଏହି ଆଦେଶ ଦେଇଛନ୍ତି।  ଏଥିରୁ ସ୍ପଷ୍ଟ ଯେ  ସଲମାନଙ୍କ ଆଗାମୀ ଫିଲ୍ମର ସୁଟିଂ ଏଥିରେ ପ୍ରଭାବିତ ହେବ। ସଲମାନ ଖୁବ୍ ଶୀଘ୍ର ଅଲୀ ଅବ୍ବାସ ଜଫରଙ୍କ ନିର୍ଦ୍ଦେଶିତ ଫିଲ୍ମ ଭାରତରେ ନଜର ଆସିବେ। ଯାହାର ସୁଟିଂ ଏବେ ଜାରି ରହିଛି। 

ଏହା ବ୍ୟତୀତ ଦବଙ୍ଗ-୩ ଓ କିକ-୨କୁ ନେଇ ମଧ୍ୟ ନିର୍ମାତା ପ୍ରସ୍ତୁତି କରୁଛନ୍ତି। ଉଲ୍ଲେଖଯୋଗ୍ୟ କୃଷ୍ଣସାର ମୃଗ ଶିକାର  ମାମଲାରେ ସଲମାନ ଖାନ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏଥିରେ ତାଙ୍କୁ ୫ ବର୍ଷର ଜେଲ ସଜା ଶୁଣାଇଥିଲେ।  ୧୯ ବର୍ଷ ପୁରୁଣା ଏହି ମାମଲାରେ ସଲମାନଙ୍କୁ ଜେଲ ଯିବାକୁ ପଡ଼ିଥିଲା। ମାତ୍ର ଦୁଇ ଦିନ ଭିତରେ ତାଙ୍କୁ ଜାମିନ ମିଳି ଯାଇଥିଲା। ମିଡିଆ ସହ ଆଲୋଚନା ବେଳେ ସଲମାନ ଥରୁଟିଏ କହିଥିଲେ ଯେ ଆପଣଙ୍କୁ କଣ ଲାଗୁଛି ଯେ ମୁଁ ସର୍ବଦା ପାଇଁ ଜେଲ ଯିବି ? 

ସଲମାନ ଖାନଙ୍କ ବ୍ୟତୀତ ଅଭିନେତା ସୈଫ ଅଲୀ ଖାନ, ତବ୍ବୁ, ସୋନାଲି ବେନ୍ଦ୍ରେ ଓ ନିଲମଙ୍କୁ ଏହି ମାମଲାରେ ଅଭିଯୁକ୍ତ ଦର୍ଶାଯାଇଥିଲା। ମାତ୍ର କୋର୍ଟ ସେମାନଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛି। 

  • Tags:

Subscribe

National International State Sports Entertainment