ବଲିଉଡ଼ର ଏହି ୧୦ ତାରକା, ଯେଉଁମାନେ ଅଭିନୟ ପୂର୍ବରୁ ସ୍କୁଲରେ ପଢାଉଥିଲେ ପାଠ
Khabar Odisha:Know-10-such-film-actor-whos-teach-school-before-joining-Bollywood
ମୁମ୍ବାଇ, ସେପ୍ଟେମ୍ବର ୦୫(ଖବର ଓଡ଼ିଶା) :

 ବଲିଉଡ଼ରେ ପ୍ରବେଶ ପୂର୍ବରୁ ଅଭିନେତା ଅକ୍ଷୟ କୁମାର ମୁମ୍ବାଇର ମାର୍ସଲ ଆର୍ଟସର ଶିକ୍ଷକ ଥିଲେ ବୋଲି ଆପଣ ଆଗରୁ ଜାଣିଥିଲେ କି? ଅକ୍ଷୟଙ୍କ ସମେତ ଏଭଳି ଅନେକ ଅଭିନେତା ଅଛନ୍ତି ଯେଉଁମାନେ ସିନେ କ୍ୟାରିୟର ପୂର୍ବରୁ ସ୍କୁଲରେ ଶିକ୍ଷକତା ଜୀବନରେ ପାଦ ଥାପିଛନ୍ତି । ଗୁରୁଦିବସ ଅବସରରେ ଆସନ୍ତୁ ସେମାନଙ୍କ ବିଷୟରେ ସଂକ୍ଷିପ୍ତ ସୂଚନା ଜାଣିନେବା ।

ଅଭିନେତା, ନିର୍ଦ୍ଦେଶକ, ସଂଳାପ, ଲେଖକ, କାଦର ଖାନ୍ ମୁମ୍ବାଇର ଏକ କଲେଜରେ ସିଭିଲ ଇଞ୍ଜିନିୟରର ଅଧ୍ୟାପକ ଥିଲେ । ଏମଏଚ ସାବୁ ସିଦ୍ଦିକ କଲେଜ ଅଫ ଇଞ୍ଜିନିୟରିଂରେ ସେ ପିଲାଙ୍କୁ ପଢାଉଛନ୍ତି । ଅଭିନେତା ଅନୁପମ ଖେରଙ୍କର ସାରା ଦେଶରେ ରହିଛି ଅଭିନୟ ସ୍କୁଲ । ଅନୁପମ ଏସବୁ ସ୍କୁଲର ସ୍ୱତନ୍ତ୍ର କ୍ଲାସ ନେଇଥାନ୍ତି । ଅଭିନେତ୍ରୀ ଦୀପିକା ପାଦୁକୋଣ ମଧ୍ୟ ଦିନେ ତାଙ୍କର ଆକ୍ଟିଙ୍ଗ ସ୍କୁଲରୁ ଡ଼ିପ୍ଲୋମା କରିଥିଲେ । ନନ୍ଦିତା ଦାସ ଦିଲ୍ଲୀ ସ୍କୁଲ ଅଫ ସୋସିଆଲ ୱାର୍କ ପାଠ ପଢା ସରିବା ପରେ ଋଷିବେଲି ସ୍କୁଲରେ ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ । ବଲରାଜ ସାହାଣୀ, ଉତ୍ପଳ ଦତ୍ତ, ଚନ୍ଦ୍ରଚୂଡ଼ ସିଂହ, ଟମ ଆଲଟର, କମ୍ବର ଜିତ ପେଣ୍ଟଲ, ବାବ କ୍ରିଷ୍ଟୋ ପ୍ରମୁଖ ଅଭିନେତା ଅଭିନୟ ଜଗତକୁ ଆସିବା ପୂର୍ବରୁ ଶିକ୍ଷାଦାନ କରିଥିଲେ । 

  • Tags:

Subscribe

National International State Sports Entertainment