ବହୁ ଦିନ ପରେ ‘କାଶୀ’ ମାଧ୍ୟମରେ ଫେରୁଛନ୍ତି ଶର୍ମନ
Khabar Odisha:Kaashi---Official-Trailer--Sharman-Joshi--Aishwarya-Devan
ମୁମ୍ବାଇ, ଅକ୍ଟୋବର, (ଖବର ଓଡିଶା)

ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ପରଦାକୁ ଫେରୁଛନ୍ତି ଅଭିନେତା ଶର୍ମନ ଯୋଶୀ । ଏହି ସମୟରେ ସେ ତାଙ୍କର ଆଗାମୀ ସିନେମା କାଶୀ: ଇନ ସର୍ଚ୍ଚ ଅଫ ଗଙ୍ଗା ର ପ୍ରମୋଶନକୁ ନେଇ ବ୍ୟସ୍ତ ଅଛନ୍ତି । ଏହା ପାଇଁ ସେ ମୁମ୍ବାଇ ରାସ୍ତାରେ ନିଜର ହଜିଥିବା ଭଉଣୀର ପୋଷ୍ଟାର ଧରି ବୁଲୁଥିବାର ଦେଖିବାକୁ ମିଳିବ । 

ନିକଟରେ ଏହି ସିନେମାର ଟ୍ରେଲର ରିଲିଜ ହୋଇଛି । ଫିଲ୍ମର ପ୍ରମୋଶନକୁ ଶର୍ମନ ନିଆରା ଡଙ୍ଗରେ କରିଥିବାର ଦେଖିବାକୁ ମିଳିଥିଲା । ଶର୍ମନ ଗଙ୍ଗା ନାମକ ଝିଅର ପୋଷ୍ଟର ଧରି ରାସ୍ତରରେ ବୁଳୁଥିବାର ଦେଖିବାକୁ ମିଳିଥିଲା । ଶର୍ମର୍ନ କୁହନ୍ତ କି, ଏହା ବହୁତ ମଜାଦାର ଥିଲା, କାରଣ ଏହାକୁ ଲୋକାମାନେ ସତ ବୋଲି ଭାବି ଏଥି ପ୍ରତି ଆକର୍ଷିତ ମଧ୍ୟ ହୋଇଥିଲେ । କିନ୍ତୁ ଶର୍ମନ ଏହା ତାଙ୍କର ଫିଲ୍ମର ଏକ ଅଂଶ ବୋଲି କହି ବୁଝାଇଥିଲେ । ପ୍ରମୋଶନ ଦିନ ତାଙ୍କ ପାଇଁ ଖାସ ବୋଲି ସେ କହିଛନ୍ତି । 

ଧୀରଜ କୁମାରଙ୍କ ନିର୍ଦ୍ଦେଶନା ରେ ତିଆରି ହୋଇଥିବା ଫିଲ୍ମି କାଶୀ : ଇନ ଶର୍ଚ୍ଚ ଅଫ ଗଙ୍ଗା ଅକ୍ଟୋବାର ୨୬କୁ ପରଦା ଉପରକୁ ଆସିବ । ଏହି ସିନେମାରେ ଏଶ୍ୱର୍ଯ୍ୟା ଦେବେନ, ଗୋବିନ୍ଦ  ନାମଦେବ, ଅଖିଳେନ୍ଦ୍ର ମିଶ୍ରା,ମନୋଜ ଯୋଶୀ ଓ ମନୋଜ ପାହାଙ୍କ ଭଳି କଳାକାରମାନେ ଗୁରୁତ୍ୱପୂଣ୍ଣ ଭୁମିକାରେ ଦେଖିବାକୁ ମିଳିବ । 

Subscribe

National International State Sports Entertainment