କୁମାର ସାନୁ ନିଜ ବଡ ଝିଅକୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ, ୧୭ ବର୍ଷ ପରେ ଖୋଲିଲେ ଏହି ରାଜ
Khabar Odisha:Melody-Singer-Kumar-Sanu-Reveals-He-Adopted-His-Eldest-Daughter-Shannon-In-2001
ମୁମ୍ବାଇ, ଅଗଷ୍ଟ, ୪ , (ଖବର ଓଡିଶା)

ମେଲୋଡି କିଙ୍ଗ କୁମାର ସାନୁ ନିଜ ଗୀତ ପାଇଁ ଆଜି ମଧ୍ୟ ଶ୍ରୋତାଙ୍କ ହୃଦୟରେ ଅଛନ୍ତି । ତାଙ୍କ ଗୀତ ଆଜି ବି ପ୍ରେମିକମାନଙ୍କ ହୃଦସ୍ପନ୍ଦନ ବଢାଇଥାଏ । ଗତ କିଛି ବର୍ଷ ଲୋକମାନଙ୍କ ନଜରରୁ ଦୂର ହୋଇଯାଇଥିବା କୁମାର ସାନୁ ଅଚାନକ ଚର୍ଚ୍ଚାର ଶିରୋନାମା ପାଲଟିଥିଲେ କି, ୨୦୦୧ରେ ସେ କନ୍ୟାକୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ । 

କୁମାର ସାନୁ ‘ଦିଲ ହେ ହିନ୍ଦୁସ୍ଥାନୀ ୨’ ସମୟରେ ଜଣାଇଥିଲେ ଯେ, ସେ ନିଜ ବଡ ଝିଅ ସେନନକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତି କି ସେ ଏହି କଥା କାହାକୁ କହିବାକୁ ଚାହୁଁନଥିଲେ । କାହିଁକି ନାଁ ତାଙ୍କୁ ଡର ଥିଲା । କି ଲୋକ ବଷୟରେ କ’ଣ ଭାବିବେ । ତାଙ୍କୁ ଜଣା ନଥିଲା କି ସେ ଏହି ସବୁ କଥାରେ କେମିତି ରିଆକ୍ଟ କରିବେ । କିନ୍ତୁ ବର୍ତମାନ ସମସ୍ତେ ଏହି କଥାକୁ ଜାଣିଛନ୍ତି । ସେନନ ଉପରେ ସେ ବହୁତ ଗର୍ବ କରନ୍ତି । ତାକୁ କିଛି ଫରକ ପଡୁନି ସେ ତାଙ୍କା ପ୍ରକୃତ ଝିଅ ଅଟେ କି ନାହିଁ । 

ସେନନ ନିଜ ଡେବ୍ୟୁ ପାଁପ ସିଙ୍ଗଲ ଏ ଲଙ୍ଗ ଟାଇମରୁ କରିଛନ୍ତି । ଯାହାକୁ ଜଷ୍ଟିନ ବବରଙ୍କ ସହଯୋଗୀ ପୁ ବି ପ୍ରଡ୍ୟୁସ କରିଥିଲେ ଓ ଲେଖିଥିଲେ । କୁମାର ସାନୁ କହିଛନ୍ତି କି ହଲିଉଡରେ ମୋତେ କେହି ଜାଣନ୍ତି ନାହିଁ ଲୋକ କେବଳ ମୋତେ ମୋ ଝିଅ ପାଇଁ ଜାଣିଛନ୍ତି । 

  • Tags:

Subscribe

National International State Sports Entertainment