ଫିଲ୍ମି ଫ୍ରାଇଡ଼େ: ‘ଦ ଆକ୍ସିଡ଼େଣ୍ଟାଲ ପ୍ରାଇମ ମିନିଷ୍ଟର’କୁ ଟକ୍କର ଦେବ ‘ଉରି -ଦ ସର୍ଜିକାଲ ଷ୍ଟ୍ରାଇକ’
Khabar Odisha:Entertainment-odisha-Uri-the-serjical-strike-the-accidental-prime-minister-release-today
ମୁମ୍ବାଇ, ଜାନୁଆରୀ ୧୧(ଖବର ଓଡ଼ିଶା):

 ଫିଲ୍ମି ଫ୍ରାଇଡ଼େରେ ରିଲିଜ ହେଉଛି ଦୁଇଟି ଦମଦାର ବଲିଉଡ଼ ମୁଭି । ଉରି ଏବଂ ଦ  ଆକ୍ସିଡେଂଟାଲ ପ୍ରାଇମ ମିନିଷ୍ଟର ।  ଉରି -ଦ ସର୍ଜିକାଲ ଷ୍ଟ୍ରାଇକ ଚଳଚ୍ଚିତ୍ରର କାହାଣୀ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ହୋଇଥିବା ବେଳେ ଏହା ସହ ରାଜନୈତିକ ଡ୍ରାମାକୁ ନେଇ ହୋଇଥିବା  ‘ଦ ଆକ୍ସିଡ଼େଣ୍ଟାଲ ପ୍ରାଇମ ମିନିଷ୍ଟର’ର ମୁକାବିଲା ହେବ ବୋଲି ଅନୁମାନ କରାଯାଇଛି ।

ଆଜି ବକ୍ସ ଅଫିସରେ ‘ଉରି -ଦ ସର୍ଜିକାଲ ଷ୍ଟ୍ରାଇକ ସହ ‘ଦ ଆକ୍ସିଡ଼େଣ୍ଟାଲ ପ୍ରାଇମ ମିନିଷ୍ଟର’ ରିଲିଜ ହେଉଛି । ଆଦିତ୍ୟ ଧରଙ୍କ ନିର୍ଦ୍ଦେଶିତ ‘ଉରି -ଦ ସର୍ଜିକାଲ ଷ୍ଟ୍ରାଇକ  କାଶ୍ମୀରର ଉରି ଆର୍ମୀ ବେସ କ୍ୟାମ୍ପ ଉପରେ ଆତଙ୍କବାଦୀ ଆକ୍ରମଣକୁ ପ୍ରତିବାଦ କରି ପାକିସ୍ଥାନ ଅଧିକୃତ ଅଂଚଳରେ ଭାରତୀୟ ସେନା ପକ୍ଷରୁ କରାଯାଇଥିବା ଷ୍ଟ୍ରାଇକ ଏବଂ ଯବାନଙ୍କ କାର‌୍ୟ୍ୟାନୁଷ୍ଠାନ ପରଦାକୁ ଆଣିବାର ପ୍ରୟାସକୁ ନେଇ ଏହି ସିନେମାର କାହାଣୀ ଆଧାରିତ ହୋଇଛି । ‘ଦ ଆକ୍ସିଡ଼େଣ୍ଟାଲ ପ୍ରାଇମ ମିନିଷ୍ଟର’କୁ ଟକ୍କର ଦେବ ‘ଉରି -ଦ ସର୍ଜିକାଲ ଷ୍ଟ୍ରାଇକ । ଏହି ସିନେମାରେ ବିକ୍କି କୋ÷ଶଲ, ୟାମୀ ଗୋ÷ତମ ଓ ପରେଶ ରାୱଲ ପ୍ରମୁଖ ମୁଖ୍ୟ ଭୂମିକାରେ ନଜର ଆସିବେ ।

୨୦୧୬ ମସିହା ସେପ୍ଟେମ୍ବର ୧୮ କାଶ୍ମୀରର ଉରି ଆର୍ମୀ ବେସ କ୍ୟାମ୍ପ ଉପରେ ଆତଙ୍କବାଦୀ ଆକ୍ରମଣକରେ ୧୯ ଜଣ ଯବାନ ସହିଦ ହୋଇଥିଲେ । ସାରା ଦେଶ ଏହାକୁ ପ୍ରତିବାଦ କରିବାକୁ ଚାହୁଁଥିବା ବେଳେ ୨୦୧୬ ସେପ୍ଟେମ୍ବର ୨୮-୨୯ରେ ସର୍ଜିକାଲ ଷ୍ଟାଇକ କରାଯାଇଥିଲା । ଆତଙ୍କବାଦୀଙ୍କ ଟ୍ରେନିଂ ଓ ଲଂଚିଂ ପ୍ୟାଡ଼କୁ ଧ୍ୱଂସ କରି ସୁରକ୍ଷିତ ଭାବରେ ଭାରତୀୟ ଯବାନ ଫେରିଆସିଥିଲେ । ଏହି ଦେଶାତ୍ମବୋଧକ କାହାଣୀ ଲୋକପ୍ରିୟ ହୋଇପାରିବ ହୋଲି ଆଶା କରାଯାଇଛି । ରାଜନୈତିକ ଡ଼୍ରାମା ଉପରେ ଆଧାରିତ ‘ଦ ଆକ୍ସିଡ଼େଣ୍ଟାଲ ପ୍ରାଇମ ମିନିଷ୍ଟର’ କୁ ଯବାନଙ୍କ ସାହାସିକତା ଉପରେ ହୋଇଥିବା ଫିଲ୍ମ ‘ଉରି -ଦ ସର୍ଜିକାଲ ଷ୍ଟ୍ରାଇକ’  ଟକ୍କର ଦେବ ବୋଲି ଅନୁମାନ କରାଯାଉଛି । ।

Subscribe

National International State Sports Entertainment