‘ଟୋଟାଲ ଧମାଲ’ର ଗୀତ ହୋଇପାରିଲାନି ହିଟ୍, ପୁରୁଣା ଗୀତର ରିମିକ୍ସକୁ ପସନ୍ଦ କରୁନାହାନ୍ତି ଦର୍ଶକ
Khabar Odisha:Entertainment-bollywood-odisha-sonakshi-sinha-not-get-fame-of-total-dhamaal-song-mungda
ମୁମ୍ବାଇ, ଫେବୃଆରୀ ୦୯(ଖବର ଓଡ଼ିଶା):

ହିନ୍ଦୀ ସିନେମା ଗୁଡ଼ିକରେ ପୁରୁଣା ଗୀତର ରିମିକ୍ସ ଓ  ରିମେକ୍ ଗୀତର ଚାହିଦା ଯେତେ ବୃଦ୍ଧି ପାଉଛି ଦର୍ଶକ ଏହାକୁ ସେହି ଅନୁସାରେ ନାପସନ୍ଦ ମଧ୍ୟ କରୁଛନ୍ତି । ଫିଲ୍ମ ‘ଟୋଟାଲ ଧମାଲ ‘ରେ ଥିବା ପ୍ରସିଦ୍ଧ ଗୀତ  ‘ଭୁଙ୍ଗଡ଼ା’ କୁ ରିମିକ୍ସ କରି ସୋନାକ୍ସିଙ୍କ ଉପରେ ପ୍ରୟୋଗ କରାଯାଇଛି । ଏହା ଡ଼ିଜିଟାଲ ମିଡ଼ିଆରେ ସମ୍ପୂର୍ଣ୍ଣ ଭାବରେ ଫ୍ଲଫ ମଧ୍ୟ ହୋଇଛି ।

ପୂରୁଣା ସିନେମା ‘ଇନକାର’ ର ଏହି ଗୀତକୁ ନେଇ ନିର୍ଦ୍ଦେଶକ ଇନ୍ଦ୍ର କୁମାର ସାମାଲୋଚନା ଓ ବିବାଦ ଘେରକୁ ଆସିଛନ୍ତି । ‘ଇନଜାର’ର ନିର୍ମାତା ବନ୍ଧୁ ରୋମୁ ସିପ୍ପି ଓ ରାଜ ସିପ୍ପି ମଧ୍ୟ ରାଗିଛନ୍ତି । ଏହା ପୂର୍ବରୁ ତାଙ୍କର ଏକ ସିନେମାର ଗୀତ ‘ଚିଟ ଇଣ୍ଡିଆ’ ରେ ମଧ୍ୟ ରିକ୍ରିଏଟ କରାଯାଇଥିଲା । ସିନେମା ‘ଲୁକା ଛୁପି’ର ସୁପରହିଟ ଗୀତ ୩ପୋଷ୍ଟର ଲଗୱା ଦୋ କି’ ର ରିମିକ୍ସକୁ ନେଇ ନିର୍ଦ୍ଦେଶକ ଗୁଡ୍ଡୁ ଧନୋୱା ଅସନ୍ତୋଷ ପ୍ରକାଶ କରିଛନ୍ତି । ପୁରୁଣା ସଙ୍ଗୀତକୁ ନୂଆ ଢଙ୍ଗରେ ରିମିକ୍ସ କରିବା ଦ୍ୱାରା ଅନେକ ଗାୟକ ଗାୟିକା ମଧ୍ୟ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ଏବେ ପୁରୁଣା ଫିଲ୍ମର ଗୀତ ଗୁଡିକ ରିମେକ୍ସ କରିବା ପରମ୍ପରା ବୃଦ୍ଧି ପାଇବାରେ ଲାଗିଛି। ସେଥି ମଧ୍ୟରୁ ବହୁତ ଅଳ୍ପ ଗୀତ ହିଟ୍ ହେଉଥିବା ଅଧିକାଂଶ ଗୀତକୁ ଦର୍ଶକ ନାପସନ୍ଦ କରୁଛନ୍ତି।

Subscribe

National International State Sports Entertainment