ମୁମ୍ବାଇ, ସେପ୍ଟେମ୍ବର ୨, (ଖବର ଓଡିଶା)
ବହୁ ଚର୍ଚ୍ଚିତ ସିନେମା ‘ମଣିକର୍ଣ୍ଣିକା’ ଛାଡିଲେ ସୋନୁ ସୁଦ । ଫିଲ୍ମର ଶୁଟିଂ ସମୟରେ ବହୁଥର କଳିଝଗଡା ପରିସ୍ଥିତି ଉପୁଜୁଛି । ଏହାର ବଡ କାରଣ ଦୁହେଁ ଦୁହିଁକୁ ଜମାରୁ ପସନ୍ଦ କରନ୍ତିନି । ଦୁହିଁଙ୍କ ମଧ୍ୟରେ ବିବାଦ ଏଭଳି ମୋଡ ନେଲା ଯେ, ସୋନୁଙ୍କର ସବୁ ସହିବା ବାହାରେ ଥିଲା । ଏଣୁ ରାଗରେ ସେ ଫିଲ୍ମ ଛାଡି ଦେଇଛନ୍ତି । କୁହାଯାଉଛି ସୋନୁଙ୍କ ରୋଲକୁ କୁଆଡେ କଙ୍ଗନା କାଂଟଛାଟ କରୁଥିଲେ ।
କିଛିଦିନ ତଳେ ଶୁଣିବାକୁ ମିଳିଲା ଯେ, କଙ୍ଗନା ଖୋଦ ଏହି ଫିଲ୍ମର ଡାଇରେକ୍ସନ ଭାର ହାତକୁ ନେଇଛନ୍ତି । କ୍ଲାପର ବୋର୍ଡରେ ମଧ୍ୟ ନାଁ ଥିବାର ଦେଖିବାକୁ ମିଳୁଛି । ତେବେ ନିର୍ଦ୍ଦେଶକଙ୍କ ଦାଇତ୍ୱ ତୁଲାଇବା ପରଠାରୁ କଙ୍ଗନା ଆଉ କାହାକୁ ମାନିବାକୁ ରାଜି ନାହାଁନ୍ତି । ସେ ବଡ ପଣିଆ ଦେଖାଇ ସେ ସୋନୁଙ୍କ ରୋଲ କାଟିଦେବାରୁ ସେ ଫିଲ୍ମ ଛାଡିଦେଇଛନ୍ତି।
ଏକଥା ମଧ୍ୟ କୁହାଯାଉଛି ଯେ, ସୋନୁ ମହିଳାଙ୍କ ନିର୍ଦ୍ଦେଶକଙ୍କ ସହିତ କାମ କରିବାକୁ ଜମାରୁ ରାଜି ନଥିଲେ । ତେଣୁ ସେ ଫିଲ୍ମ ଛାଡି ଦେଇଛନ୍ତି ।