ପ୍ରିୟଙ୍କାଙ୍କ ବିବାହ ଲହଙ୍ଗାକୁ ୩,୭୨୦ ଘଣ୍ଟାରେ ପ୍ରସ୍ତୁତ କରିଥିଲେ ୧୧୦ କାରିଗର
Khabar Odisha:Priyanka-Chopra-indian-wedding-lenhga-made-by-110-embroiderers

ନୂଆଦିଲ୍ଲୀ, ଡିସେମ୍ବର ୦୫ (ଖବର ଓଡ଼ିଶା): ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବିବାହ ବନ୍ଧନରେ ବାନ୍ଧି ହୋଇସାରିଛନ୍ତି । ବିବାହ ବନ୍ଧନ ପରେ ପ୍ରିୟଙ୍କା ଓ ନିକ ଜୋନାସ ଯୋଡ଼ିଙ୍କ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । କାରଣ ପ୍ରିୟଙ୍କା ଓ ନିକଙ୍କ ବିବାହ କେମିତି ଶେଷ ହୋଇଛି ତାହା ପ୍ରଶଂସକ ଜାଣିବାକୁ ବହୁ ଅପେକ୍ଷା କରିଥିଲେ । 

ଦେଶୀ ଗର୍ଲ ଓ ବିଦେଶୀ ବରଙ୍କ ଏହି ଯୋଡ଼ି ୨ ଦିନ ତଳେ ଯୋଧପୁରର ଉମଦେ ଭବନରେ ହିନ୍ଦୁ ଏବଂ ଖ୍ରୀଷ୍ଟିଆନ ପରଂପରାରେ ବିବାହ ହୋଇଥିଲା । ଖ୍ରୀଷ୍ଟିଆନ ଧର୍ମ ଅନୁସାରେ ଯେତେବେଳେ ପ୍ରିୟଙ୍କା ବିବାହ ସମୟରେ ଏକ ଧଳା ଗ୍ରାଉନ ପିନ୍ଧି ଥିଲେ । ସେହିପରୁ ହିନ୍ଦୁ ରୀତି ନୀତି ଅନୁସାରେ ପ୍ରିୟଙ୍କା ଯେତେବେଳେ ବିବାହ ସମୟରେ ଏକ ଲାଲ ରଙ୍ଗର ଏକ ସୁନ୍ଦର ଯୋଡା ପିନ୍ଧିଥିଲେ । 

ନିଜର ଭାରତୀୟ ପରଂପରାରେ ପ୍ରିୟଙ୍କା ଯେତେବେଳେ ବିବାହ କରୁଥିଲେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋଣଙ୍କ ଭଳି ଫ୍ୟାସନ ଡିଜାଇନର ସବ୍ୟସାଚୀଙ୍କ ଲହଙ୍ଗା ପିନ୍ଧିଥିବା ନଜର ଆସିଥିଲେ । ସବ୍ୟସାଚୀ ମୁଖାର୍ଜୀଙ୍କ ଦ୍ୱାରା ପ୍ରିୟଙ୍କାଙ୍କ ଲହଙ୍ଗା ପ୍ରସ୍ତୁତ କରାଯାଇଥିଲା । ଏହି ଲହଙ୍ଗା ପ୍ରସ୍ତୁତ କରିବାକୁ ୧୧୦ ଜଣ କାରିଗର ଲାଗିଥିଲେ । ଏଥି ପାଇଁ ୩,୭୨୦ (ପାଖାପାଖି ସାଢ଼େ ୫ମାସ) ଲାଗିଥିଲା । ଲହଙ୍ଗାରେ ହୀରା, ମୋତି ଓ ୨୨ କ୍ୟାରେଟ ସୁନା ଲାଗିଛି । ପ୍ରିୟଙ୍କାଙ୍କ ବର ନିକ ମଧ୍ୟ ସବ୍ୟସାଚୀଙ୍କ ଦ୍ୱାରା ଡିଜାଇନ କରାଯାଇଥିବ ସେରୱାନୀ ପିନ୍ଧିଥିବା ନଜର ଆସିଥିଲେ । 

 

  • Tags:

Subscribe

National International State Sports Entertainment