ବକ୍ସଅଫିସର ୧୦୦ କୋଟି କ୍ଲବରେ ରୋହିତ ସେଟ୍ଟୀଙ୍କ ନିର୍ଦ୍ଦେଶିତ ୮ଟି ସିନେମା
Khabar Odisha:Rohit-sethy-directed-movie-simba-join-100core-club-in-box-office
ମୁମ୍ବାଇ ,ଜାନୁଆରୀ ୦୩(ଖବର ଓଡ଼ିଶା):

ରୋହିତ ସେଟ୍ଟୀଙ୍କ ନିର୍ଦ୍ଦେଶିତ ଫିଲ୍ମ “ସିମ୍ବା” ବକ୍ସ ଅଫିସରେ ଚମତ୍କାର ପ୍ରଦର୍ଶନ କରୁଛି । ଲଗାତାର ତାଙ୍କ ସିନେମା ଭଲ ଆୟ କରି ଚାଲିଛି । ଭାରତୀୟ ବକ୍ସ ଅଫିସରେ ରୋହିତଙ୍କ ନିର୍ଦ୍ଦେଶିତ “ସିମ୍ବା” ୮ ନମ୍ବର ସିନେମା ଭାବେ ୧୦୦ କୋଟି କ୍ଲବରେ ସାମିଲ ହୋଇଛି ।  ଏହି ଫିଲ୍ମଟିର ସଫଳତାକୁ ନେଇ ଫିଲ୍ମର ସମସ୍ତ ସଦସ୍ୟ ଖୁସି ଅଛନ୍ତି । ରଣବୀର ଓ ସାରା ଅଲ୍ଲୀ ଖାନଙ୍କ ଏହି ଫିଲ୍ମ କେବଳ ଛଅ ଦିନରେ ବକ୍ସ ଅଫିସରେ ୧୩୮ କୋଟିରୁ ଉର୍ଦ୍ଧ୍ୱ ଆୟ କରିଛି । ଏହା ସହ ରୋହିତ ବାରମ୍ବାର ୧୦୦ କୋଟି ଆୟ କରୁଥିବା ସିନେମାର ନିର୍ଦ୍ଦେଶକ ଭାବରେ ପରିଗଣିତ ହୋଇଛନ୍ତି । କରଣ ଜୋହର ବେନରରେ ନିର୍ମିତ ଫିଲ୍ମ “ସିମ୍ବା”କୁ ରୋହିତ ସେଟ୍ଟୀଙ୍କ ପରିଚିତ ସିନେମା “ସିଙ୍ଗମ”ର ପରି ରହିଛି । ଅଜୟ ଦେଭଗାନ ସଚୋଟ୍ଟ ପୋଲିସ ଅଫିସର ଭୂମିକାରେ ଥିଲେ । ଏହିସବୁ ସିନେମାକୁ ଛାଡ଼ି “ଗୋଲମାଲ” ”ଦଲୱାଲେ” “ଚେନ୍ନାଇ ଏକ୍ସପ୍ରେସ” ମଧ୍ୟ ସଫଳ ହୋଇଛି ।

Subscribe

National International State Sports Entertainment