ସେନାର ପାଣ୍ଠିକୁ ଯିବ ଏହି ହିନ୍ଦୀ-ଭୋଜପୁରୀ ଫିଲ୍ମର ଲାଭାଂଶ, କାହାଣୀ ଏମିତି
Khabar Odisha:Profit-of-Hindi-Bhojpuri-film-donate-Army-relief-fund

ନୂଆଦିଲ୍ଲୀ, ଅଗଷ୍ଟ ୦୧ (ଖବର ଓଡ଼ିଶା): ଦିଲ୍ଲୀର ସିରୀ ଫୋର୍ଟ ଦୁର୍ଗ ରୋଡ଼ସ୍ଥିତ ଓୟୋ ଟାଉନ ହାଉସରେ ମଙ୍ଗଳବାର ଏଭିଏସ ଫିଲ୍ମ ପ୍ରଡକସନର ବ୍ୟାନରରେ ହିନ୍ଦୀ-ଭୋଜପୁର ଫିଲ୍ମ ‘ପ୍ରଡକସନ ନଂ ୧’ର ମୂହୁର୍ତ୍ତ ହୋଇଛି । ଏହି ଫିଲ୍ମ ଭାରତୀୟ ସେନାର ସେହି ଯବାନମାନଙ୍କ ଜୀବନ ଉପରେ ଆଧାରିତ, ଯେଉଁମାନେ ନିଜ ଘର-ପରିବାରକୁ ଛାଡ଼ି ଦେଶର ରକ୍ଷା ପାଇଁ ନିଜ ଜୀବନକୁ ବାଜି ଲଗାଇଛନ୍ତି ।  

ଏହି ଫିଲ୍ମରୁ ଯାହା ଲାଭ ମିଳିବ ସେନାର ପାଣ୍ଠିକୁ ଯିବ । ମୂହୁର୍ତ୍ତ ଅବସରରେ ଫିଲ୍ମ କଳାକାର ଅରୁଣ କୁମାର ଓଝା, ପୂଜା ଶର୍ମା, ମୋହନ ସିଂହ, ରଞ୍ଜନ ଶର୍ମା, ଶ୍ରୁତି ରାଓ, ନାଗେନ୍ଦ୍ର ଉଜାଲା, ଦୀପକ ଦିଲଦାର, ଆନନ୍ଦ ମୋହନ ଓ ବସନ୍ତ କୁମାର ସମେତ ଅନ୍ୟ କଳାକାର ଉପସ୍ଥିତ ଥିଲେ । 

ନିର୍ମାତା ଅରୁଣ କୁମାର ଓଝା କହିଛନ୍ତି, ଏହି ଫିଲ୍ମରୁ ମିଳିବାକୁ ଥିବା ସମସ୍ତ ଲାଭ ସେନାର ରିଲିଫ ପାଣ୍ଠିକୁ ହସ୍ତାନ୍ତର କରାଯିବ । ପ୍ରଡକସନ ନଂ ୧ ନିର୍ମାତ ଓ ସହ ନିର୍ମାତା ସୁଧାକର କହିଛନ୍ତି, ସେନାର ଯବାନମାନଙ୍କ ଜୀବନକୁ ନେଇ ଏହା ସବୁଠାରୁ ଭିନ୍ନ ଓ ଆକର୍ଷକ ଫିଲ୍ମ ହେବ । ଏହା ଲୋକଙ୍କୁ ଆକର୍ଷଣ କରିବ । ଏହି ଫିଲ୍ମ ଦେଶଭକ୍ତି ସହିତ ବ୍ୟବସାୟିକ ଅଟେ । ଏହା ଦେଶର ଫିଲ୍ମ ପ୍ରିୟ ବ୍ୟକ୍ତିଙ୍କୁ ମନୋରଞ୍ଜନ ଯୋଗାଇବ । ଅଗଷ୍ଟରୁ ଦିଲ୍ଲୀ, ବିହାର, ୱାଘା ବୋର୍ଡର ଓ କଶ୍ମୀରରେ ଏହି ଫିଲ୍ମର ସୁଟିଂ ହେବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜିନିଷ ହେଲେ ଯେ, ଫିଲ୍ମରୁ ଯାହା ଲାଭ ମିଳିବ ତାହା ପ୍ରଧାନମନ୍ତ୍ରୀ ସେନା ରିଲିଫ ପାଣ୍ଠିକ ଦିଆଯିବ । 

ଏହି ଫିଲ୍ମରେ ଆଇଏଏସ ଜ୍ୟୋତି କଳଶ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବେ । ଫିଲ୍ମ ପଟ୍ଟକଥା ଓ ସମ୍ବାଦ ନହ୍ନେ ପାଣ୍ଡେ କରିଛନ୍ତି । ଗୀତକାର ଜାହିଦ ଅଖତର, ସୁମିତ ସିଂହ ଚନ୍ଦ୍ରବଂଶୀ, ପ୍ୟାରେ ଲାଲ ଯାଦବ ଓ ପାରସ ବିହାରୀ ଅଛନ୍ତି । 

 

  • Tags:

Subscribe

National International State Sports Entertainment