ସୁସ୍ଥ ହୋଇ ଘରକୁ ଫେରିଲେ ପପୁ ପମପମ୍
Khabar Odisha:Popu-pom-pom-return-home-today
ଭୁବନେଶ୍ୱର, ୧୦ ଜୁଲାଇ (ଖବର ଓଡ଼ିଶା):

ଓଲିଉଡର ହାସ୍ୟ ଅଭିନେତା ତତ୍ୱ ପ୍ରକାଶ ଶତପଥୀ ଓରଫ୍ ପପୁ ପମପମ୍ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ପାନକ୍ରିୟାସ୍ ଜନିତ ରୋଗରେ ପିଡୀତ ହୋଇ ପପୁ ଦିଲ୍ଲୀସ୍ଥିତ ଏମସ୍ ଠାରେ ଚିକିତ୍ସାଧୀନ ଥିଲେ । ସୋମବାର ବିଳମ୍ବିତ ରାତିରେ ବିମାନ ଯୋଗେ ପପୁ ଭୁବନେଶ୍ୱର ଫେରିଛନ୍ତି । ଏଠାରେ ପହଂଚିବା ପରେ ସେ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିବା ସହ ସେ ବର୍ତମାନ ସୁସ୍ଥ ବୋଲି ସୂଚନା ଦେଇଛନ୍ତି । ପପୁ ସୁସ୍ଥ ଥିବା ଖବର ପ୍ରଚାରିତ ହେବା ପରେ ଓଲିଉଡ୍ ଜଗତ ଓ ପ୍ରଶଂସକ ମହଲରେ ଖୁସିର ଲହରୀ ଖେଳି ଯାଇଛି ।

ସୂଚନାଯୋଗ୍ୟ, ପପୁ ସୁଟିଂ ସେଟରୁ ଫେରିବା ସମୟରେ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ । ତାଙ୍କ ବନ୍ଧୁମାନେ ତାଙ୍କୁ ଖଣ୍ଡଗିରି ନିକଟସ୍ଥ ଏକ ହସ୍ପିଟାଲରେ ଭର୍ତି କରିଥିଲେ । ପରେ ସେ (ଅଗ୍ନାଶୟ) ପାନକ୍ର୍ରିୟାସ ଜନିତ ରୋଗରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା । ତାଙ୍କ ଅବସ୍ଥା ଅଧିକ ଗମ୍ଭୀର ହେବାରୁ ଗତ ମଇ ୧୫ତାରିଖରେ ଏୟାର ଆମ୍ବୁଲାନ୍ସ ଦ୍ୱାରା ତାଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସ ପଠାଯାଇଥିଲା । ସେଠାରେ ସେ ଗ୍ୟାଷ୍ଟ୍ରୋଲୋଜି ବିଭାଗ ଅ ।ଇସିୟୁରେ ଚିକିତ୍ସାଧୀନ ଥିଲେ ।

  • Tags:

Subscribe

National International State Sports Entertainment