ବିବାହ ପୂର୍ବରୁ ଗିରଫ ହୋଇପାରନ୍ତି ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ପୁତ୍ର ମହାକ୍ଷୟ, କୋର୍ଟରୁ ମିଳିଲାନି ଉପଶମ
Khabar Odisha:Mahaskya-will-be-arrest-before-marriage
କୋଲକାତା, ଜୁଲାଇ ୦୬(ଖବର ଓଡ଼ିଶା) :

 ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ପୁତ୍ର ମହାକ୍ଷୟଙ୍କ ବିବାହ ଉତ୍ସବ ଆଜି ସନ୍ଧ୍ୟାରୁ ଆରମ୍ଭ ହୋଇଯାଉଛି । ସେ ଅଭିନେତ୍ରୀ ଶିଲା ଶର୍ମାଙ୍କ ଝିଅ ମଦାଳସାଙ୍କୁ ବିବାହ କରିବାକୁ ଯାଉଛନ୍ତି । ଆଜି ସନ୍ଧ୍ୟା ୮ଟାରେ ତାଙ୍କର ସଙ୍ଗୀତ ସେରମନି ହେଉଥିବାବେଳେ ଆସନ୍ତା କାଲି ଶନିବାର ହେବ ବିବାହ । ମହାକ୍ଷୟଙ୍କ ବିବାହ ତାଙ୍କ ପିତା ମିଥୁନଙ୍କ ଉଟି ଠାରେ ଥିବା ମୋନାର୍କ ହୋଟେଲରେ ହେବ, କିନ୍ତୁ ଏହି ବିବାହ ଉପରେ ମାଡ଼ି ଆସିଛି ବିପଦର କଳା ବାଦଲ । ମହାକ୍ଷୟ ଏବଂ ତାଙ୍କ ମା ଯୋଗୀତା ବାଲିଙ୍କ ଉପରେ ଗିରଫର ପରୱାନା ଝୁଲୁଛି । ଏ ଦୁହିଁଙ୍କ ଉପରେ ଜଣେ ଭୋଜପୁରୀ ନାୟିକାଙ୍କୁ ଦୁଷ୍କର୍ମ ଏବଂ ବଳପୂର୍ବକ ଗର୍ଭପାତ କରାଇଥିବାର ଅଭିଯୋଗ ରହିଛି । ଏହି ମାମଲାରେ ଦିଲ୍ଲୀର ରୋହିଣୀ କୋର୍ଟ ମାମଲା ରୁଜୁ କରିଛି । ଗୁରୁବାର ବମ୍ବେ ହାଇକୋର୍ଟ ଅଗ୍ରୀମ ଜାମିନ ଦେବାକୁ ମନା କରିଦେବା ପରେ ଏବେ ମହାକ୍ଷୟ ଓ ଯୋଗୀତାବାଲିଙ୍କ ଗିରଫର ସମ୍ଭାବନା ବଢିଯାଇଛି । ଏହି ମାମଲାରେ ଅଭିଯୋଗ କାରିଣୀଙ୍କ ଓକିଲ ୨-୩ଦିନ ଭିତରେ ମହାକ୍ଷୟ ଓ ଯୋଗୀତାବାଲିଙ୍କ ଗିରଫର ସମ୍ଭାବନା ଥିବା କହିଛନ୍ତି । ବିବାହ ପୂର୍ବରୁ ତାଙ୍କୁ ଗିରଫ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି । ଭାବୀ ଜ୍ୱାଇଁଙ୍କୁ ସମର୍ଥନ କରିଛନ୍ତି ଅଭିନେତ୍ରୀ ଶୀଲା ଶର୍ମା । ଏହି ବିବାହ ତାରିଖ ବହୁ ପୂର୍ବରୁ ସ୍ଥିର ହୋଇସାରିଥିବାରୁ ତାରିଖ ବଦଳାଇବାର ସମ୍ଭାବନା ନଥିବା ସେ କହିଛନ୍ତି । ବିଗତ କିିଛି ଦିନ ଧରି ଅଭିନେତା ମିଥୁନଙ୍କ ସ୍ୱାସ୍ଥ୍ୟ ଭଲ ନଥିବା କୁହାଯାଉଛି ।

  • Tags:

Subscribe

National International State Sports Entertainment