ସାମ୍ବାଦିକ ସମ୍ମିଳନୀରେ ନାନା ପାଟେକର ରହିଲେ ଚୁପ, ସନ୍ଦେହରେ ପ୍ରସଂଶକ
Khabar Odisha:First-Time-Nana-Patekar-React-On-Tanushree-Dutta-Issue
ମୁମ୍ବାଇ, ଅକ୍ଟୋବର ୮, (ଖବର ଓଡିଶା)

 ତନୁଶ୍ରୀ ଦତା ନାନା ପାଟେକରଙ୍କ ଉପରେ ଯୌନ ଶୋଷଣର ଅଭିଯୋଗ ଆଣି ଗତ କିଛିଦିନ ହେବ ବଲିଉଡ ଇଣ୍ଡଷ୍ଟ୍ରୀକୁ ଦୋହଲାଇ ଦେଇଛନ୍ତି । ନାନା ପାଟେକର କହିଛନ୍ତି କି, ଅକ୍ଟୋବର ୮ରେ ମିଡିଆ ସାମନାକୁ ଆସି ନିଜର ପ୍ରତିକ୍ରିୟା ରଖିଛନ୍ତି ।                 

ନାନା ନିଜ ପ୍ରତିକ୍ରିୟାରେ କହିଛନ୍ତିି କି, ‘ସତ ଯାହା ସବୁବେଳେ ସତ ହୋଇକି ହି ରହିବ । ତନୁଶ୍ରୀ ମିଛ କହୁଛନ୍ତି । ସେ କହିଛନ୍ତି କି   ସେ ୧୦ ବର୍ଷ ହେବ ଏହି କଥା କହିଛନ୍ତି । ନାନା ମାତ୍ର ଦୁଇ ପଦ କହିସାରିବା ପରେ ତାଙ୍କର ସାମ୍ବାଦିକ ସମ୍ମୀଳନୀ ଶେଷ କରିଥିଲେ ।                

ମିଡିଆ ପ୍ରଶ୍ନରେ ନାନା କହିଛନ୍ତି କି, ତାଙ୍କ ଓକିଲ ତାଙ୍କୁ ସାମ୍ବାଦିକମାନଙ୍କ ସହ କଥା ହେବା ପାଇଁ ମନା କରିଛନ୍ତି । ଆଜି ସକାଳେ ନାନାଙ୍କ ପୁଅ   ମହ୍ଲାର ମିଡିଆକୁ ମେସେଜ କରି କହିଥିଲେ ସମାମ୍ବାଦିକ ସମ୍ମୀଳନୀ ହେବ ନାହିଁ ।

ମିଳିଥିବା ସୂଚନା ଅନୁଯାୟୀ, ମହ୍ଲାରର ମେସେଜ ମୁତାବିକ  ସୋମବାରକୁ କୌଣସୀ ସାମ୍ବାଦିକ ସମ୍ମୀଳନୀ ହେବାର ନଥିଲା କିନ୍ତୁ ହଠାତ୍ କଣ ପାଇଁ ସାମ୍ବାଦିକ ସମ୍ମୀଳନୀ ଡକାଗଲା ତାହା ଦେଖି ସମସ୍ତେ ଅ।।ଶ୍ଚର୍ଯ୍ୟ ହୋଇଯାଇଥିଲେ । 

ତନୁଶ୍ରୀ ଦତା ନାନା ପାଟେକରଙ୍କ ଉପରେ ୨୦୦୮ରେ ଯୌନ ଶୋଷଣ କରିଥିବା ଅଭିଯୋଗ ଆଣିଥିବା ବେଳେ  ନାନା ଏହି ଘଟଣାରେ ସମ୍ପୂର୍ଣ୍ଣ ଚୁପ ରହିଛନ୍ତି । ଦୀର୍ଘ ଦିନ ପରେ ନାନା ସାମ୍ବାଦିକ ସମ୍ମିଳନୀ ଡାକିଥିଲେ ମଧ୍ୟ ମାତ୍ର ଦୁଇପଦ କହି ଚାଲିଯାଇଥିଲେ । ଏହା ନାନାଙ୍କ ପ୍ରଶସଂକଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି । 

Subscribe

National International State Sports Entertainment